ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା


ଉଭୟ ନେତା ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ସହ ବ୍ରିକ୍ସରେ ସହଯୋଗ ନେଇ କଲେ ସମୀକ୍ଷା


ରାଷ୍ଟ୍ରପତି ରାମଫୋସା ଆଫ୍ରିକୀୟ ନେତାଙ୍କ ଶାନ୍ତି ପଦକ୍ଷେପ ନେଇ ଶ୍ରୀ ମୋଦୀଙ୍କୁ କଲେ ଅବଗତ


କଥାବାର୍ତ୍ତା ଓ କୂଟନୀତିର ନିରବଚ୍ଛିନ୍ନ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି
ରାଷ୍ଟପତି ରାମଫୋସା, ଭାରତର ଜି-୨୦ ଅଧ୍ୟକ୍ଷତା ପ୍ରତି ଜଣାଇଥିଲେ ସମ୍ପୂର୍ଣ୍ଣ ସମର୍ଥନ

Posted On: 10 JUN 2023 10:16PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ଶ୍ରୀ ମାଟମେଲା ସିରିଲ ରାମଫୋସାଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । 

ଉଭୟ ନେତା ଦୁଇ ଦେଶ ମଧ୍ୟରେ ଏହି ଐତିହାସିକ ତଥା ଜନସାଧାରଣଙ୍କ ସୌହାର୍ଦ୍ଧ୍ୟ ଉପରେ ପ୍ରତିଷ୍ଠିତ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଚଳିତବର୍ଷ ପ୍ରାରମ୍ଭରେ ୧୨ଟି ଚିତାକୁ ଭାରତ ଆଣି ଥଇଥାନ କରିବା ନେଇ ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ । 

ସେମାନେ ଉଭୟ ଦେଶର ସ୍ୱାର୍ଥ ସମ୍ବଳିତ କେତେକ ବୈଶ୍ୱିକ ସମସ୍ୟା ଉପରେ ମଧ୍ୟ ମତ ବିନିମୟ କରିଥିଲେ । ଏଥିରେ ଚଳିତବର୍ଷ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ହେବାକୁ ଥିବା ବ୍ରିକ୍ସ ସହଯୋଗ ମଧ୍ୟ ଅନ୍ତର୍ଭୁକ୍ତ । 

ରାଷ୍ଟ୍ରପତି ରାମଫୋସା ଆଫ୍ରିକୀୟ ନେତାମାନଙ୍କ ଶାନ୍ତି ପଦକ୍ଷେପ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ । ଭାରତ ୟୁକ୍ରେନରେ ଶାନ୍ତି ଓ ସ୍ଥିରତା ନେଇ ଭାରତ ପ୍ରତ୍ୟେକ ପଦକ୍ଷେପର ସମର୍ଥନ କରୁଥିବାବେଳେ ଏହାକୁ ଆଗେଇ ନେବା ପାଇଁ ନିରବିଚ୍ଛନ୍ନ କଥାବାର୍ତ୍ତା ଓ କୂଟନୀତି ଉପରେ ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଭାରତ ଜି-୨୦ରେ ଅଧ୍ୟକ୍ଷତା କରୁଥିବାବେଳେ ରାଷ୍ଟ୍ରପତି ରାମଫୋସା ଏ ଦିଗରେ ଭାରତକୁ ଦୃଢ ସମର୍ଥନ ବ୍ୟକ୍ତ କରିବା ସହ ସେ ଭବିଷ୍ୟତରେ ଭାରତ ଗସ୍ତ କରିପାରନ୍ତି ବୋଲି କହିଥିଲେ ।

ଉଭୟ ନେତା କଥାବାର୍ତ୍ତା ଜାରି ରଖିବା ନେଇ ସହମତି ବ୍ୟକ୍ତ କରିଥିଲେ ।

***** 

SM/SLP



(Release ID: 1931456) Visitor Counter : 109