ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ

ଚଳିତ ବର୍ଷ ହଜ୍ ତୀର୍ଥଯାତ୍ରା ପାଇଁ ମହରମ୍ (ପୁରୁଷ ଅଭିଭାବକ)ଙ୍କ ବିନା ମହିଳାଙ୍କର ସର୍ବବୃହତ ଦଳ ଯାତ୍ରା କରୁଛନ୍ତି


ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜରିଆରେ ହଜ୍ ତୀର୍ଥଯାତ୍ରୀମାନଙ୍କ ପାଇଁ ଫୋରେକ୍ସ କାର୍ଡ ପ୍ରଦାନ ସହିତ ଫୋରେକ୍ସ ଆବଶ୍ୟକତା ପୂରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି

ଏସବିଆଇ ସମସ୍ତ ପ୍ରାରମ୍ଭିକ ପଏଣ୍ଟରେ ରହିଛି ଏବଂ ତୀର୍ଥଯାତ୍ରୀମାନଙ୍କ ସହିତ ଏସଏମଏସ୍ ମାଧ୍ୟମରେ ଏସବିଆଇ ଯୋଗାଯୋଗ ସ୍ଥାପନ କରୁଛି

ହଜ୍ ତୀର୍ଥଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଏସବିଆଇ ଦ୍ୱାରା ହେଲ୍ପଲାଇନ ଜାରି

Posted On: 03 APR 2023 4:44PM by PIB Bhubaneshwar

 ହଜ୍ 2023 ପାଇଁ, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ତୀର୍ଥଯାତ୍ରୀମାନଙ୍କ ପାଇଁ ହଜ୍ ତୀର୍ଥଯାତ୍ରାକୁ ଅଧିକ ଆରାମଦାୟକ, ସୁବିଧାଜନକ ତଥା ସୁଲଭ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି। ତୀର୍ଥଯାତ୍ରୀ ଚୟନ ପ୍ରକ୍ରିୟାକୁ ସ୍ୱଚ୍ଛ, ଦକ୍ଷ, ସମୟାନୁବର୍ତ୍ତୀ କରିବା ପାଇଁ ସମର୍ପିତ ଚେଷ୍ଟା କରାଯାଇଛି।

ହଜ୍ ଏବଂ ତୀର୍ଥଯାତ୍ରୀ ଚୟନ ପାଇଁ ଆବେଦନଗୁଡ଼ିକ ଅନଲାଇନ ମାଧ୍ୟମରେ କରାଯାଇଥିଲା। ଗ୍ରହଣ କରାଯାଇଥିବା ମୋଟ 1.84 ଲକ୍ଷ ଆବେଦନ ମଧ୍ୟରୁ 14,935 ହଜ୍ ଆବେଦନକାରୀଙ୍କୁ ନିଶ୍ଚିତ ଆଲଟମେଣ୍ଟ ପ୍ରଦାନ କରାଯାଇଛି (70+ ବୟସ ବର୍ଗରେ 10,621 ଏବଂ 4314 ଜଣ ମହରମଙ୍କ ବିନା ମହିଳା (ଏଲଡବ୍ଲୁଏମ) ସଦସ୍ୟ ରହିଛନ୍ତି। 

ହଜ୍ କୋଟା ବ୍ୟତୀତ ଗ୍ରହଣ କରାଯାଇଥିବା ଆବେଦନଗୁଡିକରେ କୌଣସି ମାନବ ହସ୍ତକ୍ଷେପ ବିନା ଅନଲାଇନ୍ ରାଣ୍ଡୋମାଇଜଡ୍ ଡିଜିଟାଲ୍ ଚୟନ (ଓଆରଡିଏସ୍) ପ୍ରକ୍ରିୟା ମାଧ୍ୟମରେ ଚୂଡାନ୍ତ ହୋଇଛି। ପ୍ରଥମ ଥର ପାଇଁ ସ୍ୱଚ୍ଛତା ଦୃଷ୍ଟିରୁ ସାଧାରଣ ଜନତାଙ୍କ ପାଇଁ ଚୟନ ପ୍ରକ୍ରିୟା ପରେ ତୁରନ୍ତ ମନୋନୀତ ତଥା ୱେଟଲିଷ୍ଟ ଆବେଦନକାରୀଙ୍କ ତାଲିକା ସରକାରୀ ପୋର୍ଟାଲରେ ପ୍ରକାଶ ପାଇଛି। ସମସ୍ତ 1.4 ଲକ୍ଷ ମନୋନୀତ ତୀର୍ଥଯାତ୍ରୀଙ୍କୁ ହଜ୍ 2023 ପାଇଁ ସେମାନଙ୍କ ଚୟନ ବିଷୟରେ ସୂଚନା ଏସଏମଏସ୍ ମାଧ୍ୟମରେ ପଠାଯାଇଛି। ୱେଟଲିଷ୍ଟ ହୋଇଥିବା ତୀର୍ଥଯାତ୍ରୀମାନଙ୍କୁ ସେମାନଙ୍କ ୱେଟଲିଷ୍ଟ ସ୍ଥିତି ଏବଂ ଅପେକ୍ଷା ତାଲିକାରେ ଥିବା ଅବସ୍ଥିତି ବିଷୟରେ ସୂଚନା ଦେବା ପାଇଁ ମଧ୍ୟ ଏସଏମଏସ୍ ପଠାଯାଇଛି।

ତୀର୍ଥ ଯାତ୍ରୀମାନଙ୍କ ପାଇଁ ଫରେକ୍ସ ସୁବିଧାର ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରଣାଳୟ ଏସବିଆଇ ସହିତ ସହଭାଗୀତା ସ୍ଥାପନ କରିଛି । ପୂର୍ବ ବର୍ଷ ତୁଳନାରେ, ଯେତେବେଳେ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ତାଙ୍କର ପ୍ରକୃତ ଆବଶ୍ୟକତା ନିର୍ବିଶେଷରେ ଭାରତର ହଜ କମିଟି ଦ୍ବାରା 2100 ରିୟାଲ୍ ଉପଲବ୍ଧ କରାଯାଇଥିଲା। କିନ୍ତୁ ହଜ୍ ପଲିସି 2023 ତୀର୍ଥଯାତ୍ରୀମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ଆବଶ୍ୟକତା ଅନୁସାରେ ନିଜର ବିଦେଶୀ ମୁଦ୍ରା ବ୍ୟବସ୍ଥା କରିବାକୁ କିମ୍ବା କମ୍ ବୈଦେଶିକ ମୁଦ୍ରା ନେବାକୁ ବିକଳ୍ପ ଏବଂ ନମନୀୟତା ପ୍ରଦାନ କରିଥାଏ। ସର୍ବାଧିକ ପ୍ରତିଯୋଗିତାମୂଳକ ହାରରେ ତୀର୍ଥଯାତ୍ରୀଙ୍କୁ ଫରେକ୍ସ ଯୋଗାଣ ନିଶ୍ଚିତ କରିବାକୁ ସରକାର ଏସବିଆଇ ସହିତ ସହଭାଗୀତା ସ୍ଥାପନ କରିଛନ୍ତି।   

ସମଗ୍ର ଭାରତରେ 22,000 ରୁ ଅଧିକ ଶାଖା ସହିତ, ଏସବିଆଇ ସମସ୍ତ ତୀର୍ଥଯାତ୍ରୀଙ୍କୁ ସାଉଦି ଆରବରେ ରହିବା ସମୟରେ ଆବଶ୍ୟକତା ପୂରଣ କରିବା ପାଇଁ ଫୋରେକ୍ସ ଏବଂ ବାଧ୍ୟତାମୂଳକ ବୀମା ଯୋଗାଇବାରେ ସହଜ କରିବ। ବ୍ୟାଙ୍କ ଏହି ବିଷୟରେ ତୀର୍ଥଯାତ୍ରୀମାନଙ୍କ ନିକଟକୁ ଏସଏମଏସ ମାଧ୍ୟମରେ ସୂଚନା ପ୍ରେରଣ କରିବ।  

ସମସ୍ତ ତୀର୍ଥଯାତ୍ରୀଙ୍କୁ ଫୋରେକ୍ସ କାର୍ଡର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି ଯାହାଦ୍ୱାରା ଚୋରି କିମ୍ବା ମୁଦ୍ରା ନଷ୍ଟ ହେବାର ସମ୍ଭାବନା ଦୂର ହେବ। ତୀର୍ଥଯାତ୍ରା ସମୟରେ ଯଦି ଏହି କାର୍ଡ ହଜିଯାଏ, ତୀର୍ଥଯାତ୍ରୀ ବ୍ୟାଙ୍କରୁ ଟଙ୍କା ଫେରସ୍ତ ପାଇପାରିବେ।

ଏସବିଆଇ ସମସ୍ତ ପ୍ରାରମ୍ଭିକ ପଏଣ୍ଟରେ ଉପଯୁକ୍ତ ସ୍ତରର ଉତ୍ସର୍ଗୀକୃତ ଫୋକାଲ୍ ପଏଣ୍ଟ / ଉପଯୁକ୍ତ ସ୍ତରର ନୋଡାଲ୍ ଅଧିକାରୀଙ୍କ ବ୍ୟବସ୍ଥା କରିଛି ଯଦ୍ବାରା ତୀର୍ଥଯାତ୍ରୀମାନେ ଫୋରେକ୍ସକୁ ନଗଦ ଆକାରରେ ବା ଫୋରେକ୍ସ କାର୍ଡ଼ ମାଧ୍ୟମରେ ପାଇପାରିବେ। ଏହା ସହିତ ଆବଶ୍ୟକତା ଅନୁସାରେ ପରାମର୍ଶ ଓ ସହାୟତା ପ୍ରଦାନ କରାଯାଉଛି। ଏସବିଆଇ ଦ୍ୱାରା ଏକ ହେଲ୍ପଲାଇନ ପରିଚାଳିତ ହେବ ଏବଂ ଏହି ନୋଡାଲ ଅଧିକାରୀଙ୍କ ଯୋଗାଯୋଗ ବିବରଣୀ ଶୀଘ୍ର ସର୍ବସାଧାରଣରେ ପ୍ରକାଶ କରାଯିବ। 

BS



(Release ID: 1913446) Visitor Counter : 118