ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ସର୍ବାଧିକ ରାଜସ୍ୱ ସଂଗ୍ରହ ପାଇଁ ହାଲ୍‍ କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 01 APR 2023 9:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଆର୍ଥିକ ବର୍ଷର ୨୪,୬୨୦ କୋଟି ଟଙ୍କା ତୁଳନାରେ ୨୦୨୨-୨୩ ଆର୍ଥିକବର୍ଷ ପାଇଁ ପ୍ରାୟ ୨୬,୫୦୦ କୋଟି (ଆନୁମାନିକ ଏବଂ ଅଡିଟ୍‍ ହୋଇନଥିବା) ସର୍ବାଧିକ ରାଜସ୍ୱ ସଂଗ୍ରହ ପାଇଁ ହାଲ୍‍ ର ସମଗ୍ର ଦଳକୁ ପ୍ରଶଂସା କରିଛନ୍ତି । ଗତ ବର୍ଷ ତୁଳନାରେ କମ୍ପାନୀ ଏହି ବର୍ଷ ରେକର୍ଡ ପରିମାଣର ୮% ରାଜସ୍ୱ ଅଭିବୃଦ୍ଧି କରିଛି ।

ହାଲର ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଅଭୂତପୂର୍ବ! ସେମାନଙ୍କର  ଉଲ୍ଲେଖନୀୟ  ଉତ୍ସାହ ଏବଂ ମନୋବୃତ୍ତି  ପାଇଁ ମୁଁ ହାଲର ପୁରା ଦଳକୁ ପ୍ରଶଂସା କରୁଛି ।”

HS


(Release ID: 1912954) Visitor Counter : 133