ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆମାଜନ୍ ଅଧ୍ୟକ୍ଷ ତଥା ସିଇଓ ଆଣ୍ଡ୍ର‌୍ୟୁ ଆର୍‌. ଜେସିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 24 JUN 2023 7:23AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁନ୍ ୨୩ରେ ୱାଶିଂଟନ୍ ଡିସିରେ ଆମାଜନ୍ ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ଆଣ୍ଡ୍ର‌୍ୟୁ ଆର୍‌. ଜେସିଙ୍କୁ ଭେଟିଛନ୍ତି ।

ଇ-ବାଣିଜ୍ୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଏବଂ ଜେସି ଆଲୋଚନା କରିଛନ୍ତି । ଭାରତର ଲଜିଷ୍ଟିକ୍ ସେକ୍ଟରରେ ଆମାଜନ୍ ସହ ଅଧିକ ସହଯୋଗର ସମ୍ଭାବନା ଉପରେ ମଧ୍ୟ ସେମାନେ ଆଲୋକପାତ କରିଥିଲେ ।

ଭାରତରେ ଏମଏସଏମଇର ଡିଜିଟାଇଜେସନକୁ ପ୍ରୋତ୍ସାହିତ କରିବା ପାଇଁ ଆମଜନର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ।

 

SR



(Release ID: 1934970) Visitor Counter : 113