ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚୀନରେ ଆୟୋଜିତ ୩୧ତମ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 16 AUG 2023 1:20PM by PIB Bhubaneshwar

ଚୀନରେ ଆୟୋଜିତ ୩୧ତମ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ଆଥଲେଟମାନେ ରେକର୍ଡ ସଂଖ୍ୟାରେ ୧୧ ସ୍ୱର୍ଣ୍ଣ, ୫ ରୌପ୍ୟ, ୧୦ ବ୍ରୋଞ୍ଜ ସହ ୨୬ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପ୍ରଶଂସା କରିଛନ୍ତି   ୧୯୫୯ ମସିହାରେ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ଆରମ୍ଭ ହେବା ପରଠାରୁ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏବଂ ଏହି ସଫଳତା ପାଇଁ ଆଥଲେଟ, ସେମାନଙ୍କ ପରିବାର ପ୍ରଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଏପରି କ୍ରୀଡ଼ା ପ୍ରଦର୍ଶନ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ!’

୩୧ତମ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ଆଥଲେଟମାନେ ୨୬ ପଦକ ହାସଲ କରି ରେକର୍ଡ ଭାଙ୍ଗିଛନ୍ତି ଏହା ଆମର ସର୍ବୋତ୍ତମ ପ୍ରଦର୍ଶନ ଏଥିରେ ୧୧ ସ୍ୱର୍ଣ୍ଣ, ୫ ରୌପ୍ୟ ଏବଂ ୧୦ଟି ବ୍ରୋଞ୍ଜ ପଦକ ଅନ୍ତର୍ଭୂକ୍ତ

ଆମ ଅତୁଳନୀୟ ଆଥଲେଟମାନଙ୍କୁ ସାଲ୍ୟୁଟ୍‌, ଯେଉଁମାନେ ଦେଶର ଗୌରବ ବଢ଼ାଇଛନ୍ତି ଏବଂ ଆଗାମୀ ଦିନର କ୍ରୀଡ଼ବିତମାନଙ୍କୁ ପ୍ରେରଣା ଦେଇଛନ୍ତି

‘ବିଶେଷ ଖୁସିର କଥା ହେଉଛି, ୧୯୫୯ ମସିହାରେ ଡେବ୍ୟୁ କରିବା ପରଠାରୁ ଏବେ ସୁଦ୍ଧା ଭାରତ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ମୋଟ ୧୮ଟି ପଦକ ଜିତିଥିଲା ହେଲେ ୨୬ ପଦକ ସହ ଚଳିତ ବର୍ଷର ପ୍ରଦର୍ଶନ ବାସ୍ତବରେ ଉଲ୍ଲେଖନୀୟ

ଏଭଳି ଚମତ୍କାର ପ୍ରଦର୍ଶନ ଆମ ଆଥଲେଟମାନଙ୍କ ଅଦମ୍ୟ ଉତ୍ସର୍ଗର ପ୍ରମାଣ ଏହି ସଫଳତା ପାଇଁ ମୁଁ ଆଥଲେଟ, ସେମାନଙ୍କ ପରିବାର ଏବଂ ପ୍ରଶିକ୍ଷକମାନଙ୍କ ପ୍ରଶଂସା କରୁଛି ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି ।’

 

SR



(Release ID: 1949320) Visitor Counter : 88