ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ଆଖୁର ଉଚିତ ଓ ଲାଭକରୀ ମୂଲ୍ୟକୁ ମଞ୍ଜୁର କଲେ କେନ୍ଦ୍ର ସରକାର


୨୦୨୩-୨୪ ଚିନି ଋତୁ ପାଇଁ ନୂତନ ନିର୍ଦ୍ଧାରିତ ଦରରେ ଚାଷୀଙ୍କୁ ଆଖୁ ବାବଦରେ ପାରିଶ୍ରମିକ ଦେବେ ଚିନି କଳ

ଆଖୁ ଚାଷୀଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ କୁଇଣ୍ଟାଲ ପ୍ରତି ୩୧୫ ଟଙ୍କାର ଉଚିତ୍‌ ଓ ଲାଭକରୀ ମୂଲ୍ୟ ନିର୍ଦ୍ଧାରଣ

ଚାଷୀଙ୍କ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବା ଲାଗି ଭାରତ ସରକାର ସଂକଳ୍ପବଦ୍ଧ

ସରକାରଙ୍କ ନିଷ୍ପତ୍ତି ଦ୍ୱାରା ୫ କୋଟି ଆଖୁ ଚାଷୀ, ସେମାନଙ୍କର ପରିବାରଜନଙ୍କ ସହିତ ଚିନି କଳ ଓ ଆନୁସଙ୍ଗିକ କାର୍ଯ୍ୟରେ ନିୟୋଜିତ ୫ ଲକ୍ଷ ଶ୍ରମିକ ଲାଭାନ୍ୱିତ ହେବେ

Posted On: 28 JUN 2023 3:52PM by PIB Bhubaneshwar

​​​​​​ଆଖୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୩-୨୪ ଚିନି ଋତୁ (ଅକ୍ଟୋବର-ସେପ୍ଟେମ୍ବର) ପାଇଁ ଆଖୁର ଉଚିତ୍‌ ଓ ଲାଭକରୀ ମୂଲ୍ୟ (ଏଫଆରପି)କୁ ମଞ୍ଜୁର କରିଛି । ୧୦.୨୫% ର ମୂଳ ଅସୁଲି ହାର ସହିତ କୁଇଣ୍ଟାଲ ପ୍ରତି ୩୧୫ ଟଙ୍କାର ଏଫଆରପି ନିର୍ଦ୍ଧାରଣ କରାଯାଇଛି । ୧୦.୨୫% ଠାରୁ ଅଧିକ ଏବଂ ଅତିରିକ୍ତ ଅସୁଲି କ୍ଷେତ୍ରରେ ପ୍ରତ୍ୟେକ ୦.୧% ବୃଦ୍ଧି ପାଇଁ କୁଇଣ୍ଟାଲ ପ୍ରତି ୩.୦୭ ଟଙ୍କାର ପ୍ରିମିୟମ ଯୋଗାଇ ଦେବା ଏବଂ ଅସୁଲିରେ ପ୍ରତ୍ୟେକ ୦.୧%ର ହ୍ରାସ ପାଇଁ ଏଫଆରପିରେ ୩.୦୭ ଟଙ୍କା/କୁଇଣ୍ଟାଲର ହ୍ରାସ କରିବାକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି ।

ଆହୁରି, ଆଖୁ ଚାଷୀଙ୍କ ହିତ ରକ୍ଷାକୁ ଦୃଷ୍ଟିରେ ରଖି, ଯେଉଁଠାରେ ଅସୁଲି ୯.୫% ଠାରୁ କମ୍‌ ରହିଥିବ ସେଠାରେ ଚିନି କଳ କ୍ଷେତ୍ରରେ କୌଣସି ହ୍ରାସ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଏପରି ଚାଷୀଙ୍କୁ ଚଳିତ ଚିନି ଋତୁ ୨୦୨୨-୨୩ରେ କୁଇଣ୍ଟାଲ ପ୍ରତି ୨୮୨.୧୨୫ ଟଙ୍କା ତୁଳନାରେ ପରବର୍ତ୍ତୀ ୨୦୨୩-୨୪ ଚିନି ଋତୁ ପାଇଁ କୁଇଣ୍ଟାଲ ପ୍ରତି ୨୯୧.୯୭୫ ଟଙ୍କା ଦିଆଯିବ ।

୨୦୨୩-୨୪ ଆଖୁ ଋତୁ ପାଇଁ ଆଖୁ ଉତ୍ପାଦନ ଖର୍ଚ୍ଚ କୁଇଣ୍ଟାଲ ପ୍ରତି ୧୫୭ ଟଙ୍କା ରହିଛି । ୧୦.୨୫% ଅସୁଲି ଦରରେ କୁଇଣ୍ଟାଲ ପ୍ରତି ୩୧୫ ଟଙ୍କାର ଏଫଆରପି ଉତ୍ପାଦନ ଖର୍ଚ୍ଚ ଠାରୁ ୧୦୦.୬% ଅଧିକ ।

ଚିନି କଳ ଦ୍ୱାରା ଚିନି ଋତୁ ୨୦୨୩-୨୪(୧ ଅକ୍ଟୋବର, ୨୦୨୩ ଠାରୁ ଲାଗୁ)ରେ ଚାଷୀଙ୍କ ଠାରୁ ଆଖୁ କିଣିବା ପାଇଁ ଅନୁମୋଦିତ ଏଫଆରପି ପ୍ରଯୁଜ୍ୟ ହେବ । ଚିନି କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ କୃଷି ଆଧାରିତ କ୍ଷେତ୍ର ଯାହାକି ୫ କୋଟି ଆଖୁ ଚାଷୀ, ସେମାନଙ୍କର ପରିବାରଜନଙ୍କ ସହିତ ଚିନି କଳ ଓ ଆନୁସଙ୍ଗିକ କାର୍ଯ୍ୟରେ ନିୟୋଜିତ ୫ ଲକ୍ଷ ଶ୍ରମିକଙ୍କ ସହିତ କୃଷି ଶ୍ରମିକ ଓ ପରିବହନ କ୍ଷେତ୍ର ସମେତ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟକଳାପ ଜୀବନଜୀବିକାକୁ ପ୍ରଭାବିତ କରିଥାଏ। 

କୃଷି ବ୍ୟୟ ଓ ମୂଲ୍ୟ ପାଇଁ ଗଠିତ ଆୟୋଗଙ୍କ ସୁପାରିସ ଆଧାରରେ ଏବଂ ରାଜ୍ୟ ସରକାର ଓ ଅନ୍ୟ ଅଂଶୀଦାରଙ୍କ ସହିତ ବିଚାରବିମର୍ଶ ପରେ ଏଫଆରପି ଦର ବିଚାରକୁ ନିଆଯାଇଛି । ୨୦୧୩-୧୪ ଆଖୁ ଋତୁ ଠାରୁ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏଫଆରପିର ବିବରଣୀ ନିମ୍ନରେ ଦିଆଗଲା :

BS



(Release ID: 1936091) Visitor Counter : 111