ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସୁସ୍ଥ ରହିବା ପାଇଁ ଯୋଗାଭ୍ୟାସ ଏକ ଭଲ ଉପାୟ, କାର୍ଯ୍ୟସ୍ଥଳରେ ମଧ୍ୟ:ପ୍ରଧାନମନ୍ତ୍ରୀ

Posted On: 16 MAR 2023 3:14PM by PIB Bhubaneshwar

ବ୍ୟସ୍ତ କାର୍ଯ୍ୟସୂଚୀ ଓ ଅନିୟନ୍ତ୍ରିତ ଜୀବନଶୈଳୀ ଜନିତ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟସ୍ଥଳରେ ବିରାମ ବେଳେ ଯୋଗ କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିଛନ୍ତି ।

କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଯୋଗାଭ୍ୟାସରେ ଜନଭାଗିଦାରୀ, ବିଶେଷ କରି କର୍ପୋରେଟ କାର୍ଯ୍ୟାଳୟ ଓ କାର୍ଯ୍ୟବ୍ୟସ୍ତ ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମିନିଟର ‘ୱାଇ ବ୍ରେକ’ ଭିଡିଓ ଲଂଚ ସମ୍ପର୍କରେ ଆୟୁଷ ମନ୍ତ୍ରଣାଳୟର ଏକ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବ୍ୟସ୍ତ କାର୍ଯ୍ୟସୂଚୀ ଓ ଅନିୟନ୍ତ୍ରିତ ଜୀବନଶୈଳୀ ସହ ଏହାଦ୍ୱାରା ସୃଷ୍ଟ ସମସ୍ୟାଗୁଡିକ ମଧ୍ୟ ଜଡିତ । ସୁସ୍ଥ ରହିବା ପାଇଁ ଯୋଗାଭ୍ୟାସ ଏକ ଭଲ ଉପାୟ, ଏପରିକି କାର୍ଯ୍ୟସ୍ଥଳରେ ମଧ୍ୟ ।  

SR



(Release ID: 1907529) Visitor Counter : 104