ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କନଷ୍ଟେବଲ (ଜିଡି) ସିଏପିଏଫ ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ ଆୟୋଜନ ପାଇଁ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 15 APR 2023 3:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କନଷ୍ଟେବଲ (ଜିଡି) ସିଏପିଏଫ ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ ଆୟୋଜନ ପାଇଁ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତିକୁ ଯୁଗାନ୍ତକାରୀ ବୋଲି କହିଛନ୍ତି ।

ଗୃହ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଏକ ଯୁଗାନ୍ତକାରୀ ନିଷ୍ପତ୍ତି, ଯାହା ଆମ ଯୁବପୀଢିଙ୍କ ଆକାଂକ୍ଷାକୁ ପ୍ରେରଣା ଯୋଗାଇବ! ଭାଷା ଯେପରି ଜଣେ ବ୍ୟକ୍ତିଙ୍କ ସ୍ୱପ୍ନରେ ଅନ୍ତରାୟ ସୃଷ୍ଟି କରିବ ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ଆମର ବିଭିନ୍ନ ଉଦ୍ୟମର ଏହା ଅଂଶବିଶେଷ ।  

 

SR


(Release ID: 1917109) Visitor Counter : 123