ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଡିଜି ଯାତ୍ରା ଆପ୍ ର ଉପଯୋଗ କରୁଥିବା ଲୋକଙ୍କର ସଂଖ୍ୟା ଏକ ମିଲିୟନରୁ ଅଧିକ ହେଇଗଲା


ଡିଜି ଯାତ୍ରାର ଉପଯୋଗ କରି ଯାତ୍ରା କରୁଥିବା ଯାତ୍ରୀଙ୍କର ସଂଖ୍ୟା 20 ଜୁନ, 2023 ପର୍ଯ୍ୟନ୍ତ 1.74 ମିଲିୟନ ପର୍ଯ୍ୟନ୍ତ ପହଂଚିଗଲା


ବାରାଣସୀରେ ଏହି ସୁବିଧାର ଉପଯୋଗ କରୁଥିବା ଯାତ୍ରୀମାନଙ୍କର ପ୍ରତିଶତ ହେଉଛି ସର୍ବାଧିକ, ଏହା ପରେ ଦ୍ୱିତୀୟ ସ୍ଥାନରେ ବିଜୟୱାଡା ରହିଛି

Posted On: 22 JUN 2023 2:55PM by PIB Bhubaneshwar

ଚଳିତ ସପ୍ତାହରେ ନିଜର ମୋବାଇଲ ଫୋନରେ ଡିଜି ଯାତ୍ରା ଏପ୍ଲିକେସନ ଇନଷ୍ଟଲ କରିଥିବା ଯାତ୍ରୀମାନଙ୍କର ସଂଖ୍ୟା ଏକ ମିଲିୟନରୁ ଅଧିକ ହୋଇ ଯାଇଛି ବେସାମରିକ ବିମାନ ଚଳାଚଳ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆଙ୍କ ଦ୍ୱାରା 1 ଡିସେମ୍ବର, 2022ରେ ଏହାର ଉଦଘାଟନ ପରେ 1.746 ମିଲିୟନ ଲୋକ ଏହି ସୁବିଧାର ଉପଯୋଗ କରିଛନ୍ତି

 

20 ଜୁନ, 2023 ପର୍ଯ୍ୟନ୍ତ ଡିଜି ଯାତ୍ରା ଏପ୍ଲିକେସନ ବ୍ୟବହାରକରୀଙ୍କ ଆଧାର

azadi ka amrit mahotsavg20-india-2023

Digi Yatra App installed base

 

 

 

Total App users:

1,020 K

K=1,000

 

Android:

866 K

App Rating:

4.1

iOS:

154 K

App Rating:

4.1

 

ସୁବିଧାର ଉଦଘାଟନ ହେବା ପରେ ବିମାନବନ୍ଦର- ବାର ବ୍ୟବହାରକରୀଙ୍କ  ଡାଟା :

Airport name

Total DY PAX till 20th June 23

Last 7 days' average Digi Yatra adoption %age

Delhi

648,359

19.00%

Bengaluru

503,802

14.30%

Varanasi

225,847

76.40%

Vijayawada

46,668

62.20%

Kolkata

180,361

18.70%

Pune

104,133

23.20%

Hyderabad

37,133

4.70%

Grand Total DY PAX

1,746,303

 

 

ଡିଜି ଯାତ୍ରା ପ୍ରାରମ୍ଭରେ ଡିସେମ୍ବର 2022ରେ ତିନି ବିମାନ ବନ୍ଦର - ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ ବାରାଣସୀରେ ଶୁଭାରମ୍ଭ କରାଯାଇଥିଲା, ଯାହା ପରେ ଅପ୍ରେଲ 2023ରେ ବିଜୟୱାଡ଼ା, କୋଲକାତା, ହାଇଦ୍ରାବାଦ ଏବଂ ପୁଣେରେ ଆରମ୍ଭ କରାଗଲା 1 ଅପ୍ରେଲ, 2023ରୁ ସମସ୍ତ ସାତୋଟି ବିମାନବନ୍ଦରରେ ଡିଜି ଯାତ୍ରା ଆପ୍ଲିକେସନକୁ ଯାତ୍ରୀମାନଙ୍କ ଦ୍ୱାରା ଉପଯୋଗ କରାଯିବା ନିମ୍ନାନୁସାରେ ରହିଛି

Airport Name

Total Airport PAX

Total DY PAX from 1st April 23 to 20th Jun 23

DY PAX adoption %age from the start

Last 7 days' average Digi Yatra adoption %age

Vijayawada

91,313

46,668

51.11%

62.20%

Pune

875,091

104,133

11.90%

23.20%

Kolkata

1,675,315

180,361

10.77%

18.70%

Varanasi

269,237

152,585

56.67%

76.40%

Delhi

4,803,358

465,591

9.69%

19.00%

Hyderabad

2,081,400

37,133

1.78%

4.70%

Bengaluru

2,957,547

313,464

10.60%

14.30%

 

ଡିଜି ଯାତ୍ରା ହେଉଛି ଶରୀରର ବାୟୋମେଟ୍ରିକ ସତ୍ୟପାଠ ପ୍ରାଦ୍ୟୋଗିକର ଉପଯୋଗ କରି ବାୟୋମେଟ୍ରିକ ବୋର୍ଡିଙ୍ଗ ପ୍ରଣାଳୀ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ହେଉଛି ଏକ ପଦକ୍ଷେପ । ଏହାର ଉଦ୍ଦେଶ୍ୟ ହେଉଛି ବିମାନବନ୍ଦରରେ ଯାତ୍ରୀମାନଙ୍କୁ ସହଜ ଏବଂ ବାଧାମୁକ୍ତ ଅନୁଭବ ପ୍ରଦାନ କରିବା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେତେକ ସମ୍ପର୍କ ବିନ୍ଦୁଗୁଡ଼ିକ ଉପରେ ଟିକେଟ ଏବଂ ଆଇଡିର ମାନୁଆଲ ସତ୍ୟପାଠର ଆବଶ୍ୟକତାକୁ ସମାପ୍ତ କରି ଏବଂ ଡିଜିଟାଲ ଫ୍ରେମୱାର୍କର ଉପଯୋଗ କରି ବର୍ତମାନର ଅବସଂରଚନାର ମାଧ୍ୟମରେ ଉନ୍ନତ ପ୍ରବାହ କ୍ଷମତା (ଶ୍ରୁପୁଟ) ଅର୍ଜିତ କରି ଯାତ୍ରାର ସୁଖଦ ଅନୁଭବରେ ବୃଦ୍ଧି କରିବା ।

ଡିଜି ଯାତ୍ରା ପ୍ରକ୍ରିୟାରେ, ଯାତ୍ରୀମାନଙ୍କର ବ୍ୟକ୍ତିଗତ ପରିଚୟ ଯୋଗ୍ୟ ସୂଚନା (ପିଆଇଆଇ) ଡାଟାର କୌଣସି କେନ୍ଦ୍ରିୟ ଭଣ୍ଡାରଣ ନୁହେଁ । ଯାତ୍ରୀମାନଙ୍କର ସମସ୍ତ ଡାଟାକୁ ଲିପିବଦ୍ଧ କରାଯାଏ ଏବଂ ଯାତ୍ରୀମାନଙ୍କର ସ୍ମାର୍ଟଫୋନର ୱାଲେଟରେ ଷ୍ଟୋର କରାଯାଏ ଆଉ ଯାତ୍ରା ଆରମ୍ଭ ହେବାର ମୂଳ ବିମାନବନ୍ଦର ସହିତ ସୀମିତ ସମୟ ଅବଧି ପାଇଁ ହିଁ ବିନିମୟ କରାଯାଇଥାଏ, ଯେଉଁଠାରେ ଯାତ୍ରୀଙ୍କ ଡିଜି ଯାତ୍ରା ପାଇଁ ଆଇଡିକୁ ସତ୍ୟପାଠ କରିବାର ଆବଶ୍ୟକତା ହୋଇଥାଏ । ଉଡାଣର 24 ଘଂଟା ମଧ୍ୟରେ ସିଷ୍ଟମରୁ ଡାଟା ହଟାଇ ଦିଆ ଯାଇଥାଏ । ଡାଟା କେବଳ ମୂଳ ବିମାନବନ୍ଦରରେ ସିଧାସଳଖ ଭାବେ ଯାତ୍ରୀମାନଙ୍କ ସହିତ ବିନିମୟ କରାଯାଏ ଆଉ ତାହା ମଧ୍ୟ କେବଳ ସେତେବେଳେ ଯେତେବେଳେ ସେମାନେ ଯାତ୍ରା କରୁଥାଆନ୍ତି । ଡାଟାର ଉପଯୋଗ କୌଣସି ଅନ୍ୟ ଶାଖା ଦ୍ୱାରା କରାଯାଇ ପାରିବ ନାହିଁ କାରଣ ଏହା ହେଉଛି ଲିପିବଦ୍ଧ ଆଉ ଏହାକୁ କୌଣସି ମଧ୍ୟ ଅଂଶିଦାରଙ୍କ ସହିତ ବିନିମୟ କରାଯାଇ ପାରିବ ନାହିଁ ।

*****

AH



(Release ID: 1934675) Visitor Counter : 84