ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

प्रविष्टि तिथि: 21 MAY 2023 8:48AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମେ ୨୧ରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କୁ ଜି-୭ ଶିଖର ସମ୍ମିଳନୀ ଅବସରରେ ହିରୋସୀମାରେ ଭେଟିଛନ୍ତି ।

 

ଦୁଇ ନେତା ଭାରତ-ବ୍ରିଟେନ ଏଫଟିଏ ବୁଝାମଣାର ଅଗ୍ରଗତି ବାବଦରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ ।

 

ସେମାନେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଉଚ୍ଚଶିକ୍ଷା, ଲୋକଙ୍କ ମଧ୍ୟରେ ସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ମଜଭୁତ କରିବା ପାଇଁ ସହମତ ହୋଇଥିଲେ । 

 

ଭାରତ ଅଧ୍ୟକ୍ଷତାରେ ଚାଲିଥିବା ଜି-୨୦ ସମ୍ମିଳନୀ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ପ୍ରଧାନମନ୍ତ୍ରୀ ଜି-୨୦ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ସୁନକଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସୁକ ଥିବା ଜଣାଇଥିଲେ ।

 SR


(रिलीज़ आईडी: 1926063) आगंतुक पटल : 149
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam