ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ବିଶ୍ୱ ବ୍ୟାଙ୍କ ଗୋଷ୍ଠିର ସଭାପତି ଶ୍ରୀ ଡେଭିଡ ମାଲପାସ

Posted On: 23 FEB 2023 1:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ବିଶ୍ୱ ବ୍ୟାଙ୍କ ଗୋଷ୍ଠିର ସଭାପତି ଶ୍ରୀ ଡେଭିଡ ମାଲପାସଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ମାନ୍ୟଗଣ୍ୟ ବ୍ୟକ୍ତି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ, ବିଶେଷତଃ ଅଭିବୃଦ୍ଧି ଏବଂ ନବସୃଜନର ଭବିଷ୍ୟତ କ୍ଷେତ୍ର ଉପରେ । ଉଚ୍ଚ ଅଭିବୃଦ୍ଧି ହାର ହାସଲ ତଥା ବୃଦ୍ଧି ପାଇଁ ଅମୃତ କାଳରେ ଭାରତ ପାଇଁ ବିଶ୍ୱ ବ୍ୟାଙ୍କ ଗୋଷ୍ଠିର ସମର୍ଥନକୁ ଶ୍ରୀ ମାଲପାସ୍ ନିଶ୍ଚିତ କରିଛନ୍ତି ।

ଶ୍ରୀ ଡେଭିଡ ମାଲପାସଙ୍କ ଏକ ଟୁଇଟର ଜବାବରେ ଶ୍ରୀ ମୋଦୀ ଟୁଇଟ୍‍ କରିଛନ୍ତି;

“ବିଭିନ୍ନ ବିଷୟ ଉପରେ ବିଶେଷ ଭାବରେ ଅଭିବୃଦ୍ଧି ଏବଂ ନବସୃଜନର ଭବିଷ୍ୟତ କ୍ଷେତ୍ର ଉପରେ ଆପଣଙ୍କ ସହ ଏକ ଭଲ ଆଲୋଚନା ହୋଇଥିଲା । @DavidMalpassWBG”

HS


(Release ID: 1902231)