ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଦକ୍ଷିଣ ଏସିଆ ଆଣ୍ଟି ଡୋପିଙ୍ଗ ଆଞ୍ଚଳିକ ପ୍ରତିଷ୍ଠାନ ‘ସାରାଡୋ’ ସହିତ ଭାରତର ଜାତୀୟ ଆଣ୍ଟି ଡୋପିଙ୍ଗ ସଂସ୍ଥା ‘ନାଡା’ର ବୁଝାମଣାପତ୍ର ସ୍ୱାକ୍ଷରିତ


ଆଜି ନୂଆଦିଲ୍ଲୀରେ ସ୍ୱାକ୍ଷରିତ ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଲା କ୍ରୀଡା କ୍ଷେତ୍ରରେ ନିଶା ଔଷଧ ବ୍ୟବହାରକୁ ରୋକିବା (ଆଣ୍ଟି ଡୋପିଙ୍ଗ) ନିମନ୍ତେ ସହଯୋଗ ବଢାଇବା

ବିଶ୍ୱ ଆଣ୍ଟି ଡୋପିଙ୍ଗ ଏଜେନ୍ସି ଏବଂ କ୍ରୀଡା କ୍ଷେତ୍ରରେ ନିଶା ଔଷଧ କାରବାର ବିରୋଧୀ ୟୁନେସ୍କୋର ଆନ୍ତର୍ଜାତିକ ଚୁକ୍ତି କ୍ଷେତ୍ରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ଅବଦାନ ଆଣ୍ଟି ଡୋପିଙ୍ଗ ଆନ୍ଦୋଳନକୁ ବୈଶ୍ୱିକ ସ୍ତରରେ ଆହୁରି ବ୍ୟାପକ ଏବଂ ସୁଦୃଢ କରିବାକୁ ଉଦ୍ଦିଷ୍ଟ: ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର

Posted On: 03 JUL 2023 3:47PM by PIB Bhubaneshwar

ଦକ୍ଷିଣ ଏସିଆ ଆଞ୍ଚଳିକ ଆଣ୍ଟି ଡୋପିଙ୍ଗ ପ୍ରତିଷ୍ଠାନ (ସାରାଡୋ) ସହିତ ଭାରତର ଜାତୀୟ ଆଣ୍ଟି ଡୋପିଙ୍ଗ ସଂସ୍ଥା (ନାଡା) ଆଜି ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି । କ୍ରୀଡା କ୍ଷେତ୍ରରେ ନିଶା ଔଷଧର ବ୍ୟବହାରକୁ ରୋକିବା ସହିତ ଏ ସଂକ୍ରାନ୍ତ ଆନ୍ତର୍ଜାତିକ ଆନ୍ଦୋଳନକୁ ସୁଦୃଢ କରିବାକୁ ଏହି ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି । କ୍ରୀଡା କ୍ଷେତ୍ରରେ ନିଶା ଔଷଧର ବ୍ୟବହାରକୁ ରୋକିବା ସହିତ ଏ ସଂକ୍ରାନ୍ତ ଆର୍ନ୍ତଜାତିକ ଆନ୍ଦୋଳନକୁ ସୁଦୃଢ କରିବାକୁ ଏହି ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି । ‘ସାରୋଡୋ’ରେ ଭାରତ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ ଓ ଶ୍ରୀଲଙ୍କା ସଦସ୍ୟ ଅଛନ୍ତି ।

 ଏହି ବୁଝାମଣା ସ୍ୱାକ୍ଷର ଅବସରରେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ତଥା ସୂଚନା ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର କ୍ରୀଡା ସଚିବ ସୁଶ୍ରୀ ସୁଜାତା ଚର୍ତୁବେଦୀ, ସାରୋଡୋ ସଚିବାଳୟ ଓ ଏହାର ସଦସ୍ୟ ରାଷ୍ଟ୍ରଙ୍କ ପ୍ରତିନିଧିଗଣ ଉପସ୍ଥିତ ଥିଲେ । ଏହି ବୁଝାମଣା ଦ୍ୱାରା କ୍ରୀଡା କ୍ଷେତ୍ରରେ ମାଦକ ଦ୍ରବ୍ୟ ବ୍ୟବହାର ବିରୋଧରେ ଆଞ୍ଚଳିକ ସହଯୋଗ ବଢିବ । 

ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ବିିଭିନ୍ନ ଆନ୍ତର୍ଜାତିକ, ଆଞ୍ଚଳିକ ଓ ଜାତୀୟ ମଂଚରେ ଭାରତର ପ୍ରତିନିଧିତ୍ୱ ଓ ଉପଲବ୍ଧି ଉତ୍ସାହଜନକ ରହୁଛି । ଖେଳକୁଦକୁ ସ୍ୱଚ୍ଛ ଓ ନିଶା କାରବାର ତଥା ମାଦବ ଦ୍ରବ୍ୟରୁ ମୁକ୍ତ ରଖିବାକୁ ଭାରତ ଅଙ୍ଗୀକୃତ ହୋଇ ଏ କ୍ଷେତ୍ରରେ କାମ କରୁଛି । ଆଣ୍ଟି ଡୋପିଙ୍ଗ କ୍ଷେତ୍ରରେ ଭାରତ ଅବଦାନ ବେଶ୍ ପ୍ରଂଶସନୀୟ ।

ସେ ଆହୁରି କହିଛନ୍ତି ଯେ ଭାରତକୁ ଏକ କ୍ରୀଡା ମହାଶକ୍ତିରେ ପରଣିତ କରିବାର ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱପ୍ନକୁ ସାକାର କରିବାକୁ କେନ୍ଦ୍ର କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରଣାଳୟ ଅଙ୍ଗୀକୃତ । ଭାରତୀୟ କ୍ରୀଡାବିତ୍‌ମାନଙ୍କର ପ୍ରଦର୍ଶନ ଜାତୀୟ ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ବଢାଇବା ପାଇଁ ମନ୍ତ୍ରଣାଳୟ ଅବିରତ ଭାବେ କାର୍ଯ୍ୟ କରୁଛି । “ଆମେ ଉଚ୍ଚମାନର ତାଲିମ, ଉତ୍ତମ କ୍ରୀଡା ଭିତ୍ତିଭୂମି ଓ ସୁବିଧା ସୁଯୋଗ ଆମ କ୍ରୀଡାବିତ୍‌ମାନଙ୍କୁ ଯୋଗାଇ ଆସୁଛୁ । ସବୁପ୍ରକାର ଖେଳକୁଦର ବିକାଶ ପାଇଁ ସରକାର ସମାନ ଗୁରୁତ୍ୱ ଦେଉଛନ୍ତି । ପ୍ରତିଭା ବିକାଶ ନିମନ୍ତେ ଖେଳକୁଦରେ ଅଧିକରୁ ଅଧିକ ପ୍ରତିଯୋଗିତାମାନ କରାଯାଉଛି । ଲିଙ୍ଗଗତ ସମାନତାକୁ ଗୁରୁତ୍ୱ ଦେଇ ଉଭୟ ପୁରୁଷ ଓ ମହିଳା କ୍ରୀଡାବିତ୍‌ଙ୍କୁ ସମାନ ସୁବିଧା ଓ ସୁଯୋଗ ଯୋଗାଇ ଦିଆଯାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଖେଳକୁଦକୁ ସ୍ୱଚ୍ଛ ଓ ନିଶାମୁକ୍ତ କରିବା ପାଇଁ ଜାତୀୟ, ଆଞ୍ଚଳିକ ଓ ଆନ୍ତର୍ଜାତିକ ସ୍ତରରେ ତାହାର ଉଦ୍ୟମ ଅବ୍ୟାହତ ରଖିଛି” ବୋଲି ସେ କହିଛନ୍ତି ।

କ୍ରୀଡା ମନ୍ତ୍ରୀ ଆହୁରି କହିଛନ୍ତି ଯେ ଉତ୍ତରର ଧନାଢ୍ୟ ବିକଶିତ ଦେଶ ଏବଂ ଦକ୍ଷିଣର ଦରିଦ୍ର ଅନଗ୍ରସର ରାଷ୍ଟ୍ରମାନଙ୍କ ମଧ୍ୟରେ ଯେଉଁ ବ୍ୟବଧାନ ରହିଛି ତାହାକୁ ହ୍ରାସ କରିବାକୁ ଭାରତ ଆଞ୍ଚଳିକ ସ୍ତରରେ କାମ କରୁଛି । ଏଥିପାଇଁ ଭାରତ ଏସୀୟ ମିତ୍ର ରାଷ୍ଟ୍ରମାନଙ୍କ ନିମନ୍ତେ ଅର୍ଥନୀତିକ ଓ ସାମାଜିକ ଅଭିବୃଦ୍ଧି ନିମନ୍ତେ କାମ କରୁଛି । ସେ ଆହୁରି କହିଛନ୍ତି ଯେ ବିଶ୍ୱ ଆଣ୍ଟି ଡୋପିଙ୍ଗ ଏଜେନ୍ସି ଓ କ୍ରୀଡା କ୍ଷେତ୍ରରେ ନିଶା ଔଷଧ ବ୍ୟବହାର ନିରୋଧୀ ଆନ୍ତର୍ଜାତିକ ୟୁନୋସ୍କୋ ଚୁକ୍ତି କ୍ଷେତ୍ରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ଅବଦାନ ଓ କାର୍ଯ୍ୟ ଆଣ୍ଟି ଡୋପିଙ୍ଗ ଆନ୍ଦୋଳନକୁ ବୈଶ୍ୱିକ ସ୍ତରରେ ଆହୁରି ବ୍ୟାପକ ଓ ସୁଦୃଢ କରିବାକୁ ଉଦ୍ଦିଷ୍ଟ । ଭାରତର କାର୍ଯ୍ୟ ଏ କ୍ଷେତ୍ରରେ ସ୍ପଷ୍ଟ ଏବଂ କ୍ରୀଡାକୁ ନିର୍ମଳ ଓ ନିଶାମୁକ୍ତ କରିବାକୁ ଏହା ସବୁ ସ୍ତରରେ ଉଦ୍ୟମ ଅବ୍ୟାହତ ରଖିଛି । 

ସେ କହିଛନ୍ତି ଯେ ଭାରତ ଏବେ ଜି-୨୦ର ଅଧ୍ୟକ୍ଷ ପଦରେ ରହିଛି । ଏହି ସଂଗଠନ ମାଧ୍ୟମରେ ଭାରତ ଏସିଆ ଅଞ୍ଚଳର ସମସ୍ୟାବଳୀକୁ ଅଗ୍ରାଧିକାର ଦେଇ ଏହାର ସମାଧାନ ପାଇଁ ବିଶ୍ୱ ମଂଚରେ ସ୍ୱର ଉଠାଉଛି । କ୍ରୀଡା ସହିତ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ବିକାଶମୂଳକ ସହଯୋଗ ବଢାଇବାକୁ ଭାରତ ପ୍ରସ୍ତାବ ଦେଇଛି । ‘ନାଡା’ ଇଣ୍ଡିଆଓ ‘ସାରାଡୋ’ ମଧ୍ୟରେ ନିଶା ଔଷଧ ବ୍ୟବହାରକୁ ରୋକିବା ପାଇଁ ହୋଇଥିବା ଏହି ଚୁକ୍ତିକୁ ସେ ସ୍ୱାଗତ କରିବା ସହିତ ଉଭୟ ସଂସ୍ଥାଙ୍କ ଅଭିନନ୍ଦନ ଜଣାଇଛନ୍ତି । ଏ ପ୍ରକାର ବୁଝାମଣା ପ୍ରଥମ ବୋଲି ସେ କହିଛନ୍ତି । ଏହା ଦ୍ୱାରା ଜାତୀୟ, ଆଞ୍ଚଳିକ ଓ ବିଶ୍ୱସ୍ତରରେ ଖେଳକୁଦ ଆହୁରି ସ୍ୱଚ୍ଛ ଏବଂ ନିଶାମୁକ୍ତ ହେବ ବୋଲି ସେ ମତ ଦେଇଛନ୍ତି । 

ଏହି ବୁଝାମଣାପତ୍ରରେ ‘ନାଡା’ ଇଣ୍ଡିଆର ମହାନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁଶ୍ରୀ ଋତୁ ସରିନ ଏବଂ ‘ସାରାଡୋ’ର ମହା ନିର୍ଦ୍ଦେଶକ ମହମ୍ମଦ ମହିଦ ଶରିଫ ସ୍ୱାକ୍ଷର କରିଥିଲେ । ଉଭସେୟ ପକ୍ଷ ଦକ୍ଷିଣ ଏସିଆର ଆଣ୍ଟି ଡୋପିଙ୍ଗ ଶିକ୍ଷା, ତାଲିମ, ଦକ୍ଷତା ବିକାଶ, ସେମିନାର କର୍ମଶାଳା, ଆୟୋଜନ ଏବଂ ଗବେଷଣା, ବିଭିନ୍ନ ବିନିମୟ କାର୍ଯ୍ୟକ୍ରମ ଓ ଆଦି ପ୍ରମୁଖ ଛ’ଟି କ୍ଷେତ୍ରରେ କାମ କରିବେ । 

ଏହି ଅବସରରେ ଭାରତର କ୍ରୀଡା ସଚିବ ସୁଶ୍ରୀ ସୁଜାତା ଚତୁର୍ବେଦୀ, ୱାଡାର ମହାନିର୍ଦ୍ଦେଶକ ସୁଶୀ ଋତୁ ସରିନ୍‌‌, ୱାଡାର ଏସିଆ-ଓସେନିଆ ନିର୍ଦ୍ଦେଶକ କାଜୁହିରୋ ହାୟାସୀ ଏବଂ ସାରାଡୋର ମହା ନିର୍ଦ୍ଦେଶକ ମହମ୍ମଦ ମହିନ ଶରିଫ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । 

ଏହି କାର୍ଯ୍ୟକ୍ରମରେ ସାରୋଡାର ସଦସ୍ୟ ରାଷ୍ଟ୍ର ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ ଓ ଶ୍ରୀଲଙ୍କାର ପ୍ରତିନିଧିମାନେ ନିଜ ନିଜ ଦେଶର ଚାଲିଥିବା ଆଣ୍ଟି ଡୋପିଙ୍ଗ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

 

******

TKM/SLP



(Release ID: 1937137) Visitor Counter : 114