ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ‘ୟୁପିଆଇ-ପେନାଓ ଲିଙ୍କେଜ’ର ସଂଯୋଗ ଭର୍ଚୁଆଲ୍ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

ପୋଷ୍ଟ କରାଯିବା ଦିନାଙ୍କ: 21 FEB 2023 12:24PM by PIB Bhubaneswar

ମହାମହିମ ପ୍ରଧାନମନ୍ତ୍ରୀ ଲି,

ସିଙ୍ଗାପୁରର ମନିଟରୀ ଅଥରିଟିର ପରିଚାଳନା ନିର୍ଦେଶକ,

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର,

ଭାରତ ଏବଂ ସିଙ୍ଗାପୁରର ମୋର ସାଥୀମାନେ,

ଭାରତ ଏବଂ ସିଙ୍ଗାପୁରର ମିତ୍ରତା ବହୁ ପୁରାତନ ଅଟେ, ସମୟର କଷଟି ପଥରରେ ସେ ସବୁବେଳେ ସତ୍ୟତା ପ୍ରତିପାଦନ କରୁଛି । ଆମର ଲୋକଙ୍କ ଠାରୁ ଲୋକଙ୍କ ପର୍ଯ୍ୟନ୍ତ ଥିବା ସମ୍ପର୍କ ଏହାର ମୁଖ୍ୟ ଆଧାର ରହିଆସିଛି । ୟୁପିଆଇ-ପେନାଓ ଲିଙ୍କର ଶୁଭାରମ୍ଭ, ଆଜି ଉଭୟ ଦେଶର ନାଗରିକମାନଙ୍କ ପାଇଁ ଗୋଟିଏ ଏମିତି ଉପହାର ଅଟେ, ଯାହାକି ସେହି ଉତ୍ସୁକତାର ଅପେକ୍ଷା ଆମେ କରିଥିଲୁ । ମୁଁ ଭାରତ ଏବଂ ସିଙ୍ଗାପୁରର ଲୋକମାନଙ୍କୁ ଏଥିପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ଆଜିର ଯୁଗରେ, ଟେକ୍ନୋଲୋଜି ଆମକୁ ଅନେକ ପ୍ରକାରରେ ଜଣକୁ ଆଉଜଣଙ୍କ ସହିତ ଯୋଡୁଛି । ଫିନଟେକ ମଧ୍ୟ ଏକ ଏମିତି କ୍ଷେତ୍ର ଅଟେ, ଯିଏ ଲୋକମାନଙ୍କୁ ଜଣଙ୍କୁ ଅନ୍ୟ ଜଣଙ୍କ ସହିତ ସଂଯୋଗ କରୁଛି । ସାମାନ୍ୟ ଭାବରେ, ଏହାର ସୀମା ଗୋଟିଏ ଦେଶ ମଧ୍ୟରେ ସୀମିତ ରହୁଥିଲା; କିନ୍ତୁ, ଆଜିର ଶୁଭାରମ୍ଭର କ୍ରସ-ବର୍ଡର ଫିନେଟକ କନେକ୍ଟିଭିଟି ତାହାର ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି ।

ଆଜି ପରେ, ସିଙ୍ଗାପୁର ଏବଂ ଭାରତର ଲୋକମାନେ ନିଜ ନିଜ ମୋବାଇଲ ଫୋନ ଦ୍ୱାରା ସେହିଭଳି ଭାବରେ ପଇସା ଟ୍ରାନ୍ସଫର କରିପାରିବେ, ଯେମିତି ସେମାନେ ନିଜ-ନିଜ ଦେଶ ଭିତରେ କରିଥାନ୍ତି । ଏହାଦ୍ୱାରା ଉଭୟ ଦେଶର ଲୋକମାନଙ୍କୁ ନିଜ ମୋବାଇଲରୁ ସଙ୍ଗେ ସଙ୍ଗେ, କମ୍ ଖର୍ଚ୍ଚରେ ଫଣ୍ଡ ଟ୍ରାନ୍ସଫର କରିବାରେ ସାହାଯ୍ୟ ମିଳିବ। ଏହି ସୁବିଧା ଦ୍ୱାରା ଉଭୟ ଦେଶ ମଧ୍ୟରେ ଟଙ୍କା ପଠାଇବାର ରାସ୍ତା ଏବଂ ପ୍ରକୃତ-ସମୟ ବିକଳ୍ପ ସମ୍ଭବ ହୋଇପାରିବ । ଏହାଦ୍ୱାରା ଆମର ପ୍ରବାସୀ ଭାଇ-ଭଉଣୀମାନଙ୍କୁ ବୃତ୍ତିଗତଧାରୀମାନଙ୍କୁ, ଛାତ୍ରଛାତ୍ରୀମାନଙ୍କୁ ଏବଂ ସେମାନଙ୍କର ପରିବାରବର୍ଗଙ୍କୁ ବିଶେଷ ଭାବରେ ଲାଭ ମିଳିବ ।

ସାଥୀମାନେ,

ବିଗତ ବର୍ଷରେ ଭାରତ ଉଦ୍ଭାବନ ଏବଂ ଆଧୁନିକୀକରଣ ପାଇଁ ଉଭୟ ବାତାବରଣ ପ୍ରସ୍ତୁତ କରିବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି । ଆମର ଡିଜିଟାଲ ଇଣ୍ଡିଆ ପ୍ରୋଗ୍ରାଗରୁ ଦେଶ ଜୀବନରେ ସୁଗମତା ମଧ୍ୟ ବଢ଼ିଛି ଏବଂ ବାଣିଜ୍ୟରେ ସୁଗମତା ମଧ୍ୟ ବୃଦ୍ଧି ପାଇଛି । ଏହାଦ୍ୱାରା ଡିଜିଟାଲ କନେକ୍ଟିଭିଟି ସହିତ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ମଧ୍ୟ ଅଦ୍ଭୁତପୂର୍ବ ଗତି ମିଳିପାରିଛି ।

ଡିଜିଟାଲ ଇଣ୍ଡିଆ ଅଭିଯାନ ଶାସନ ଏବଂ ଜନସେବା ବିତରଣରେ ଅଦ୍ଭୁତପୂର୍ବ ସଂସ୍କାରକୁ ମଧ୍ୟ ସମ୍ଭବ କରିପାରିଛି । ଏହା ଭାରତର ଡିଜିଟାଲ ଭିତ୍ତିଭୂମିର ହିଁ ଶକ୍ତି ଅଟେ ଯେ, କୋଭିଡ ମହାମାରୀ ସମୟରେ ଆମେ କୋଟି କୋଟି ଲୋକମାନଙ୍କୁ ବ୍ୟାଙ୍କ ଖାତା ମାଧ୍ୟମରେ ସିଧାସଳଖ ପଇସା ଟ୍ରାନ୍ସଫର କରିପାରିଥିଲୁ ।

ସାଥୀମାନେ,

୫ ବର୍ଷ ପୂର୍ବରୁ, ମୁଁ ସିଙ୍ଗାପୁରରେ କହିଥିଲି ଯେ, ଫିନଟେକ ଇନୋଭେସନ ଏବଂ ଯୁବ-ଶକ୍ତିରେ ବିଶ୍ୱାସର ଏକ ବହୁତ ବଡ଼ ଉତ୍ସବ ଅଛି । ଫିନଟେକ ଏବଂ ଡିଜିଟାଲ କ୍ରାନ୍ତିରେ ଭାରତର ସଫଳତାର ନେତୃତ୍ୱ ଆମର ଟେକ୍ନୋଲୋଜି-ଟ୍ରେଣ୍ଡ ଯୁବକମାନେ ହିଁ କରୁଛନ୍ତି । ଆଜି ଫିନଟେକର ଦୁନିଆରେ ଭାରତର ହଜାର ହଜାର ଷ୍ଟାର୍ଟ-ଅପ୍ ନିଜର ପରିଚୟ ସୃଷ୍ଟି କରୁଛନ୍ତି । ଏହି ଶକ୍ତି କାରଣରୁ ଆଜି ପ୍ରକୃତ ସମୟ ଡିଜିଟାଲ ନେଣଦେଣ କ୍ଷେତ୍ରରେ ଭାରତ, ବିଶ୍ୱର ଅଗ୍ରଣୀ ଦେଶ ମଧ୍ୟରେ ରହିଛି ।

ଆଜି ୟୁପିଆଇ ଭାରତରେ ସବୁଠାରୁ ପସନ୍ଦଯୋଗ୍ୟ ପେମେଣ୍ଟ ମେକାନିଜିମ ହୋଇପାରିଛି । ବଣିକ ଏବଂ ଗ୍ରାହକ, ଉଭୟ ଏହାଦ୍ୱାରା ଅଧିକରୁ ଅଧିକ ଏହାକୁ ଆପଣାଉଛନ୍ତି । ସେଥିପାଇଁ ଆଜି ବହୁତଗୁଡ଼ିଏ ରପ୍ତାନିକାରୀ ସଂସ୍ଥା ଅନୁମାନ କରୁଛନ୍ତି ଯେ ଖୁବ୍ଶୀଘ୍ର ଯଦି ଭାରତରେ ଡିଜିଟାଲ-ୱାଲେଟ ଟ୍ରାଞ୍ଜାକ୍ସନ, ନଗଦ ନେଣଦେଣ ଠାରୁ ଅଧିକ ହୋଇଯିବ । ଗତବର୍ଷ ଅର୍ଥାତ୍ ୨୦୨୨ରେ, ୟୁପିଆଇ ମାଧ୍ୟମରେ ପ୍ରାୟତଃ ୧୨୬ ଲକ୍ଷ କୋଟି ଟଙ୍କା, ଅର୍ଥାତ ୨ ଟ୍ରିଲିୟନ ସିଙ୍ଗାପୁର ଡଲାରରେ ଅଧିକ ମୂଲ୍ୟର ନେଣଦେଣ ହୋଇଛି । ଯଦି ମୁଁ ନେଣଦେଣର ହିସାବ କରିବି ତେବେ ଏହା ମଧ୍ୟ ୭୪୦୦ କୋଟି ଟଙ୍କାରୁ ଅଧିକ ହେବ । ଏହା ଦେଖାଯାଉଛି ଯେ ଭାରତର ୟୁପିଆଇ ସିଷ୍ଟମ, କେତେ ବଡ଼ ସଂଖ୍ୟାକୁ ସୁନ୍ଦର ଭାବରେ ଏବଂ ସୁରକ୍ଷିତ ଭାବରେ କାର୍ଯ୍ୟକାରୀ କରୁଛି ।

ଆଚ୍ଛା, ଏହା ମଧ୍ୟ ଯେ ବିଭିନ୍ନ ଦେଶଗୁଡ଼ିକ ସହିତ ୟୁପିଆଇର ଭାଗିଦାରୀ ମଧ୍ୟ ବଢୁଛି । ସିଙ୍ଗାପୁର ପ୍ରଥମ ଦେଶ ଅଟେ, ଯାହା ସହିତ ଆଜି ଜଣଙ୍କ ଠାରୁ ଜଣକ ପର୍ଯ୍ୟନ୍ତ ଦେୟ ସୁବିଧା ଶୁଭାରମ୍ଭ ହୋଇଛି । ମୁଁ ସିଙ୍ଗାପୁରର ମନିଟରୀ ଅଥରିଟୀ, ଭାରତର ରିଜର୍ଭ ବ୍ୟାଙ୍କ, ଏବଂ ଏହି ପ୍ରୟାସକୁ ସଫଳ କରିବାରେ ଜଡ଼ିତ ଥିବା ସମସ୍ତ ଲୋକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ମୁଁ ଉଭୟ ଦେଶର ଜନତାଙ୍କୁ ପୁଣିଥରେ ବହୁତ-ବହତ ଶୁଭେଚ୍ଛା ଜଣାଉଛି ଏବଂ ମୁଁ ପ୍ରଧାନମନ୍ତ୍ରୀ ଜୀଙ୍କର ମଧ୍ୟ ହୃଦୟରୁ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି ।

ଧନ୍ୟବାଦ ।

NS/MB


(ରିଲିଜ ଆଡି: 1901466) ପରିଦର୍ଶକ କାଉଣ୍ଟର : 119