ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜଳ ସଂରକ୍ଷଣ ପାଇଁ ସଚେତନତା ପ୍ରସାର କରିବା ପାଇଁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 JUN 2023 8:29PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ଷା ଜଳ ଅମଳ ବିଷୟରେ ସଚେତନତାର ପ୍ରସାର କରିବା ପାଇଁ ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାର ନେହେରୁ ଯୁବ କେନ୍ଦ୍ରର ସ୍ବୟଂ ସେବକଙ୍କ ଦ୍ବାରା ନୁକଡ଼ ନାଟକ କରାଯାଇଥିବାରୁ ପ୍ରଶଂସା କରିଛନ୍ତି। 

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କର ଏକ ଟ୍ବିଟର ଉତ୍ତର ପ୍ରଦାନ କରି ପ୍ରଧାନମନ୍ତ୍ରୀ ଟ୍ବିଟ କରିଛନ୍ତି 

‘‘ଏହି ପ୍ରକାରର ପ୍ରଚେଷ୍ଟା ପ୍ରଶଂସନୀୟ ଅଟେ ଏବଂ ଏହା ବିଭିନ୍ନ ବିଷୟ ଉପରେ ସଚେତନତା ପ୍ରସାର କରିବା ପାଇଁ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମୋର ଆଶା ରହିଛି ଯେ ଜଳ ସଞ୍ଚୟର ବାର୍ତ୍ତାକୁ ଆଗକୁ ନେବା ପାଇଁ ସାରା ଭାରତର ଲୋକମାନେ ଏହି ପ୍ରକାରର ପ୍ରଚେଷ୍ଟା କରିବେ। 

BS


(ରିଲିଜ ଆଡି: 1933495) ପରିଦର୍ଶକ କାଉଣ୍ଟର : 173