ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରପ୍ରଦେଶର ଗୋରଖପୁର ରେଳ ଷ୍ଟେସନରୁ ପ୍ରଧାନମନ୍ତ୍ରୀ ଦୁଇଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି


ଗୋରଖପୁର ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 07 JUL 2023 8:09PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗୋରଖପୁର ରେଳ ଷ୍ଟେସନରୁ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଦୁଇଟି ବନ୍ଦେ ଭାରତ ଟ୍ରେନ୍ ହେଉଛି ଗୋରଖପୁର - ଲକ୍ଷ୍ନୌ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଯୋଧପୁର - ଅହମ୍ମଦାବାଦ (ସାବରମତୀ) ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ଗୋରଖପୁର ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ , ଯାହା ପାଇଁ ଆନୁମାନିକ ବ୍ୟୟ ପ୍ରାୟ ୪୯୮ କୋଟି ଟଙ୍କା ରହିଛି ଏବଂ ସେ ପ୍ରସ୍ତାବିତ ଗୋରଖପୁର ରେଳ ଷ୍ଟେସନର ମଡେଲକୁ ମଧ୍ୟ ଯାଞ୍ଚ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦି ବେନ୍ ପଟେଲ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଗୋରଖପୁରର ସାଂସଦ ଶ୍ରୀ ରବି କିଷାନ ମଧ୍ୟ ଏଠାରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଗୋରଖପୁର - ଲକ୍ଷ୍ନୌ ବନ୍ଦେ ଭାରତ ଏକ୍ସପ୍ରେସ ଅଯୋଧ୍ୟା ଦେଇ ଯାତ୍ରା କରିବ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରିବା ସହିତ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସହର ଗୁଡ଼ିକ ସହ ଯୋଗାଯୋଗରେ ଉନ୍ନତି ଆଣିବ । ଯୋଧପୁର - ସାବରମତୀ ବନ୍ଦେ ଭାରତ ଏକ୍ସପ୍ରେସ ଯୋଧପୁର, ଆବୁ ରୋଡ, ଏବଂ ଅହମ୍ମଦାବାଦ ଭଳି ପ୍ରସିଦ୍ଧ ସ୍ଥାନଗୁଡିକ ସହିତ ସଂଯୋଗକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳର ସାମାଜିକ - ଅର୍ଥନୈତିକ ବିକାଶକୁ ବୃଦ୍ଧି କରିବ ।

ପ୍ରାୟ ୪୯୮ କୋଟି ଟଙ୍କା ବ୍ୟୟରେ ହେବାକୁ ଯାଉଥିବା ଗୋରଖପୁର ରେଳ ଷ୍ଟେସନର ପୁନଃନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ ଯାତ୍ରୀ ମାନଙ୍କୁ ବିଶ୍ୱ ସ୍ତରୀୟ ସୁବିଧା ପ୍ରଦାନ କରିବ ।

***

SSP


(ରିଲିଜ ଆଡି: 1938070) ପରିଦର୍ଶକ କାଉଣ୍ଟର : 156