ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୁନ୍ ୩ ତାରିଖରେ ଗୋଆର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ


ଏହା ଦେଶରେ ୧୯ ତମ ବନ୍ଦେ ଭାରତ ଟ୍ରେନ୍ ହେବ

ବନ୍ଦେ ଭାରତ ପ୍ରାୟ ସାଢେ ସାତ ଘଣ୍ଟାରେ ମୁମ୍ବାଇ ଏବଂ ଗୋଆ ମଧ୍ୟରେ ଯାତ୍ରା କରିବ; ଏହି ମାର୍ଗରେ ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ଏକ ଘଣ୍ଟା ଯାତ୍ରା ସମୟ ସଞ୍ଚୟ କରିବ

ଏହି ଟ୍ରେନ ଯାତ୍ରୀମାନଙ୍କୁ ବିଶ୍ୱ ସ୍ତରୀୟ ଅଭିଜ୍ଞତା ପ୍ରଦାନ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବ

प्रविष्टि तिथि: 02 JUN 2023 1:27PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ମାଡଗାଓଁ ରେଳ ଷ୍ଟେସନରୁ ୩ ଜୁନ୍ ପୂର୍ବାହ୍ନ ୧୦:୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ‘ମେକ୍ ଇନ୍ ଇଣ୍ଡିଆ' ଏବଂ ଆତ୍ମନିର୍ଭର ଭାରତର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସାକାର କରି ମୁମ୍ବାଇ - ଗୋଆ ମାର୍ଗରେ ସଂଯୋଗକୁ ସୁଦୃଢ କରିବ ଏବଂ ଏହି ଅଞ୍ଚଳର ଲୋକଙ୍କୁ ଗତି ଏବଂ ଆରାମରେ ଯାତ୍ରା କରିବାର ମାଧ୍ୟମ ଯୋଗାଇବ । ଏହି ଟ୍ରେନ୍ ଦେଶରେ ଚଳାଚଳ କରିବାକୁ ଥିବା ୧୯ ତମ ବନ୍ଦେ ଭାରତ ଟ୍ରେନ୍ ହେବ ।

ଏହି ଟ୍ରେନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ ଏବଂ ଗୋଆର ମାଡଗାଓଁ ଷ୍ଟେସନ ମଧ୍ୟରେ ଚାଲିବ । ଏହା ପ୍ରାୟ ସାଢେ ସାତ ଘଣ୍ଟା ମଧ୍ୟରେ ଯାତ୍ରାକୁ ସମାପ୍ତ କରିବ ଯାହାକି ଦୁଇ ସ୍ଥାନକୁ ସଂଯୋଗ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ଏକ ଘଣ୍ଟା ଯାତ୍ରା ସମୟ ସଞ୍ଚୟରେ ସାହାଯ୍ୟ କରିବ ।

ବିଶ୍ୱ ସ୍ତରୀୟ ସୁବିଧା ଏବଂ କବଚ ଜ୍ଞାନକୌଶଳ ସହିତ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟରେ ସଜ୍ଜିତ ଏହି ସ୍ୱଦେଶୀ ନିର୍ମିତ ଟ୍ରେନ୍ ମଧ୍ୟ ଉଭୟ ରାଜ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବ ।

HS


(रिलीज़ आईडी: 1929365) आगंतुक पटल : 180
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam