ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲୋକମାନ୍ୟ ତିଲକଙ୍କ ପୂଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 AUG 2023 8:29AM by PIB Bhubaneshwar
ଲୋକମାନ୍ୟ ତିଲକଙ୍କ ପୂଣ୍ୟତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଶ୍ରୀ ମୋଦୀ ଆଜି ପୁନେରେ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ପୁନେରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ ମଧ୍ୟ କରିବେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଲୋକମାନ୍ୟ ତିଲକଙ୍କୁ ତାଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆଜି ମୁଁ ପୁନେରେ ରହିବି ଯେଉଁଠି ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଗ୍ରହଣ କରିବି । ଏହି ସମ୍ମାନ ମୋତେ ପ୍ରଦାନ କରାଯାଉଥିବାରୁ ବାସ୍ତବରେ ମୁଁ ନିଜକୁ ଧନ୍ୟ ମନେକରୁଛି, ଯାହା କି ଆମ ଇତିହାସର ଜଣେ ଏଭଳି ମହାନ ବ୍ୟକ୍ତିତ୍ୱଙ୍କ କାର୍ଯ୍ୟ ସହ ଜଡ଼ିତ ।’
‘ମୁଁ ସେଠାରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିବି ।’
SR
(ରିଲିଜ ଆଡି: 1944546)
ପରିଦର୍ଶକ କାଉଣ୍ଟର : 146
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam