ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତ୍ତରପ୍ରଦେଶର ଗୋରଖପୁର ରେଳ ଷ୍ଟେସନରୁ ପ୍ରଧାନମନ୍ତ୍ରୀ ଦୁଇଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି


ଗୋରଖପୁର ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି

Posted On: 07 JUL 2023 8:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗୋରଖପୁର ରେଳ ଷ୍ଟେସନରୁ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଦୁଇଟି ବନ୍ଦେ ଭାରତ ଟ୍ରେନ୍ ହେଉଛି ଗୋରଖପୁର - ଲକ୍ଷ୍ନୌ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଯୋଧପୁର - ଅହମ୍ମଦାବାଦ (ସାବରମତୀ) ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ଗୋରଖପୁର ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ , ଯାହା ପାଇଁ ଆନୁମାନିକ ବ୍ୟୟ ପ୍ରାୟ ୪୯୮ କୋଟି ଟଙ୍କା ରହିଛି ଏବଂ ସେ ପ୍ରସ୍ତାବିତ ଗୋରଖପୁର ରେଳ ଷ୍ଟେସନର ମଡେଲକୁ ମଧ୍ୟ ଯାଞ୍ଚ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦି ବେନ୍ ପଟେଲ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଗୋରଖପୁରର ସାଂସଦ ଶ୍ରୀ ରବି କିଷାନ ମଧ୍ୟ ଏଠାରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଗୋରଖପୁର - ଲକ୍ଷ୍ନୌ ବନ୍ଦେ ଭାରତ ଏକ୍ସପ୍ରେସ ଅଯୋଧ୍ୟା ଦେଇ ଯାତ୍ରା କରିବ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରିବା ସହିତ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସହର ଗୁଡ଼ିକ ସହ ଯୋଗାଯୋଗରେ ଉନ୍ନତି ଆଣିବ । ଯୋଧପୁର - ସାବରମତୀ ବନ୍ଦେ ଭାରତ ଏକ୍ସପ୍ରେସ ଯୋଧପୁର, ଆବୁ ରୋଡ, ଏବଂ ଅହମ୍ମଦାବାଦ ଭଳି ପ୍ରସିଦ୍ଧ ସ୍ଥାନଗୁଡିକ ସହିତ ସଂଯୋଗକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳର ସାମାଜିକ - ଅର୍ଥନୈତିକ ବିକାଶକୁ ବୃଦ୍ଧି କରିବ ।

ପ୍ରାୟ ୪୯୮ କୋଟି ଟଙ୍କା ବ୍ୟୟରେ ହେବାକୁ ଯାଉଥିବା ଗୋରଖପୁର ରେଳ ଷ୍ଟେସନର ପୁନଃନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ ଯାତ୍ରୀ ମାନଙ୍କୁ ବିଶ୍ୱ ସ୍ତରୀୟ ସୁବିଧା ପ୍ରଦାନ କରିବ ।

***

SSP



(Release ID: 1938070) Visitor Counter : 76