ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଯଥେଷ୍ଟ ଉନ୍ନତି ସନ୍ତୋଷଜନକ: ପ୍ରଧାନମନ୍ତ୍ରୀ

Posted On: 06 MAR 2023 8:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଯଥେଷ୍ଟ ଉନ୍ନତି ହୋଇଛି । ଏହା ବେଶ ସନ୍ତୋଷଜନକ ।

ଝାଡଖଣ୍ଡର ଗୋଡା ନିର୍ବାଚନ ମଣ୍ଡଳୀର ସାଂସଦ ଡଃ ନିଶିକାନ୍ତ ଦୁବେ ଟ୍ୱିଟ ଶୃଙ୍ଖଳ ମାଧ୍ୟମରେ ଏମ୍ସ, ଦେଓଘର ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଆଣିଥିବା ବିପ୍ଳବ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ଶ୍ରୀ ମୋଦୀ ଟ୍ୱିଟ କରିଛନ୍ତି;

“ଆଜି ୱେବିନାରରେ ମୁଁ ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲି । ଏହା ବେଶ ସନ୍ତୋଷଜନକ ଯେ, ଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ବେଶ ଉନ୍ନତି ହୋଇଛି ଓ ଏହା ମଧ୍ୟ ତାର ଏକ ଉଦାହରଣ ।     

 

SR



(Release ID: 1906347) Visitor Counter : 97