ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସିନେଟ ମେଜରିଟି ଲିଡର ଚାର୍ଲ୍ସ ଶୁମରଙ୍କ ନେତୃତ୍ୱରେ ଆମେରିକାର ନଅ ସିନେଟରଙ୍କ ଏକ ପ୍ରତିନିଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି
ଭାରତ-ଆମେରିକା ସମ୍ପର୍କକୁ ଗଭୀର କରିବା ପାଇଁ ଆମେରିକା କଂଗ୍ରେସର ନିରନ୍ତର ଏବଂ ଦ୍ୱିପାକ୍ଷିକ ସମର୍ଥନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି
ରାଷ୍ଟ୍ରପତି ବାଇଡେନଙ୍କ ସହ ତାଙ୍କର ନିକଟରେ ଫୋନ୍ କଲ୍ ଏବଂ ଭାରତ-ଆମେରିକାର ବିସ୍ତୃତ ଗ୍ଲୋବାଲ୍ ଷ୍ଟ୍ରାଟେଜିକ୍ ଭାଗିଦାରୀକୁ ଆହୁରି ଉନ୍ନତ କରିବା ପାଇଁ ଦୁଇ ନେତାଙ୍କ ସହଭାଗୀ ଲକ୍ଷ୍ୟକୁ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି
ଦ୍ୱିପାକ୍ଷିକ କୌଶଳଗତ ଭାଗିଦାରୀକୁ ଦୃଢ଼ କରିବା ସହିତ ପ୍ରଧାନମନ୍ତ୍ରୀ ଏବଂ ଆମେରିକାର ପ୍ରତିନିଧୀ ଅଂଶୀଦାର ଗଣତାନ୍ତ୍ରିକ ମୂଲ୍ୟବୋଧ, ଦୃଢ଼ ଦ୍ୱିପାକ୍ଷିକ ସହଯୋଗ, ଦୃଢ଼ ଲୋକ ସମ୍ପର୍କ ଏବଂ ଆମେରିକାର ଉତ୍ସାହୀ ଭାରତୀୟ ନାଗରିକମାନଙ୍କୁ ସ୍ୱୀକୃତି ଦେଇଛନ୍ତି
ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଆମେରିକାର ପ୍ରତିନିଧୀଙ୍କ ସହ ଆଲୋଚନା କରିଛନ୍ତି
प्रविष्टि तिथि:
20 FEB 2023 8:10PM by PIB Bhubaneshwar
ସିନେଟର ମେଜରିଟି ଲିଡର ଚାର୍ଲ୍ସ ଶୁମରଙ୍କ ନେତୃତ୍ୱରେ ଆମେରିକାର କଂଗ୍ରେସର ଏକ ପ୍ରତିନିଧୀ ଦଳ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ପ୍ରତିନିଧୀ ଦଳରେ ସିନେଟର ରୋନ୍ ୱାଇଡେନ୍, ସିନେଟର ଜ୍ୟାକ୍ ରିଡ୍, ସିନେଟର ମାରିଆ କାଣ୍ଟୱେଲ, ସିନେଟର ଆମି କ୍ଲୋବୁଚର, ସିନେଟର ମାର୍କ ୱାର୍ନର, ସିନେଟର ଗ୍ୟାରି ପିଟର୍ସ, ସିନେଟର କ୍ୟାଥରିନ କର୍ଟେଜ ମସ୍ତୋ ଏବଂ ସିନେଟର ପିଟର ୱେଲଚ ରହିଥିଲେ।
ପ୍ରଧାନମନ୍ତ୍ରୀ ଭାରତରେ କଂଗ୍ରେସ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ ଏବଂ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର କରିବା ପାଇଁ ଆମେରିକା କଂଗ୍ରେସର ନିରନ୍ତର ଏବଂ ଦ୍ୱିପାକ୍ଷିକ ସମର୍ଥନକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଜୋସେଫ ବାଇଡେନଙ୍କ ସହ ତାଙ୍କର ଫୋନ୍ କଲ୍ ଏବଂ ସମ ସାମୟିକ ବିଶ୍ବସ୍ତରୀୟ ଆହ୍ବାନର ମୁକାବିଲା ପାଇଁ ଭାରତ-ଆମେରିକାର ବ୍ୟାପକ ଗ୍ଲୋବାଲ୍ କୌଶଳଗତ ଭାଗିଦାରୀକୁ ଆହୁରି ଉନ୍ନତ କରିବା ପାଇଁ ଦୁଇ ନେତାଙ୍କ ସହଭାଗୀ ଦୃଷ୍ଟିକୋଣ ବିଷୟରେ ଉଲ୍ଲେଖ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏବଂ ଆମେରିକାର ପ୍ରତିନିଧି ଦଳ ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ, ଦୃଢ଼ ଦ୍ୱିପାକ୍ଷିକ ସହଯୋଗ, ଦୃଢ଼ ଲୋକ ସମ୍ପର୍କ ଏବଂ ଆମେରିକାର ଉତ୍ସାହୀ ଭାରତୀୟ ମାନଙ୍କ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀକୁ ଦୃଢ଼ ସ୍ତମ୍ଭ ଭାବରେ ସ୍ୱୀକୃତି ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଆମେରିକାର ପ୍ରତିନିଧୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ, ମିଳିତ ବିକାଶ ଏବଂ ଉତ୍ପାଦନ ତଥା ବିଶ୍ୱସ୍ତ ତଥା ସ୍ଥିର ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ନୂତନ ସୁଯୋଗ ବିଷୟରେ ଆଲୋଚନା କରିଥିଲେ।
BS
(रिलीज़ आईडी: 1900929)
आगंतुक पटल : 162
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada