ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋରିଆ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 20 MAY 2023 12:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜି- ୭ ଶିଖର ସମ୍ମିଳନୀ ଅବସରରେ ମେ ୨୦, ୨୦୨୩ରେ ହିରୋସିମା ଠାରେ କୋରିଆ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ୟୁନ ସୁକ ୟେଓଲଙ୍କୁ ଭେଟିଛନ୍ତି । 

ଉଭୟ ନେତା ଭାରତ- କୋରିଆ ଗଣରାଜ୍ୟର ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀର ପ୍ରଗତି ସମୀକ୍ଷା କରିବା ସହ ବିଶେଷ କରି ବାଣିଜ୍ୟ ଓ ନିବେଶ, ଉଚ୍ଚ ପ୍ରଯୁକ୍ତି, ଆଇଟି ହାର୍ଡୱେର ଉତ୍ପାଦନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର୍ସ ଓ ସଂସ୍କୃତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ମଜବୁତ କରିବାର ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

ଉଭୟ ଦେଶ ଚଳିତ ବର୍ଷ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ପାଳନ ନେଇ ଉଭୟ ନେତା ଉଲ୍ଲେଖ କରିବା ସହ ଭବିଷ୍ୟତରେ ସହଯୋଗ ବୃଦ୍ଧି ପାଇଁ ସହମତ ହୋଇଥିଲେ । 

ରାଷ୍ଟ୍ରପତି ୟୁନ ସୁକ ୟେଓଲ ପ୍ରଧାନମନ୍ତ୍ରୀଙ୍କ ଜି-୨୦ ନେତୃତ୍ୱକୁ ପ୍ରଶଂସା କରିବା ସହ ନିଜ ସମର୍ଥନ ଜଣାଇଥିଲେ । ଚଳିତ ବର୍ଷ ସେପ୍ଟେମ୍ବରରେ ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ୟୁନଙ୍କ ଭାରତ ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କୋରିଆ ଗଣରାଜ୍ୟର ହିନ୍ଦ- ପ୍ରଶାନ୍ତ ମହାସାଗରୀୟ ରଣନୀତି ଓ ଏଥିରେ ଭାରତକୁ ପ୍ରଦାନ କରାଯାଇଥିବା ଗୁରୁତ୍ୱକୁ ସ୍ୱାଗତ କରିଛନ୍ତି । 

ଦୁଇ ନେତା ଆଞ୍ଚଳିକ ଘଟଣାକ୍ରମ ସମ୍ପର୍କରେ ବିଚାରଧାରାର ସକାରାତ୍ମକ ଆଦାନପ୍ରଦାନ ମଧ୍ୟ କରିଛନ୍ତି । 

 

SR



(Release ID: 1925998) Visitor Counter : 108