ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
06 ମାର୍ଚ୍ଚ 2023 ରେ ‘ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଗବେଷଣା’ ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
କେନ୍ଦ୍ର ସରକାରଙ୍କ ଦ୍ବାରା ଆୟୋଜିତ ହେଉଥିବା 12 ଟି ବଜେଟ୍ ପରବର୍ତ୍ତୀ ୱେବିନାର ବଜେଟ୍ ଘୋଷଣାକୁ କାର୍ଯ୍ୟକାରୀ କରିବା ପାଇଁ ନୂତନ ଚିନ୍ତାଧାରା ଏବଂ ଧାରଣା ସୃଷ୍ଟି କରିବ
ୱେବିନାରରେ 3 ଟି ଏକକାଳୀନ ବ୍ରେକଆଉଟ୍ ଅଧିବେଶନ ରହିବ ଯାହାକି ନୂତନ ନର୍ସିଂ କଲେଜ ପ୍ରତିଷ୍ଠା, ଆଇସିଏମ୍ଆର ଲ୍ୟାବର ପବ୍ଲିକ୍ ଏବଂ ଘରୋଇ କ୍ଷେତ୍ରର ବ୍ୟବହାର ଏବଂ ଫାର୍ମା ଇନୋଭେସନ୍ ଓ ମେଡିକାଲ୍ ଉପକରଣ ପାଇଁ ମଲ୍ଟିଡିସିପ୍ଲିନାରୀ ପାଠ୍ୟକ୍ରମ ସମ୍ବନ୍ଧୀୟ ବଜେଟ୍ ଘୋଷଣାକୁ ଅନ୍ତର୍ଭୁକ୍ତ କରିବ
प्रविष्टि तिथि:
05 MAR 2023 10:11AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 06 ମାର୍ଚ୍ଚ 2023 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଗବେଷଣା’ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ। କେନ୍ଦ୍ର ସରକାରଙ୍କ ଦ୍ବାରା କେନ୍ଦ୍ର ବଜେଟରେ ଘୋଷିତ ପଦକ୍ଷେପଗୁଡିକର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଅନ୍ତର୍ନିହିତ ସୂଚନା, ଚିନ୍ତାଧାରା ଏବଂ ପରାମର୍ଶକୁ ସଂଗଠିତ କରିବା ଏହି 12 ଟି ବଜେଟ୍ ପରବର୍ତ୍ତୀ ୱେବିନାରର ଉଦ୍ଦେଶ୍ୟ ଅଟେ।

ୟୁନିଅନ୍ ବଜେଟ୍ 2023-24 ର ସାତଟି ପ୍ରାଥମିକତା କ୍ଷେତ୍ର ରହିଛି, ଯାହା ପରସ୍ପରକୁ ପୂର୍ଣ୍ଣ କରେ ଏବଂ ଅମୃତ କାଳରେ ମାର୍ଗଦର୍ଶକ ବା ‘ସପ୍ତର୍ଷି’ଭାବରେ କାର୍ଯ୍ୟ କରିବେ । ସମନ୍ବିତ ବିକାଶ ହେଉଛି ସରକାରଙ୍କ ପ୍ରାଥମିକତା ମଧ୍ୟରୁ 157 ନୂତନ ନର୍ସିଂ କଲେଜ ପ୍ରତିଷ୍ଠା, ଆଇସିଏମଆର ଲ୍ୟାବରେ ପବ୍ଲିକ ଆଣ୍ଡ ଘରୋଇ ମେଡିକାଲ ରିସର୍ଚ୍ଚ ଏବଂ ମେଡିକାଲ ଉପକରଣ ପାଇଁ ଫାର୍ମା ଇନୋଭେସନ୍ ଏବଂ ମଲ୍ଟିଡିସିପ୍ଲିନାରୀ ପାଠ୍ୟକ୍ରମକୁ ଉତ୍ସାହିତ କରିବା।
ୱେବିନାରରେ ତିନୋଟି ସ୍ୱାସ୍ଥ୍ୟ ଏବଂ ଫାର୍ମା ସେକ୍ଟରକୁ ଅନ୍ତର୍ଭୁକ୍ତ କରୁଥିବା ତିନୋଟି ଏକକାଳୀନ ବ୍ରେକଆଉଟ୍ ଅଧିବେଶନ ରହିବ । ସଂପୃକ୍ତ କେନ୍ଦ୍ର ସରକାର ମନ୍ତ୍ରଣାଳୟ / ବିଭାଗର ମନ୍ତ୍ରୀ ଏବଂ ସଚିବମାନଙ୍କ ବ୍ୟତୀତ ରାଜ୍ୟ / କେନ୍ଦ୍ର ଶାସିତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ବିଷୟ ବିଶେଷଜ୍ଞ, ଶିଳ୍ପ / ଆସୋସିଏସନ୍, ଘରୋଇ ମେଡିକାଲ୍ କଲେଜ / ଡାକ୍ତରଖାନା / ପ୍ରତିଷ୍ଠାନ ଇତ୍ୟାଦିର ପ୍ରତିନିଧୀମାନେ ଅଂଶଗ୍ରହଣ କରିବେ ଏବଂ ବଜେଟ୍ ଘୋଷଣାର ଉତ୍ତମ କାର୍ଯ୍ୟକାରିତା ପାଇଁ ପରାମର୍ଶ ମାଧ୍ୟମରେ ଯୋଗଦାନ କରିବେ।
ବ୍ରେକଆଉଟ୍ ଅଧିବେଶନର ବିଷୟବସ୍ତୁ ହେଉଛି ନର୍ସିଂରେ ଗୁଣାତ୍ମକ ଉନ୍ନତି: ଭିତ୍ତିଭୂମି, ଶିକ୍ଷା ଏବଂ ଅଭ୍ୟାସ; ମେଡିକାଲ ଗବେଷଣା ପାଇଁ ସୁବିଧାପ୍ରଦାନକାରୀ ଭାବରେ ଆଇସିଏମଆର ଲ୍ୟାବଗୁଡିକର ସାର୍ବଜନୀନ ଏବଂ ବେସରକାରୀ କ୍ଷେତ୍ରର ବ୍ୟବହାର; ଏବଂ ଫାର୍ମା ଇନୋଭେସନ୍ ଏବଂ ଡାକ୍ତରୀ ଉପକରଣ ପାଇଁ ବହୁମୁଖୀ ପାଠ୍ୟକ୍ରମ।
BS
(रिलीज़ आईडी: 1904402)
आगंतुक पटल : 193
इस विज्ञप्ति को इन भाषाओं में पढ़ें:
Telugu
,
Kannada
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Malayalam