ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ସିଲଭାସା, ଦାଦରା ଓ ନଗର ହାଭେଲୀରେ ୪୮୫ଠ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି


ନମୋ ଚିକିତ୍ସା ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନର ପରିଦର୍ଶନ କରିଛନ୍ତି ଏବଂ ଏହାକୁ ରାଷ୍ଟ୍ର ଉଦେ୍ଦଶ୍ୟରେ ସମର୍ପିତ କରିଛନ୍ତି

ଦୀବ ଏବଂ ସିଲଭାସାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)ର ହିତାଧିକାରୀମାନଙ୍କୁ ଚାବିଗୁଡ଼ିକ ହସ୍ତାନ୍ତର

“ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଜୀବନଯାପନ, ପର୍ଯ୍ୟଟନ, ପରିବହନ ଏବଂ ବ୍ୟବସାୟରେ ସହଜ ହେବ । ଏହା ସମୟାନୁସାରେ ବିତରଣର ନୂତନ କାର୍ଯ୍ୟ ସଂସ୍କୃତିର ଉଦାହରଣ ଅଟେ”

“ଦେଶର ପ୍ରତ୍ୟେକ ଅଞ୍ଚଳର ସନ୍ତଳିତ ବିକାଶ ହେଉ, ଏହା ଉପରେ ଆମର ଅନେକ ଗୁରୁତ୍ୱ ରହିଛି”
‘ସେବା ଭାବନା ଏଠିକାର ଲୋକଙ୍କର ପରିଚୟ ଅଟେ’

“ ମୁଁ ପ୍ରତ୍ୟେକ ଛାତ୍ରଙ୍କୁ ବିଶ୍ୱାସ ଦେଉଛି ଯେ ଆମର ସରକାର ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କୌଣସି ଅଭାବ ଛାଡ଼ିବେ ନାହିଁ”

“ମନ କୀ ବାତ ଭାରତର ଲୋକଙ୍କ ଉଦ୍ୟମ ଏବଂ ଭାରତର ବୈଶିଷ୍ଟ୍ୟତାକୁ ଉଜାଗର କରିବା ପାଇଁ ଏକ ବହୁତ ଭଲ ମଞ୍ଚରେ ପରିଣତ ହୋଇପାରିଛି”

“ମୁଁ ଦାମନ, ଡିଉ ଏବଂ ଦାଦରା ଏବଂ ନଗର ହାବେଲୀର ଉପକୂଳ ପର୍ଯ୍ୟଟନ ପାଇଁ ଏକ ଉଜ୍ଜ୍ୱଳ ସ୍ଥାନ ଭାବରେ ଦେଖୁଛି”

“ଆଜି ଦେଶରେ ‘ତୁଷ୍ଟୀକରଣ’ ଉପରେ ନୁହେଁ, ‘ସନ୍ତୁଷ୍ଟିକରଣ’ ଉପରେ ଜୋର ଦିଆଯାଉଛି”

“ବଂଚିତଙ୍କୁ ପ୍ରାଥମିକତା, ଏହା ଗତ ୯ ବର୍ଷର ସୁଶାସନର ପରିଚୟ ହୋଇପାରିଛି”

“ ସବକା ପ୍ରୟାସରେ ହାସଲ ହୋଇପାରିବ ବିକଶିତ ଭାରତର ସଂକଳ୍ପ ଏବଂ ସମୃଦ୍ଧି”

Posted On: 25 APR 2023 6:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଲୱାସା, ଦାଦରା ଏବଂ ନଗର ହାଭେଲୀ ଠାରେ ୪୮୫୦ କୋଟି ଟଙ୍କାରୁ ଅଧିକର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକରେ ସିଲବାସାରେ ନମୋ ଚିକିତ୍ସା ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନର ଲୋକାର୍ପଣ ଏବଂ ଦମନରେ ସରକାରୀ ଇଞ୍ଜିନିୟରିଂ କଲେଜ, ବିଭିନ୍ନ ସଡ଼କର ସୌନ୍ଦର୍ଯ୍ୟକରଣ, ସୁଦୃଢ଼ୀକରଣ ଏବଂ ପ୍ରଶସ୍ତୀକରଣ, ମତ୍ସ୍ୟ ବଜାର ଏବଂ ସପିଂ ସେଣ୍ଟର ଏବଂ ଜଳ ଯୋଗାଣ ଯୋଜା ଆଦିର ବିସ୍ତାର ଭଳି ୯୬ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ଅନ୍ତର୍ଭୁକ୍ତ ରହିଛି । ପ୍ରଧାନମନ୍ତ୍ରୀ ଦୀବ ଏବଂ ସିଲୱାସା ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ସହରୀ ହିତାଧିକାରୀଙ୍କୁ ଘର ଚାବି ମଧ୍ୟ ପ୍ରଦାନ କରିଥିଲେ ।

ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ ସିଲଭାସା ସ୍ଥିତ ନମୋ ଚିକିତ୍ସା ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନର ମଧ୍ୟ ପରିଦର୍ଶନ କରିଥିଲେ। ଯେଉଁଠରେ କେନ୍ଦ୍ରଶାସିତ ପ୍ରଦେଶ ଦାଦରା ଏବଂ ନଗର ହାବେଲୀ ଏବଂ ଦାମନ ଏବଂ ଡିଉ ଏବଂ ଲାକ୍ଷାଦୀପର ପ୍ରଶାସକ ଶ୍ରୀ ପ୍ରଫୁଲ୍ଲ ପଟେଲ ମଧ୍ୟ ଥିଲେ । ସେ ଏହି ଅନୁଷ୍ଠାନର ଉଦଘାଟନ କରିଥିଲେ ଏବଂ ଭଗବାନ ଧନନ୍ତ୍ୱରୀଙ୍କ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ କଲେଜ ପରିସରରେ ମଡେଲର ନିରୀକ୍ଷଣ କରିଥିଲେ ଏବଂ ଏକାଡେମିକ ବ୍ଲକରେ ଏନାଟୋମୀ ସଂଗ୍ରହାଳୟ ଏବଂ ବିଭାଜନ କକ୍ଷର ଅବଲୋକନ କରିଥିଲେ । ପ୍ରଧାନମନ୍ତ୍ରୀ ସେଣ୍ଟ୍ରାଲ୍ ଲାଇବ୍ରେରୀର ମଧ୍ୟ ପରିଦର୍ଶନ କରିଥିଲେ ଏବଂ ଆଗନ୍ତୁକ ପୁସ୍ତିକାରେ ଦସ୍ତଖତ କରିଥିଲେ । ସେ ଏମଫିଥିଏଟରକୁ ମଧ୍ୟ ଯାଇଥିଲେ, ସେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକମାନଙ୍କ ସହିତ କଥାବାର୍ତ୍ତା କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦାମନ, ଡିଉ ଏବଂ ଦାଦରା ଏବଂ ନଗର ହାବେଲୀର ବିକାଶ ଯାତ୍ରାକୁ ଦେଖି ଖୁସି ବ୍ୟକ୍ତ କରିଥିଲେ । ସେ ଏକ ମହାନଗର ଭାବରେ ବଢୁଥିବା ସିଲଭାସା ସମ୍ପର୍କରେ ଆଲୋଚନା କରିଥିଲେ, କାରଣ ଏଠାକୁ ଦେଶର ପ୍ରତ୍ୟେକ କୋଣରୁ ଆସୁଥିବା ସ୍ଥାନ ଅଟେ । ସେ କହିଲେ ଯେ ଉଭୟ ପରମ୍ପରା ଏବଂ ଆଧୁନିକତା ପ୍ରତି ଲୋକଙ୍କ ଭଲପାଇବାକୁ ଦୃଷ୍ଟିରେ ରଖି ସରକାର କେନ୍ଦ୍ରଶାସିତ ଅଞ୍ଚଳରେ ବିକାଶ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ୫୫୦୦ କୋଟି ଟଙ୍କା ଆବଣ୍ଟନ ସହ କେନ୍ଦ୍ରଶାସିତ ଅଞ୍ଚଳର ଭୌତିକ ଏବଂ ସାମାଜିକ ଭିତ୍ତିଭୂମି ଉପରେ ଅନେକ କାର୍ଯ୍ୟ କରାଯାଉଛି । ସେ ଏଲଇଡି ଲାଇଟ ଥିବା ସଡ଼କ, ଘରକୁ ଘର ଯାଇ ଅଳିଆ ସଂଗ୍ରହ ଏବଂ ଶତ ପ୍ରତିଶତ ଅଳିଆ ପ୍ରକ୍ରିୟାକରଣ ସମ୍ପର୍କରେ କହିଥିଲେ । ସେ କେନ୍ଦ୍ରଶାସିତ ଅଞ୍ଚଳର ଶିଳ୍ପ ଏବଂ ରୋଜଗାର ବୃଦ୍ଧି କରିବା ପାଇଁ ଏକ ମାଧ୍ୟମ ଭାବରେ ସେ ରାଜ୍ୟର ନୂତନ ଶିଳ୍ପ ନୀତିକୁ ପ୍ରଶଂସା କରିଥିଲେ । ସେ କହିଛନ୍ତି ଯେ ମୋତେ ଆଜି ୫୦୦ କୋଟି ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଆରମ୍ଭ କରିବାକୁ ସୁଯୋଗ ମିଳିଲା । ଏହି ପ୍ରକଳ୍ପଗୁଡ଼ିକ  ସ୍ୱାସ୍ଥ୍ୟ, ଗୃହ, ପର୍ଯ୍ୟଟନ, ଶିକ୍ଷା ଏବଂ ସହରୀ ବିକାଶ ସହିତ ଜଡ଼ିତ ।ସେ କହିଛନ୍ତି- ତାହା ଜୀବନଯାପନ, ପର୍ଯଟନ, ପରିବହନ ଏବଂ ବ୍ୟବସାୟରେ ସୁଧାର କରିବ ।

ସେ ଆଜିର ପ୍ରକଳ୍ପଗୁଡ଼ିକ ବିଷୟରେ ଆଲୋଚନା ବେଳୋ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ଅନେକ ପ୍ରକଳ୍ପର ଶିଳାନ୍ୟାସ ନିଜେ ପ୍ରଧାନମନ୍ତ୍ରୀ କରିଛନ୍ତି । ସେ ଏହି ତଥ୍ୟ ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଦେଶର ବିକାଶ ପାଇଁ ବହୁଦିନ ପର୍ଯ୍ୟନ୍ତ ଅନେକ ସରକାରୀ ପ୍ରକଳ୍ପଗୁଡ଼ିକ ଅଟକି ରହିଥିଲା, ଛାଡ଼ି ଦିଆଯାଇଥିଲା କିମ୍ବା ପଥଭ୍ରଷ୍ଟ ହୋଇଥିଲା, ବେଳେବେଳେ ବହୁଦିନ ପର୍ଯ୍ୟନ୍ତ ଶିଳାନ୍ୟାସ ଧ୍ୱଂସ ହୋଇ ଯାଉଥିଲା ଏବଂ ପ୍ରକଳ୍ପଗୁଡ଼ିକ ଅସମ୍ପୂର୍ଣ୍ଣ ରହି ଯାଉଥିଲା । କିନ୍ତୁ ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଏହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ ଗୋଟିଏ ନୂତନ କାର୍ଯ୍ୟଶୈଳୀ ବିକଶିତ ହୋଇଛି ଏବଂ କାର୍ଯ୍ୟ ସଂସ୍କୃତି ଆରମ୍ଭ ହୋଇଛି । ସେ କହିଛନ୍ତି ଯେ ବର୍ତ୍ତମାନର ସରକାରରେ ଯେଉଁ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି, ତାହାକୁ ପୂରଣ କରିବା ପାଇଁ ଯେଭଳି ଭାବରେ ପ୍ରୟାସ କରାଯାଉଛି ଏବଂ ଗୋଟିଏ କାମ ଶେଷ ହେବା ମାତ୍ରେ ଅନ୍ୟ ଏକ କାମ ଆରମ୍ଭ କରାଯାଇଥାଏ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ପ୍ରକଳ୍ପଗୁଡ଼ିକ ଏହି କାର୍ଯ୍ୟ ସଂସ୍କୃତିର ଏକ ଉଦାହରଣ ଅଟେ ଏବଂ ବିକାଶ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ କେନ୍ଦ୍ର ସରକାର ସବକା ସାଥ- ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ମନ୍ତ୍ରରେ ଅନୁସରଣ କରୁଛନ୍ତି । ସେ କହିଛନ୍ତି ଯେ ଦେଶରେ ପ୍ରତ୍ୟେକ ଅଞ୍ଚଳରେ ବିକାଶ ହେଉ, ଦେଶର ପ୍ରତ୍ୟେକ ଅଞ୍ଚଳରେ ସନ୍ତଳିତ ବିକାଶ ହେଉ, ଏହା ଉପରେ ଆମର ଗୁରୁତ୍ୱ ରହିଛି । ପ୍ରଧାନମନ୍ତ୍ରୀ ଦୀର୍ଘ ଦିନରୁ ଚାଲିଥିବା ଏକ କାର୍ଯ୍ୟକ୍ରମ- ବିକାଶକୁ ଭୋଟ ବ୍ୟାଙ୍କର ରାଜନୀତିକୁ ଚଷମା ଦ୍ୱାରା ଦେଖିବାର ପ୍ରବୃତିକୁ ଆଲୋଚନା କରିଥିଲେ । ଏହାଦ୍ୱାରା ଆଦିବାସୀ ଏବଂ ସୀମାବର୍ତ୍ତୀ କ୍ଷେତ୍ର ଅବହେଳିତ ହେଲା । ମତ୍ସ୍ୟଜୀବୀମାନଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡ଼ି ଦିଆଗଲା ଏବଂ ଦାମନ, ଡିଉ ଏବଂ ଦାଦରା ଏବଂ ନଗର ହାବେଲୀ ଏଥିପାଇଁ ବହୁମୂଲ୍ୟ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ତଥ୍ୟ ଉପରେ ମଧ୍ୟ ଧ୍ୟାନ ଆକର୍ଷଣ କରିଥିଲେ ଯେ ଦଶନ୍ଧି ଧରି ସ୍ୱାଧୀନତା ପରେ ମଧ୍ୟ ଦାମନ, ଡିଉ ଏବଂ ଦାଦରା ଏବଂ ନଗର ହାବେଲୀ ଅଞ୍ଚଳରେ ଗୋଟିଏ ମେଡିକାଲ କଲେଜ ନ ଥିଲା ଏବଂ ଯୁବକମାନଙ୍କୁ ଅନ୍ୟ ଅଞ୍ଚଳକୁ ଡାକ୍ତର ହେବା ପାଇଁ ଯିବାକୁ ପଡୁଥିଲା । ସେ କହିଛନ୍ତି ଯେ ଆଦିବାସୀ ସମ୍ପଦାୟର ଯୁବକମାନଙ୍କ ସଂଖ୍ୟା ପ୍ରାୟତଃ ଶୂନ୍ୟ ଥିଲା, କାରଣ ଦଶନ୍ଧି ଧରି ଦେଶରେ ଶାସନ କରୁଥିବା ଲୋକମାନେ ଏହି ଅଞ୍ଚଳର ଲୋକଙ୍କର ଇଚ୍ଛା ଓ ଆକାଂକ୍ଷା ପ୍ରତି କୌଣସି ଧ୍ୟାନ ଦେଇନାହାନ୍ତି । ପ୍ରଧାନମନ୍ତ୍ରୀ ଏହି କଥା ଉପରେ ଦର୍ଶାଇଛନ୍ତି ଯେ ଦାମନ, ଡିଉ, ଦାଦରା ଏବଂ ନଗର ହାବେଲୀ ଏହାର ପ୍ରଥମ ରାଷ୍ଟ୍ରୀୟ ଶୈକ୍ଷଣିକ ଚିକିତ୍ସା ସଂଗଠନ କିମ୍ବା ନମୋ ମେଡିକାଲ କଲେଜ କେବଳ ବର୍ତ୍ତମାନ ସରକାରଙ୍କ ସେବାଭିତ୍ତିକ ଆଭିମୁଖ୍ୟ ଏବଂ ସମପର୍କଣ କାରଣରୁ ମିଳିଲା, ଯାହା ୨୦୧୪ ପରେ କ୍ଷମତାକୁ ଆସିବା ପରେ ହୋଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, “ବର୍ତ୍ତମାନ ପ୍ରତ୍ୟେକ ବର୍ଷ, ଅଞ୍ଚଳରୁ ପ୍ରାୟତଃ ୧୫୦ ଯୁବକଙ୍କୁ ଚିକିତ୍ସାର ଅଧ୍ୟୟନ କରିବାକୁ ସଯୋଗ ପାଇବେ”, ସେ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଏହି ଅଞ୍ଚଳରୁ ପ୍ରାୟ ୧୦୦୦ ଡାକ୍ତର ପ୍ରସ୍ତୁତ ହେବେ । ପ୍ରଧାନମନ୍ତ୍ରୀ, ଜଣେ ଝିଅ ସମ୍ବାଦ ରିପୋର୍ଟ ବିଷୟରେ ମଧ୍ୟ ଆଲୋଚନା କରିଥିଲେ, ଯାହା ଆପଣ ପ୍ରଥମ ବର୍ଷରେ ଚିକିତ୍ସାର ଅଧ୍ୟୟନ କରୁଥିଲେ, ଯିଏ କହିଥିଲେ ଯେ ସେ କେବଳ ତାଙ୍କ ପରିବାରରେ ନୁହେଁ ବରଂ ପୁରା ଗାଁରେ ଏମିତି କରିଥିବା ପ୍ରଥମ ମହିଳା ଅଟନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେବା ଭାବନା ହେଉଛି ଏଠିକାର ଲୋକମାନଙ୍କର ପରିଚୟ ଅଟେ ଏବଂ କରୋନା ସମୟରେ ଏଠାରେ ମେଡିକାଲ ଛାତ୍ରମାନେ ଆଗକୁ ଆସି ଲୋକମାନଙ୍କୁ ସାହାଯ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ଥାନୀୟ ଛାତ୍ରମାନଙ୍କ ଦ୍ୱାରା ପରିଚାଳିତ ଯେଉଁ ଗ୍ରାମ ଗ୍ରହଣ କାର୍ଯ୍ୟକ୍ରମ ଚଳାଇଥିଲେ, ତାହାର ଉଲ୍ଲେଖ ମଧ୍ୟ ସେ ମନ କୀ ବାତରେ କରିଥିଷଲ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମେଡିକାଲ କଲେଜ ଦ୍ୱାରା ସ୍ଥାନୀୟ ଚିକିତ୍ସା ସୁବିଧା ଉପରେ ଚାପ ହ୍ରାସ ପାଇବ । ସେ କହିଛନ୍ତି, “୩୦୦ ଶଯ୍ୟା ବିଶିଷ୍ଟ ଏକ ନୂତନ ହସ୍ପିଟାଲ ନିର୍ମାଣାଧୀନ ରହିଛି ଏବଂ ଏକ ନୂତନ ଆୟୁର୍ବେଦ ଚିକିତ୍ସାଳୟ ପାଇଁ ଅନୁମତି ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭାବରେ ସେ ତାଙ୍କର ଅତୀତକୁ ମନେ ପକାଇ କହିଛନ୍ତି ଯେ ସେ ଆଦିବାସୀ ଅଞ୍ଚଳର ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷା ଆରମ୍ଭ କରିଥିଲେ । ସେ ମାତୃଭାଷାରେ ଶିକ୍ଷା ହେଉ ନ ଥିବା ସମସ୍ୟାର ମଧ୍ୟ ସମାଧାନ କରିଥିଲେ । ସେ କହିଥିଲେ, “ବର୍ତ୍ତମାନ ମେଡିକାଲ କଲେଜ ଏବଂ ଇଞ୍ଜିନିୟରିଂ ଶିକ୍ଷାର ବିକଳ୍ପ ସ୍ଥାନୀୟ ଭାଷାରେ ଉପଲବ୍ଧ ହେଉଛି, ଯାହାଦ୍ୱାରା ସ୍ଥାନୀୟ ଛାତ୍ରମାନଙ୍କୁ ବହୁତ ସାହାଯ୍ୟ ମିଳିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଇଞ୍ଜିନିୟରିଂ କଲେଜର ଲୋକାର୍ପଣ ହେବା ଦ୍ୱାରା ବର୍ତ୍ତମାନ ପ୍ରତିବର୍ଷ ୩୦୦ ଛାତ୍ରଙ୍କୁ ଇଞ୍ଜିନିୟରିଂ ପଢ଼ିବାର ସୁଯୋଗ ମିଳିବ ।ସେ ଖୁସିବ୍ୟକ୍ତ କରି କହିଛନ୍ତି ଯେ ଦାଦରା ଏବଂ ନଗର ହାବେଲୀ ଠାରେ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକର ପରିସର ଖୋଲାଯାଉଛି । ସେ ଦାମନରେ ଥିବା ନିଫ୍ଟ ସାଟେଲାଇଟ କ୍ୟାମ୍ପସ, ସିଲଭାସାରେ ଗୁଜରାଟ ନାସନାଲ ଲୟୁନିଭର୍ସିଟି କ୍ୟାମ୍ପସ, ଡିଉରେ ଆଇଆଇଟି ଭଦୋଦରା କ୍ୟାମ୍ପସ ସମ୍ପର୍କରେ କହିଥିଲେ । ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ମୁଁ ପ୍ରତ୍ୟେକ ଛାତ୍ରଙ୍କୁ ବିଶ୍ୱାସ ଦେଉଛି ଯେ ଆମର ସରକାର ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କୌଣସି ଅଭାବ ରଖିବେ ନାହିଁ ।

ସିଲଭାସାର ତାଙ୍କର ପୂର୍ବ ଗସ୍ତକୁ ମନେ ପକାଇବା ବେଳେ, ଯେତେବେଳେ ପ୍ରଧାନମନ୍ତ୍ରୀ ବିକାଶର ପାଞ୍ଚୋଟି ମାନଦଣ୍ଡ କିମ୍ବା ପଞ୍ଚଧାରାବିଷୟରେ କହିଥିଲେ, ଅର୍ଥାତ୍ ପିଲାମାନଙ୍କ ପାଇଁ ଶିକ୍ଷା, ଯୁବକମାନଙ୍କ ପାଇଁ ଆୟର ଉତ୍ସ, ବୃଦ୍ଧଙ୍କ ପାଇଁ ସ୍ୱାସ୍ଥ୍ୟସେବା, କୃଷକମାନଙ୍କ ପାଇଁ ଜଳସେଚନର ସୁବିଧା ଏବଂ ସାଧାରଣ ନାଗରିକମାନଙ୍କ ପାଇଁ ପୁନଃନିର୍ମାଣ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମହିଳା ହିତାଧିକାରୀଙ୍କ ପାଇଁ ପକ୍କା ଘର ଦୃଷ୍ଟିରୁ ସେ ଉପରୋକ୍ତରେ ଆଉ ଏକ ପାରାମଟିର ଯୋଡ଼ିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତବର୍ଷରେ ଦେଶରେ ୩ କୋଟିରୁ ଅଧିକ ଗରୀବ ପରିବାରକୁ ସରକାର ପକ୍କା ଘର ଯୋଗାଇ ଦେଇଛନ୍ତି, ଯେଉଁଠାରେ ୧୫୦୦୦ରୁ ଅଧିକ ଘର ନିର୍ମାଣ କରାଯାଇ ସରକାର ନିଜେ ହସ୍ତାନ୍ତର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ୧୨୦୦ ଅଧିକ ପରିବାର ଏଠାରେ ନିଜର ଘର ପାଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ମହିଳାମାନଙ୍କୁ ସମାନ ଅଂଶ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଛନ୍ତି, “ସରକାର ଦାମନ, ଡିଉ, ଦାଦରା ଏବଂ ନଗର ହାବେଲୀର ହଜାର ହଜାର ମହିଳାଙ୍କୁ ମାଲିକାଣି କରି ଦେଇଛନ୍ତି ।ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ନିର୍ମାଣ କରାଯାଇଥିବା ପ୍ରତ୍ୟେକ ଘରର ମୂଲ୍ୟ ଅନେକ ଲକ୍ଷ ଟଙ୍କା ଯାହା ଏହି ମହିଳାମାନଙ୍କୁ ଲକ୍ଷପତି ଦିଦିକରିଥାଏ ।

ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ମିଲେଟ ବର୍ଷ ବିଷୟରେ ଆଲୋଚନା କରି କହିଛନ୍ତି ନାଗଲ ଏବଂ ନାଚନୀ ପରି ସ୍ଥାନୀୟ ମିଲେଟକୁ ସୂଚାଇ କହିଛନ୍ତି ଯେ ସରକାର ସ୍ଥାନୀୟ ଶ୍ରୀ ଅନ୍ନକୁ ବିଭିନ୍ନ ରୂପରେ ପ୍ରୋତ୍ସାହିତ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆସନ୍ତା ରବିବାର ମନ କୀ ବାତର ୧୦୦ତମ ଏପିସୋଡର ମଧ୍ୟ ଉଲ୍ଲେଖ କରିଥିଲେ । ସେ କହିଛନ୍ତି, ‘ମନ କୀ ବାତଭାରତର ଲୋକମାନଙ୍କର ପ୍ରୟାସ ଏବଂ ଭାରତର ବିଶେଷତାକୁ ଉଜାଗର କରିବାର ଏକ ବହୁତ ଭଲ ମଞ୍ଚ ହୋଇପାରିଛି । ଆପଣଙ୍କ ଭଳି ମୁଁ ମଧ୍ୟ ୧୦୦ତମ ଏପିସୋଡକୁ ଉତ୍ସାହର ସହିତ ଅପେକ୍ଷା କରିଛି ।

ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବରେ ଦାମନ, ଡିଉ ଏବଂ ଦାଦରା ଏବଂ ନଗର ହାବେଲୀର ସମ୍ଭାବନା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୁଁ ଦାମନ, ଡିଉ ଏବଂ ଦାଦରା ଏବଂ ନଗର ହାବେଲୀର ଉପକୂଳ ପର୍ଯ୍ୟଟନର ଏକ ଉଜ୍ୱଳ ସ୍ଥାନ ଭାବରେ ଦେଖୁଛି ।ସେ କହିଛନ୍ତି, ଏହା ସେହି ସମୟ ଆହୁରି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ, ଯେତେବେଳେ ସରକାର ଭାରତକୁ ଦେଶର ଅଗ୍ରଣୀ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା କରିବା ପାଇଁ କାର୍ଯ୍ୟ କରୁଛି । ସେ କହିଛନ୍ତି ଯେ ଦାନୀ ଦମନ ମରୀନ ଭେରୁ୍ୟ (ନମୋ) ପଥ ନାମକ ଦୁଇଟି ବେଳାଭୂମି ପର୍ଯ୍ୟଟନକୁ ବୃଦ୍ଧି କରିବ । ସେ କହିଛନ୍ତି ଯେ ସମୁଦ୍ରକୂଳ ଅଞ୍ଚଳରେ ଏକ ନୂତନ ତମ୍ବୁ ସହ ସୃଷ୍ଟି ହେଉଛି । ପ୍ରଧାନମନ୍ତ୍ରୀ ନିଜ କଥାକୁ ଜାରି ରଖି କହିଛନ୍ତି ଯେ ଏହା ବ୍ୟତୀତ, ଖାନୱେଲ ରିଭର ଫ୍ରଣ୍ଟ, ଦୁଧାନୀ ଜେଟ୍ଟି, ଇକୋ-ରିସର୍ଟ ଏବଂ କୋଷ୍ଟାଲ ରିସର୍ଟର କାର୍ଯ୍ୟ ସମାପ୍ତ ହେବା ପରେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ବୃଦ୍ଧି କରିବ ।

ଏହି ଅଭିଭାଷଣକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଦେଶରେ ତୁଷ୍ଟୀକରଣଉପରେ ନୁହେଁ ବରଂ ସନ୍ତୁଷ୍ଟୀକରଣଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, “ବଂଚିତଙ୍କୁ ପ୍ରାଥମିକତା, ଏହା ଗତ ୯ ବର୍ଷର ଉତ୍ତମ ଶାସନର ପରିଚୟ ହୋଇପାରିଛି । ସେ ଦର୍ଶାଇଛନ୍ତି ଯେ ସମାଜର ପ୍ରତ୍ୟେକ ବଂଚିତବର୍ଗ ତଥା ଦେଶର ପ୍ରତ୍ୟେକ ବଂଚିତ ଲୋକଙ୍କୁ ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସରକାର ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି, “ଯେତେବେଳେ ଯୋଜନାରେ ପରିପୂର୍ଣ୍ଣତା ଥାଏ, ଯେତେବେଳେ ସରକାର ନିଜେ ଲୋକଙ୍କ ଦ୍ୱାରାସ୍ଥ ହୁଅନ୍ତି, ଭେଦଭାବ ଶେଷ ହୋଇଥାଏ, ଦୁର୍ନୀତି ଶେଷ ହୋଇଥାଏ ।ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ଦାମନ, ଡିଉ, ଦାଦରା ଏବଂ ନଗର ହାବେଲୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ପରିପୂର୍ଣ୍ଣ ହେବାକୁ ଅତି ନିକଟରେ ଅଛନ୍ତି । ପ୍ରଧାନମନ୍ତ୍ରୀ ଶେଷରେ କହିଛନ୍ତି ସବକା ପ୍ରୟାସଦ୍ୱାରା ଏକ ବିକଶିତ ଭାରତ ଏବଂ ସମୃଦ୍ଧିର ସଂକଳ୍ପ ହାସଲ କରାଯିବ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରଶାସିତ ଅଞ୍ଚଳ ଦାଦରା ଏବଂ ନଗର ହାବେଲୀ ଏବଂ ଦାମନ ଏବଂ ଡିଉ ଏବଂ ଲାକ୍ଷାଦ୍ୱୀପର ପ୍ରଶାସକ ଶ୍ରୀ ପ୍ରଫୁଲ୍ଲ ପଟେଲ, ଦାଦରା ଏବଂ ନଗର ହାଭେଲୀ ଏବଂ କୌଶାମ୍ବୀର ସାଂସଦ ଶ୍ରୀମତୀ କଲାବେନ ମୋହନଭାଇ ଡେଲକର ଏବଂ ବିନୋଦ ସୋନକର ଅନ୍ୟମାନଙ୍କ ସହ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି-

ପ୍ରଧାନମନ୍ତ୍ରୀ ସିଲଭାସା ସ୍ଥିତ ନମୋ ଚିକିତ୍ସା ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନର ପରିଦର୍ଶନ କରିଥିଲେ ଏବଂ ଏହାର ଲୋକାର୍ପଣ କରିଥିଲେ, ଯାହାର ଶିଳାନ୍ୟାସ ମଧ୍ୟ ସ୍ୱୟଂ ପ୍ରଧାନମନ୍ତ୍ରୀ ୨୦୧୯ରେ ନିଜେ ରଖିଥିଲେ । ଏହା କେନ୍ଦ୍ରଶାସିତ ଅଞ୍ଚଳ ଦାଦରା ଏବଂ ନଗର ହାଭେଲୀ ଏବଂ ଦାମନ ଏବଂ ଡିଉର ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବାକୁ ବଦଳାଇ ଦେବ । ଅତ୍ୟାଧୁନିକ ମେଡିକାଲ କଲେଜରେ ନବୀନତମ ଅନୁସନ୍ଧାନ କେନ୍ଦ୍ର, ଜାତୀୟ ଏବଂ ଅନ୍ତର୍ଜାତୀୟ ପତ୍ରିକା ୨୪ ଘଣ୍ଟା ୭ ଦିନରେ ଉପଲବ୍ଧ ହେଉଥିଲା ଏକ କେନ୍ଦ୍ରୀୟ ଲାଇବ୍ରେରୀ, ବିଶେଷ ମେଡିକାଲ କର୍ମଚାରୀ, ମେଡିକାଲ ଲାବ୍ରୋଟୋରୀ, ସ୍ମାର୍ଟ ଲେକଚର ହଲ, ଅନୁସନ୍ଧାନ ଲାବ୍ରୋଟୋରୀ, ଏକ ଆନାଟୋମୀ ସଂଗ୍ରହାଳୟ, ଏକ କ୍ଲବ ହାଉସ, ଛାତ୍ର ଏବଂ ଅଧ୍ୟାପିକା ସଦସ୍ୟମାନଙ୍କ ପାଇଁ କ୍ରୀଡ଼ା ସୁବିଧା ଏବଂ ରହଣୀ ଅନ୍ତର୍ଭୁକ୍ତ ଅଟେ ।

ପ୍ରଧାନମନ୍ତ୍ରୀ ସିଲଭାସାର ସାୟଲୀ ମଇଦାନରେ ୪୮୫୦ କୋଟି ଟଙ୍କାରୁ ମଧ୍ୟ ଅଧିକ ମୂଲ୍ୟର ୯୬ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକରେ ଦାଦରା ଏବଂ ନଗର ହାଭେଲୀ ଜିଲ୍ଲାର ମୋରଖଲ, ଖେରଡୀ, ସିଂଦୋନୀ ଏବଂ ମସାଟର ସରକାରୀ ବିଦ୍ୟାଳୟ, ଅମ୍ବାୱାଡି, ପରିୟାରୀ, ଦମନୱାଡା, ଖାରିୱାଡ଼ର ସରକାରୀ ବିଦ୍ୟାଳୟ ଏବଂ ସରକାରୀ ଇଞ୍ଜିନିୟରିଂ କଲେଜ, ଦାମନ; ଦାଦରା ଏବଂ ନଗର ହାଭେଲୀ ଜିଲ୍ଲାରେ ବିଭିନ୍ନ ସଡ଼କଗୁଡ଼ିକର ସୌନ୍ଦର୍ଯ୍ୟକରଣ, ସୁଦୃଢ଼ୀକରଣ ଏବଂ ପ୍ରଶସ୍ତିକରଣ; ମୋତି ଦମନ ଏବଂ ନାନୀ ଦମନରେ ମାଛ ବଜାର ଏବଂ ସପିଂ କମ୍ପ୍ଲେକ୍ସ ଏବଂ ନାନୀ ଦମନରେ ଜଳଯୋଗାଣ ଯୋଜନାର ସମ୍ପ୍ରସାରଣ ଅନ୍ତର୍ଭୁକ୍ତ ।

 

NS/MB



(Release ID: 1921644) Visitor Counter : 97