ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତ୍ତର ପୂର୍ବାଞ୍ଚଳ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଉଭା ହେଉଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 04 APR 2023 10:12AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପୂର୍ବାଞ୍ଚଳ ଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଉଭା ହେଉଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପର୍ଯ୍ୟଟନରେ ବୃଦ୍ଧି ଏହି ଅଞ୍ଚଳର ପ୍ରଗତିକୁ ଦର୍ଶାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି କିଷନ ରେଡ୍ଡୀଙ୍କ ଏକ ଟ୍ୱିଟ ଶୃଙ୍ଖଳରେ ସୂଚନା ଦେଇଥିଲେ, ୨୦୨୨ ବର୍ଷରେ ୧୧.୮ ମିଲିୟନରୁ ଅଧିକ ଘରୋଇ ଓ ଏକ ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କ ସହ ଉତ୍ତର ପୂର୍ବାଞ୍ଚଳରେ ରେକର୍ଡ ପର୍ଯ୍ୟଟକ ପଞ୍ଜୀକୃତ ହୋଇଛନ୍ତି । ଏହାର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଉତ୍ସାହପ୍ରଦ ଧାରା । ପର୍ଯ୍ୟଟନରେ ବୃଦ୍ଧି ଏହି ଅଞ୍ଚଳର ପ୍ରଗତିକୁ ଦର୍ଶାଉଛି । 

 

SR



(Release ID: 1913596) Visitor Counter : 116