ଅର୍ଥ ମନ୍ତ୍ରଣାଳୟ

ପାନ୍‌-ଆଧାର ସଂଯୋଗ ପାଇଁ ଶେଷ ତାରିଖ ସମୟସୀମା ବୃଦ୍ଧି

Posted On: 28 MAR 2023 2:48PM by PIB Bhubaneshwar

ଟିକସଦାତାଙ୍କୁ ଅଧିକ ସମୟ ପ୍ରଦାନ କରିବାକୁ, ପାନ୍ ଏବଂ ଆଧାରକୁ ସଂଯୋଗ କରିବାର ତାରିଖ ୩୦ ଜୁନ୍‌, ୨୦୨୩ କୁ ବୃଦ୍ଧି କରାଯାଇଛି, ଯେଉଁଥିରେ ବ୍ୟକ୍ତିମାନେ ଆଧାର-ପାନ୍ ସଂଯୋଗ ପାଇଁ ର୍ନିଦ୍ଦିଷ୍ଟ ପ୍ରାଧିକରଣ ସହିତ ଆଧାରକୁ ସଂଯୋଗ କରିପାରିବେ । ଏହାର କାର୍ଯ୍ୟକାରୀ ପାଇଁ ବିଜ୍ଞପ୍ତି ପୃଥକ ଭାବରେ ଜାରି ହୋଇଛି ।

ଆୟକର ଆଇନ୍‍, ୧୯୬୧ (ଏହି ଆଇନ୍‍) ର ନିୟମ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ଯାହାଙ୍କୁ ୧ ଜୁଲାଇ, ୨୦୧୭ ସୁଦ୍ଧା ପ୍ୟାନ୍ ଆବଣ୍ଟନ କରାଯାଇଛି ଏବଂ ଆଧାର ନମ୍ବର ପାଇବାକୁ ଯୋଗ୍ୟ, ତାଙ୍କ ଆଧାରକୁ ନିର୍ଦ୍ଦିଷ୍ଟ ଦେୟ ପ୍ରଦାନ ପୂର୍ବକ ୩୧ ମାର୍ଚ୍ଚ ୨୦୨୩ ପୂର୍ବରୁ ର୍ନିଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କ ସହ ସଂଯୋଗ କରିବା ଆବଶ୍ୟକ । ଏହା କରିବାରେ ବିଫଳ ହେଲେ ୧ ଏପ୍ରିଲ୍‍ ୨୦୨୩ ରୁ ଏହାର ପ୍ରଭାବ ଅନୁଭୂତ ହେବ । ପାନ୍ ଏବଂ ଆଧାରକୁ ସଂଯୋଗ କରିବା ଉଦ୍ଦେଶ୍ୟରେ ଆଧାରକୁ ର୍ନିଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କ ସହ ସଂଯୋଗ କରିବାର ଏହି ତାରିଖ ବର୍ତ୍ତମାନ ୩୦ ଜୁନ୍‌, ୨୦୨୩ କୁ ବୃଦ୍ଧି କରାଯାଇଛି ।

୧ ଜୁଲାଇ, ୨୦୨୩ ଠାରୁ, ଟିକସଦାତାଙ୍କ ପାନ୍‌, ଯେଉଁମାନେ ଆବଶ୍ୟକ ଅନୁଯାୟୀ ସେମାନଙ୍କର ଆଧାରକୁ ସଂଯୋଗରେ ବିଫଳ ହେବେ, ଏହା ଅକାମୀ ହୋଇଯିବ ଏବଂ ଏହି ସମୟ ଭିତରେ ପାନ୍‍ ନିମ୍ନଲିଖିତ ଭାବେ କାର୍ଯ୍ୟ କରିବ ନାହିଁ :

ଏଭଳି ପାନ ସପକ୍ଷରେ କୌଣସି ଫେରସ୍ତ ଫେରସ୍ତ ଦିଆଯିବ ନାହିଁ;

ସେହି ସମୟ ପାଇଁ ପାନ୍‍ କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ଏହିପରି ଫେରସ୍ତ ଉପରେ ସୁଧ ପ୍ରଦାନ କରାଯିବ ନାହିଁ; ଏବଂ

ଆଇନ୍ ଅନୁଯାୟୀ ଟିଡିଏସ୍‍ ଏବଂ ଟିସିଏସ୍‍ ଅଧିକ ହାରରେ କଟାଯିବ / ସଂଗ୍ରହ କରାଯିବ 

୧୦୦୦ ଟଙ୍କା ଦେୟ ପରେ ର୍ନିଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କୁ ଆଧାରର ସଂଯୋଗ ପରେ ପାନ୍ ୩୦ ଦିନରେ ପୁନର୍ବାର କାର୍ଯ୍ୟକ୍ଷମ ହୋଇପାରିବ ।

ସେହି ବ୍ୟକ୍ତି ଯେଉଁମାନେ ପାନ୍‌-ଆଧାର ସଂଯୋଗରୁ ବାଦ୍‍ ପଡିଛନ୍ତି ସେମାନେ ଉପରୋକ୍ତ ପରିଣାମ ପାଇଁ ଦାୟୀ ରହିବେ ନାହିଁ । ଏହି ବର୍ଗରେ ଯେଉଁମାନେ ର୍ନିଦ୍ଦିଷ୍ଟ ରାଜ୍ୟରେ ବାସ କରନ୍ତି, ଆଇନ୍‍ ଅନୁଯାୟୀ ଜଣେ ଅଣ-ବାସିନ୍ଦା, ଜଣେ ବ୍ୟକ୍ତି ଯିଏ ଭାରତର ନାଗରିକ ନୁହଁନ୍ତି କିମ୍ବା ପୂର୍ବ ବର୍ଷର ଯେକୌଣସି ସମୟରେ ଅଶୀ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସର ବ୍ୟକ୍ତି ଅଟନ୍ତି ।

ଏଥିରେ ଦର୍ଶାଯାଇଛି ଯେ ଆଜି ପର୍ଯ୍ୟନ୍ତ ଆଧାର ସହିତ ୫୧ କୋଟିରୁ ଅଧିକ ପ୍ୟାନ୍ ସଂଯୋଗ ହୋଇସାରିଛି । ନିମ୍ନଲିଖିତ ଲିଙ୍କକୁ ଯାଇ ପାନ୍ ଆଧାର ସହିତ ସଂଯୋଗ ହୋଇପାରିବ ।

HS



(Release ID: 1911604) Visitor Counter : 301