ଉପରାଷ୍ଟ୍ରପତିଙ୍କ ସଚିବାଳୟ
ଉପରାଷ୍ଟ୍ରପତି ଆନ୍ତର୍ଜାତିକ ଯୋଗ ଦିବସ, ୨୦୨୩ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବେ ଉପରାଷ୍ଟ୍ରପତି ମଧ୍ୟ ପ୍ରଦେଶର ଜବଲପୁରରେ ସାମୁହିକ ଯୋଗ ପ୍ରଦର୍ଶନର ନେତୃତ୍ୱ କରିବେ ଉପରାଷ୍ଟ୍ରପତି ଯାତ୍ରା ସମୟରେ ନର୍ମଦା ଜୀଙ୍କର ଆରତୀରେ ସାମିଲ ହେବେ
Posted On:
19 JUN 2023 4:15PM by PIB Bhubaneshwar
ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ୨୧ ଜୁନ୍ ୨୦୨୩ରେ ଜବଲପୁରରେ ଆନ୍ତର୍ଜାତିକ ଯୋଗ ଦିବସ (ଆଇଡିୱାଇ ୨୦୨୩) ସମାରୋହରେ ମୁଖ୍ୟ ଅତିଥି ହେବେ । ସେ ସଭାକୁ ସମ୍ବୋଧିତ କରିବେ ଏବଂ ପରେ କାର୍ଯ୍ୟକ୍ରମ ସ୍ଥଳରେ ସାମୁହିକ ଯୋଗ ପ୍ରଦର୍ଶନର ନେତୃତ୍ୱ କରିବେ । ଆଇଡିୱାଇ ୨୦୨୩ର ଆଦର୍ଶ ବାକ୍ୟ ‘ବସୁଧୈବ କୁଟୁମ୍ବକମ’ ପାଇଁ ଯୋଗ ଅଟେ ।
ଉଲ୍ଲେଖଯୋଗ୍ୟ, ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ୨୦୧୪ରେ ଗୋଟିଏ ପ୍ରସ୍ତାବ ମାଧ୍ୟମରେ ୨୧ ଜୁନକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ସ୍ୱୀକୃତି ଦିଆଯାଇଥିବା ୯ ବର୍ଷ ପୂରଣ ହୋଇଛି । ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ର ବୈଶ୍ୱିକ କାର୍ଯ୍ୟକ୍ରମର ନେତୃତ୍ୱ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୁ୍ୟୟର୍କରେ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟରେ କରିବେ । ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ର ରାଷ୍ଟ୍ରୀୟ ଆୟୋଜନର ନେତୃତ୍ୱ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ କରିବେ ।
ଶ୍ରୀ ଧନଖଡ଼ ୨୦ ଜୁନରେ ଜବଲପୁର ଆସିବେ, ଯେଉଁଠାରେ ସେ ଶ୍ରୀମତୀ (ଡା.) ସୁଦେଶ ଧନଖଡ଼ଙ୍କ ସହିତ ପୂଜାର୍ଚ୍ଚନା କରିବେ ଏବଂ ଗୌରୀ ଘାଟିରେ ନର୍ମଦା ଜୀଙ୍କର ଆରତୀରେ ସାମିଲ ହେବେ ।
ମଧ୍ୟ ପ୍ରଦେଶର ମାନନୀୟ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ର ବନ୍ଦର, ପରିବହନ ଏବଂ ଜଳପଥ ଏବଂ ଆୟୁଷ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ କାର୍ଯ୍ୟକ୍ରମରେ ଉପସ୍ଥିତ ହେବାର ଆଶା ରହିଛି ।
NS/MB
(Release ID: 1933556)
Visitor Counter : 139