ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜଳ ଜୀବନ ମିଶନ ଅନ୍ତର୍ଗତ ୭୫ ପ୍ରତିଶତ କଭରେଜ ଲକ୍ଷ୍ୟ ଅତିକ୍ରମ କରିଥିବା ଅରୁଣାଚଳ ପ୍ରଦେଶକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 02 APR 2023 9:15AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶରେ ଜଳ ଜୀବନ ମିଶନ ଅନ୍ତର୍ଗତ ୭୫ ପ୍ରତିଶତ କଭରେଜ ଲକ୍ଷ୍ୟ ଅତିକ୍ରମ ଓ ୧.୭୩ ଲକ୍ଷ ଗ୍ରାମାଞ୍ଚଳ ପରିବାରକୁ ପିଇବା ପାଣି ଯୋଗାଣ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମକୁ ପ୍ରଶଂସା କରିଛନ୍ତି ।

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଅରୁଣାଚଳ ପ୍ରଦେଶର କିଛି ଦୁର୍ଗମ ଅଞ୍ଚଳକୁ ଦୃଷ୍ଟିରେ ରଖି ଅମୃତ ମହୋତ୍ସବ ବେଳେ ୭୫ ପ୍ରତିଶତ କଭରେଜ ପ୍ରଶଂସନୀୟ । ଏହି କାମ କରିଥିବା ଟିମକୁ ସାଧୁବାଦ ଜଣାଉଛି । ଅବଶିଷ୍ଟ କାମ ସାରିବା ପାଇଁ ଶୁଭେଚ୍ଛା । 

 

SR


(रिलीज़ आईडी: 1913143) आगंतुक पटल : 221
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam