ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫେବୃୟାରୀ ୧୭ରେ ଇକୋନମିକ ଟାଇମ୍ସ ଗ୍ଲୋବାଲ ବିଜିନେସ ସମିଟକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Posted On: 17 FEB 2023 7:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ ୧୭ରେ ଦିଲ୍ଲୀ ସ୍ଥିତ ହୋଟେଲ ତାଜ ପ୍ୟାଲେସରେ ସନ୍ଧ୍ୟା ପ୍ରାୟ ୭.୪୦ ବେଳକୁ ଇକୋନମିକ ଟାଇମ୍ସ ଗ୍ଲୋବାଲ ବିଜିନେସ ସମିଟକୁ ସମ୍ବୋଧିତ କରିବେ । 

ଗ୍ଲୋବାଲ ବିଜିନେସ ସମିଟ ୨୦୨୩ର ବିଷୟବସ୍ତୁ ରହିଛି ନମନୀୟତା, ପ୍ରଭାବ, ପ୍ରଭୁତ୍ୱ (ରେଜିଲିଏନ୍ସ, ଇନଫ୍ଲୁଏନ୍ସ, ଡୋମିନାନ୍ସ) । ଏହି ଦୁଇଦିନିଆ ସମ୍ମିଳନୀ ଫେବୃୟାରୀ ୧୭-୧୮ରେ ଆୟୋଜିତ ହେବ ।

ଏହି ବୈଶିକ ବାଣିଜ୍ୟିକ ଶିଖର ସମ୍ମିଳନୀ ପ୍ରତିବର୍ଷ ଦ ଟାଇମ୍ସ ଗ୍ରୁପ ଦ୍ୱାରା ଆୟୋଜିତ ହୋଇଥାଏ । ଏହି ସମ୍ମିଳନୀ ବୁଦ୍ଧିଜୀବି, ନୀତି ନିର୍ମାତା, ଶିକ୍ଷାବିତ ଓ କର୍ପୋରେଟ ପ୍ରମୁଖମାନଙ୍କୁ ଗୋଟିଏ ମଂଚକୁ ଆଣି ପ୍ରମୁଖ ଆର୍ଥିକ ଆହ୍ୱାନଗୁଡିକର ସମାଧାନ ପ୍ରଦାନ କରିବ । ଏହି ସମ୍ମିଳନୀର ୪୦ଟି ଅଧିବେଶନରେ ୨୦୦ରୁ ଅଧିକ ବିଜିନେସ ଲିଡର୍ସ ବକ୍ତବ୍ୟ ପ୍ରଦାନ କରିବେ । 

SR



(Release ID: 1900248) Visitor Counter : 118