ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରକ୍ତଦାନ ଅମୃତ ମହୋତ୍ସବରେ ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
Posted On:
15 JUN 2023 1:24PM by PIB Bhubaneshwar
ବିଶ୍ୱ ରକ୍ତଦାନ ଦିବସ ଅବସରରେ ରକ୍ତଦାନ ଅଭିଯାନ ଏବଂ ରକ୍ତଦାତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ‘ରକ୍ତ ଦିଅ, ପ୍ଲାଜମା ଦିଅ, ଜୀବନ ବାଣ୍ଟ, ବହୁ ସମୟରେ ବାଣ୍ଟ’ ବାର୍ତ୍ତାକୁ ବିସ୍ତାର କରି ବିଶ୍ୱ ରକ୍ତଦାନ ଦିବସ ସାରା ଦେଶରେ ବେଶ ଉତ୍ସାହର ସହ ପାଳନ କରାଯାଇଛି ।
ରକ୍ତଦାନ ଅମୃତ ମହୋତ୍ସବର ଅଂଶବିଶେଷ ଭାବେ ବିଭିନ୍ନ ରକ୍ତଦାନ ଶିବିର ଆୟୋଜନ କରାଯାଇ ରକ୍ତଦାତାଙ୍କୁ ସମ୍ମାନିତ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ମୁଁ ସମସ୍ତ ରକ୍ତଦାତାଙ୍କ ପ୍ରଶଂସା କରୁଛି । ସେମାନଙ୍କ ଦୟାଳୁ ମନୋଭାବପୂର୍ଣ୍ଣ କାର୍ଯ୍ୟ ଯୋଗୁ ଅଗଣିତ ଜୀବନ ବଞ୍ଚାଯାଇପାରିବ । ଏହା ଭାରତର ସେବା ତଥା କରୁଣାର ନୈତିକତାକୁ ମଧ୍ୟ ପ୍ରତିପାଦିତ କରେ ।’
SR
(Release ID: 1932539)
Visitor Counter : 126
Read this release in:
Assamese
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam