ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଡିଆରଡିଓର ପୂର୍ବତନ ମହାନିଦେ୍ର୍ଦଶକ ଡ. ଭି. ଏସ. ଅରୁଣାଚଲମଙ୍କ ବିୟୋଗରେ ଶୋକପ୍ରକାଶ କଲେ

प्रविष्टि तिथि: 17 AUG 2023 10:08AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)ର ପୂର୍ବତନ ମହାନିଦେ୍ର୍ଦଶକ ଡ. ଭି. ଏସ. ଅରୁଣାଚଲମଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଡ. ବି ଏସ ଅରୁଣାଚଲମଙ୍କ ବିୟୋଗ ବୈଜ୍ଞାନିକ ସମୁଦାୟ ଏବଂ ରଣନୀତିକ ବିଶ୍ୱରେ ଏକ ବଡ଼ ଶୂନ୍ୟସ୍ଥାନ ଛାଡ଼ିଯାଇଛି । ତାଙ୍କର ଜ୍ଞାନ, ଗବେଷଣା ପ୍ରତି ପ୍ରଗାଢ଼ ଉତ୍ସାହ ଏବଂ ଭାରତର ସୁରକ୍ଷା କ୍ଷମତାକୁ ମଜଭୁତ କରିବାରେ ସମୃଦ୍ଧ ଯୋଗଦାନ ନିମନ୍ତେ ତାଙ୍କର ଯଥେଷ୍ଟ ପ୍ରଶଂସା କରାଯାଇଛି । ତାଙ୍କ ପରିବାର ଏବଂ ଶୁଭଚିନ୍ତକମାନଙ୍କ ପ୍ରତି ସମବେଦନା । ଓମ ଶାନ୍ତି ।’’

SR


(रिलीज़ आईडी: 1949915) आगंतुक पटल : 149
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam