ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୁମ୍ବାଇର ତାଜମହଲ ପ୍ୟାଲେସରେ ଏସସିଓ ମିଲେଟ ଖାଦ୍ୟ ମହୋତ୍ସବକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 16 APR 2023 8:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମୁମ୍ବାଇର ତାଜମହଲ ପ୍ୟାଲେସରେ ଏସସିଓ ମିଲେଟ ଖାଦ୍ୟ ମହୋତ୍ସବକୁ ପ୍ରଶଂସା କରିଛନ୍ତି ।

ମୁମ୍ବାଇର ତାଜମହଲ ପ୍ୟାଲେସରେ ଆୟୋଜିତ ଏସସିଓ ମିଲେଟ ଖାଦ୍ୟ ମହୋତ୍ସବରେ ଜଲଗାଓଁର ଜୋୱାର, ନାଗପୁରର ବାଜରା ଏବଂ ଔରଙ୍ଗାବାଦର ରାଗିକୁ ଖାଦ୍ୟସାମଗ୍ରୀ ଭାବେ ସାମିଲ କରାଯିବା ସମ୍ପର୍କରେ ସ୍ଥାନୀୟ ସାଂସଦ ଶ୍ରୀ ମନୋଜ କୋଟକ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଥିଲେ ।

ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ମୁମ୍ବାଇରେ ଶ୍ରୀ ଅନ୍ନକୁ ଲୋକପ୍ରିୟ କରିବା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ।

 

A laudatory effort to popularise Shree Ann in Mumbai. https://t.co/HigsqfkYz9

— Narendra Modi (@narendramodi) April 16, 2023

SR



(Release ID: 1917137) Visitor Counter : 95