ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେରଳର ତିରୁଅନନ୍ତପୁରମ କେନ୍ଦ୍ରୀୟ ଷ୍ଟେସନ୍ ଠାରେ ତିରୁଅନନ୍ତପୁରମ ଏବଂ କସାରଗୋଡ ମଧ୍ୟରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି
Posted On:
25 APR 2023 2:16PM by PIB Bhubaneshwar
ତିରୁଅନନ୍ତପୁରମର କେନ୍ଦ୍ରୀୟ ଷ୍ଟେସନ ଠାରେ ଆଜି ତିରୁଅନନ୍ତପୁରମ ଏବଂ କସାରଗୋଡ ମଧ୍ୟରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପତାକା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ତିରୁଅନନ୍ତପୁରମ – କସାରଗୋଡ ବନ୍ଦେ ଭାରତ ଏକ୍ସପ୍ରେସକୁ ନିରୀକ୍ଷଣ କରିଥିଲେ ଏବଂ ଟ୍ରେନ୍ କର୍ମଚାରୀ ମାନଙ୍କ ସହିତ ତଥା ପିଲା ମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ ।
ଏହି ଟ୍ରେନ ତିରୁଅନନ୍ତପୁରମ, କୋଲାମ, କୋଟାୟାମ, ଏର୍ଣ୍ଣାକୁଲମ୍, ତ୍ରିସୁର, ପାଲକ୍କଡ, ପଠାନମିତ୍ର, ମାଲାପୁରମ୍, କୋଜିକୋଡ, କୁନ୍ନୁର ଏବଂ କସାରଗୋଡ ଭଳି ୧୧ ଟି ଜିଲ୍ଲା ଦେଇ ଯାତାୟତ କରିବ ।
ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି :
କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଆରମ୍ଭ କରାଯାଇଛି, ଯାହା ତିରୁଅନନ୍ତପୁରମ ଠାରୁ କସାରଗୋଡ ପର୍ଯ୍ୟନ୍ତ ସଂଯୋଗକୁ ବୃଦ୍ଧି କରିବ ।
ପ୍ରଧାନମନ୍ତ୍ରୀଙ୍କ ସହ କେରଳର ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାନ, କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ୍ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।
***
SSP
(Release ID: 1921480)
Visitor Counter : 151
Read this release in:
English
,
Urdu
,
Marathi
,
Hindi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam