ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି-୨୦ ବିଦେଶ ମନ୍ତ୍ରୀ ସମୂହ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


“ଗୋଟିଏ ପୃଥିବୀ,ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ” ଏକକ ଉଦ୍ଦେଶ୍ୟ ଓ ଐକ୍ୟର ସୂଚନା ଦେଇଥାଏ”

“ବିଶ୍ୱ ଯୁଦ୍ଧ ପରବର୍ତ୍ତୀ ବୈଶ୍ୱିକ ଶାସନ ଭବିଷ୍ୟତ ଯୁଦ୍ଧ ଓ ଆନ୍ତର୍ଜାତିକ ସହଯୋଗ ଏପରି ଦୁଇଟି ସାମୂହିକ ସ୍ୱାର୍ଥଜନିତ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ବିଫଳ”

“ବୈଶ୍ୱିକ ନେତୃତ୍ୱର ନିଷ୍ପତ୍ତି ଦ୍ୱାରା ସବୁଠାରୁ କ୍ଷତିଗ୍ରସ୍ତ ମାନଙ୍କର କଥା ନ ଶୁଣି କୌଣସି ବି ଗୋଷ୍ଠୀ ଏହାର ନେତୃତ୍ୱ ଦାବି କରିପାରିବ ନାହିଁ”

“ଭାରତର ଜି-୨୦ ଅଧ୍ୟକ୍ଷତା ଦକ୍ଷିଣ ଗୋଲାର୍ଦ୍ଧର ସ୍ୱର ଉତ୍ତୋଳନ ନିମନ୍ତେ ଚେଷ୍ଟା କରିଛି”

“ ଆମେ ସହମତିରେ ସମାଧାନ ନ କରିପାରୁଥିବା ସମସ୍ୟାଗୁଡିକୁ ଆଲୋଚନା ପରିସରକୁ ଆଣିବା ଅନୁଚିତ ଓ ଯାହା ସହମତିରେ ସମ୍ଭବ ତାହା ଆଣିବାକୁ ହେବ”

“ଅଭିବୃଦ୍ଧି ଓ ଦକ୍ଷତା ଗୋଟିଏ ପଟେ ଓ ନମନୀୟତା ଅନ୍ୟ ପଟରେ ରଖି ପ୍ରକୃତ ସନ୍ତୁଳନ ରକ୍ଷା ପାଇଁ ଜି-୨୦କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ହେବ”

Posted On: 02 MAR 2023 9:34AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୨.୦୩.୨୦୨୩) ଜି-୨୦ର ବିଦେଶମନ୍ତ୍ରୀ ମାନଙ୍କ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି ।

ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଭାରତ କାହିଁକି ଏହାର ଜି-୨୦ ଅଧ୍ୟକ୍ଷତା କାଳରେ “ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ର ବାର୍ତ୍ତାକୁ ଗ୍ରହଣ କଲା ତା’ ଉପରେ ଆଲୋଚନା କରିଥିଲେ । ଏହା ଗୋଟିଏ ଉଦ୍ଦେଶ୍ୟ ଓ ଗୋଟିଏ ପ୍ରକାର କାର୍ଯ୍ୟାନୁଷ୍ଠାନର ସୂଚନା ଦେଉଛି । ଆଜିର ଏହି ବୈଠକ ଏକାଠି ହେବାର ଉତ୍ସାହ ଓ ସମାନ ଧରଣର ଓ ପକ୍‌କା ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଥିଲେ ।

ଆଜି ବିଶ୍ୱରେ ବହୁପକ୍ଷୀୟ ଚିନ୍ତାଧାରା ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ସ୍ୱୀକାର କରି ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱ ଯୁଦ୍ଧ ପରେ ଦୁଇଟି ମୁଖ୍ୟ କାର୍ଯ୍ୟ ବୈଶ୍ୱିକ ପ୍ରଶାସନିକ ବ୍ୟବସ୍ଥା ପାଇଁ କଳ୍ପନା କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ପ୍ରଥମ ହେଲା ପ୍ରତିଯୋଗିତା ମୂଳକ ସ୍ୱାର୍ଥର ସନ୍ତୁଳନ ରକ୍ଷା କରି ଭବିଷ୍ୟତ ଯୁଦ୍ଧ ପରିସ୍ଥିତିକୁ ଟାଳିବା ଓ ଦ୍ୱିତୀୟଟି ହେଉଛି ସମାନ ସ୍ୱାର୍ଥ ଥିବା ବିଷୟରେ ଆନ୍ତର୍ଜାତିକ ସହମତି ରକ୍ଷା । ଗତ କିଛି ବର୍ଷ ମଧ୍ୟରେ ଆର୍ଥକ ଜଟିଳତା, ଜଳବାୟୁ ପରିବର୍ତ୍ତନ, ମହାମାରୀ, ଆତଙ୍କବାଦ ଓ ଯୁଦ୍ଧ ଇତ୍ୟାଦି କ୍ଷେତ୍ରରେ ବୈଶ୍ୱିକ ପ୍ରଶାସନିକ ବ୍ୟବସ୍ଥା ବିଫଳ ହୋଇଛି । ଏଭଳି ଅସଫଳତାର ଦୁଃଖଦ ପରିଣତି ମୁଖ୍ୟତଃ ବିଶ୍ୱର ବିକାଶୋନ୍ମୁଖୀ ରାଷ୍ଟ୍ର ଉପରେ  ପଡିଛି । ବର୍ଷ ବର୍ଷର ପ୍ରଗତି ସତ୍ୱେ ବିଶ୍ୱ ସ୍ଥାୟୀ ଓ ନିରନ୍ତର ବିକାଶକୁ ଅଣଦେଖା କରିବାକୁ ବାଧ୍ୟ ହୋଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଅନେକ ବିକାଶମୁଖୀ ଦେଶ ଅସମ୍ଭାଳ ଋଣ ଭାର ସହିତ ସଂଗ୍ରାମ କରିବା ସହ ସେମାନଙ୍କ ଦେଶବାସୀଙ୍କ ନିମନ୍ତେ ଖାଦ୍ୟ ଓ ଶକ୍ତି ନିରାପତ୍ତା ସୁରକ୍ଷିତ କରିବା ପାଇଁ ସଂଗ୍ରାମ କରି ଚାଲିଛନ୍ତି । ଧନୀ ଦେଶଗୁଡିକ ଦ୍ୱାରା ସୃଷ୍ଟି ହେଉଥିବା ବୈଶ୍ୱିକ ଉତ୍ତପ୍ତିକରଣ ନିମନ୍ତେ ବିକାଶମୁଖୀ ରାଷ୍ଟ୍ରଗୁଡିକ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । “ଜି-୨୦ ଅଧ୍ୟକ୍ଷତା କରୁଥିବା ଭାରତ ଦକ୍ଷିଣ ଗୋଲାର୍ଦ୍ଧର ସ୍ୱର ହେବାକୁ ଚେଷ୍ଟା କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ ବିଭିନ୍ନ ନିଷ୍ପ୍‌ତ୍ତି ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ଦେଶମାନଙ୍କ ସମସ୍ୟା ଉପରେ ଧ୍ୟାନ ନ ଦେଇ କେହି ବି  ବୈଶ୍ୱିକ ନେତୃତ୍ୱ ଦାବି କରିପାରିବେ ନାହିଁ ବୋଲି କହିଥିଲେ ।

ବୈଶ୍ୱିକ ବିଚ୍ଛିନ୍ନତାର ଘନଘଟା ମଧ୍ୟରେ ଆଜିର ବୈଠକ ଅନୁଷ୍ଠିତ ହେଉଛି ଓ ବିଦେଶ ମନ୍ତ୍ରୀ ହିସାବରେ ଏକଥା ସ୍ୱାଭାବିକ ଯେ ଆଲୋଚନା ଭୂ-ରାଜନୈତିକ ଅଶାନ୍ତି ଯୋଗୁଁ ବାଧାପ୍ରାପ୍ତ ହେଉଛି । “ଆମେ ସମସ୍ତେ ଏହି ଅଶାନ୍ତି ଦୂର କରିବା ନିମନ୍ତେ ସଜାଗ ରହିଛୁ ଯେପରି ଏହା ଦୂର ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 ସେ କହିଥିଲେ ଯେ ଅଗ୍ରଣୀ ଆର୍ଥିକ ଶକ୍ତିଭାବେ ଯେଉଁମାନେ ଏଠାରେ ଉପସ୍ଥିତ ନାହାଁନ୍ତି, ସେ ଦାୟିତ୍ୱ ଆମ ଉପରେ ରହିଛି । ପୃଥିବୀ ଅଭିବୃଦ୍ଧି, ବିକାଶ, ଆର୍ଥିକ ନମନୀୟତା, ବିପର୍ଯ୍ୟୟ ନମନୀୟତା, ଆର୍ଥିକ ସ୍ଥାୟିତ୍ୱ , ଆର୍ଥିକ ଦେଣନେଣ, ଅପରାଧ, ଦୁର୍ନୀତି, ଆତଙ୍କବାଦ, ଖାଦ୍ୟ ଓ ଶକ୍ତି ସୁରକ୍ଷାର ଆହ୍ୱାନଗୁଡିକର ମୁକାବିଲା ନିମନ୍ତେ ଜି-୨୦କୁ ଭରସା କରିଛି ଓ ଜି-୨୦ ଏ ଦିଗରେ ଏକ ସହମତି ସୃଷ୍ଟି କରି ସମସ୍ୟାର ମୁକାବିଲା କରି ପାରିବାର ସାମଥ୍ୟଁ ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଯେଉଁ ସମସ୍ୟା ସମାଧାନ ସହମତି ଭିତ୍ତିରେ ସମ୍ଭବ ନୁହେଁ, ସେଗୁଡିକ ସମ୍ଭାବ୍ୟ ସମାଧାନ ରାସ୍ତାରେ ଆସିବା ଅନୁଚିତ । ବୈଠକ ଗାନ୍ଧି ଓ ବୁଦ୍ଧଙ୍କ ଦେଶରେ ହେଉଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତ ମହାମହିମ ମାନଙ୍କୁ ଭାରତୀୟ ସଭ୍ୟତାର ମୂଳମନ୍ତ୍ର ଯାହା ଆମକୁ ଏକତା ସୂତ୍ରରେ ବାନ୍ଧି ରଖିଛି ସେଥିରୁ ପ୍ରେରଣା ଲାଭ କରିବାକୁ ଅନୁରୋଧ କରିଥିଲେ ।

ପ୍ରାକୃତିକ ବିପର୍ଯ୍ୟୟ ଓ ମର୍ମନ୍ତୁଦ ବୈଶ୍ୱିକ ମହାମାରୀରେ ହଜାର ହଜାର ଜୀବନହାନୀ ଉପରେ ଆଲୋକପାତ କରି କିପରି ସେତେବେଳେ ବିଶ୍ୱ ଯୋଗାଣ ବ୍ୟବସ୍ଥା, ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ତାହା ବର୍ଣ୍ଣନା କରିଥିଲେ । ସ୍ଥିର ଆର୍ଥିକ ବ୍ୟବସ୍ଥା କିପରି ହଠାତ ଋଣ ଓ ଆର୍ଥିକ ଜଟିଳତାର ସାମ୍ନା କଲା ତା’ର ଉଦାହରଣ ଦେଇ ସେ ଏଥିପାଇଁ ସମାଜରେ ଅର୍ଥନୀତିରେ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏବଂ ଭିତ୍ତିଭୂମିରେ  ନମନୀୟତା ପ୍ରଦର୍ଶନ କରିବା ଉପରେ ମତ ରଖିଥିଲେ । ମିଳିମିଶି କାର୍ଯ୍ୟ କଲେ ଏଥିରେ ସନ୍ତୁଳନ ରକ୍ଷା ହୋଇପାରିବ । ସମ୍ମିଳିତ ଜ୍ଞାନ ଓ ସାମର୍ଥ୍ୟ ଉପରେ ବିଶ୍ୱାସ ରଖି ଆଜିର ବୈଠକ କାର୍ଯ୍ୟଭିମୁଖୀ ହୋଇ ମତପାର୍ଥକ୍ୟ ଦୂର କରିବ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ସମାପନ କରିଥିଲେ ।

 

*****

SM/SLP



(Release ID: 1903692) Visitor Counter : 108