ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୟୁଏସ୍ କଂଗ୍ରେସର ମିଳିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
Posted On:
23 JUN 2023 7:33AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ଜୁନ୍ ୨୦୨୩ ରେ ଆମେରିକା ହାଉସ୍ ଅଫ୍ ରିପ୍ରେଜେଂଟିଭ୍ର ବାଚସ୍ପତି ମହାମହିମ ଶ୍ରୀ କେଭିନ୍ ମ୍ୟାକକାର୍ଥୀ; ସିନେଟର ପ୍ରମୁଖ ନେତା ମହାମହିମ ଶ୍ରୀ ଚାର୍ଲ୍ସ ଶୁମର, ସିନେଟର ରିପବ୍ଲିକ୍ ନେତା ମହାମହିମ ଶ୍ରୀ ମିଚ୍ ମ୍ୟାକୋନେଲ୍; ଏବଂ ହାଉସ୍ ଡେମୋକ୍ରାଟିକ୍ ନେତା ମହାମହିମ ଶ୍ରୀ ହାକିମ୍ ଜେଫ୍ରିଙ୍କ ଆମନ୍ତ୍ରଣରେ ଏକ ମିଳିତ ବୈଠକକୁ ସମ୍ବୋଧିତ କରିଥିଲେ ।
ଏହି ଅବସରରେ ଆମେରିକାର ଉପରାଷ୍ଟ୍ରପତି ମହାମହିମ କମଳା ହାରିସ୍ ମଧ୍ୟ ଉପସ୍ଥିତ ଥିଲେ ।
କ୍ୟାପିଟଲ୍ ହିଲରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ନେତାମାନେ ଆନୁଷ୍ଠାନିକ ରୂପେ ସ୍ୱାଗତ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ଗୃହର ବାଚସ୍ପତି କେଭିନ ମ୍ୟାକକାର୍ଥୀ ଏବଂ କଂଗ୍ରେସ ନେତାଙ୍କ ସହ ଅଲଗା ଅଲଗା ବୈଠକ କରିଥିଲେ ।
ତାଙ୍କ ସମ୍ବୋଧନରେ, ଭାରତ- ଆମେରିକା ସମ୍ପର୍କର ଗଭୀରତା ପାଇଁ ୟୁଏସ୍ କଂଗ୍ରେସରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଏବଂ ଦୃଢ ଦ୍ୱିପାକ୍ଷିକ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ କୃତଜ୍ଞତା ଜଣାଇଥିଲେ ।
ଭାରତ- ଆମେରିକା ଦ୍ୱିପାକ୍ଷିକ ସମ୍ପର୍କରେ ଦ୍ରୁତ ଅଗ୍ରଗତି ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ତାଙ୍କର ଦୃଷ୍ଟିଭଙ୍ଗୀକୁ ମଧ୍ୟ ଉପସ୍ଥାପନ କରିଥିଲେ । ସେ ଆହୁରି ମଧ୍ୟ ଭାରତ ଦ୍ୱାରା ହୋଇଥିବା ଅନେକ ଅଗ୍ରଗତି ସମ୍ପର୍କରେ କହିଥିଲେ ଏବଂ ଏହା ବିଶ୍ୱ ପାଇଁ ସୁଯୋଗ ପ୍ରଦାନ କରୁଛି ବୋଲି ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସମ୍ମାନ ଉଦ୍ଦେଶ୍ୟରେ ବାଚସ୍ପତି ମ୍ୟାକକାର୍ଥୀ ଏକ ଅଭ୍ୟର୍ଥନା ସମାରୋହ ଆୟୋଜନ କରିଥିଲେ । ୟୁଏସ୍ କଂଗ୍ରେସର ମିଳିତ ବୈଠକରେ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ସମ୍ବୋଧନ ଥିଲା । ସେ ଏହା ପୂର୍ବରୁ ସେପ୍ଟେମ୍ବର ୨୦୧୬ ରେ ଆମେରିକା ଗସ୍ତ ସମୟରେ ୟୁଏସ୍ କଂଗ୍ରେସକୁ ସମ୍ବୋଧିତ କରିଥିଲେ ।
******
SSP
(Release ID: 1934756)
Visitor Counter : 148
Read this release in:
Punjabi
,
English
,
Urdu
,
Marathi
,
Marathi
,
Hindi
,
Nepali
,
Assamese
,
Bengali
,
Manipuri
,
Gujarati
,
Tamil
,
Telugu
,
Kannada
,
Malayalam