ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାଫନା ସାଂସ୍କୃତିକ କେନ୍ଦ୍ର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଘନିଷ୍ଠ ସାଂସ୍କୃତିକ ସହଯୋଗକୁ ଦର୍ଶାଉଥିବା ଗୁରୁତ୍ୱପୂର୍ଣ୍ଣ ଉପକ୍ରମ: ପ୍ରଧାନମନ୍ତ୍ରୀ

Posted On: 11 FEB 2023 9:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାଫନା ସାଂସ୍କୃତିକ କେନ୍ଦ୍ର ଲୋକାର୍ପିତକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମ କହିଛନ୍ତି ଓ ଏହି ଅବସରରେ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେଙ୍କ ଉପସ୍ଥିତିକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ୨୦୧୫ରେ ଏହି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ସେହି ସ୍ୱତନ୍ତ୍ର ଗସ୍ତର କିଛି ଫଟୋଚିତ୍ର ଶେୟାର କରିଛନ୍ତି । 

 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଜାଫନା ସାଂସ୍କୃତିକ କେନ୍ଦ୍ର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଘନିଷ୍ଠ ସାଂସ୍କୃତିକ ସହଯୋଗକୁ ଦର୍ଶାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମ । ଏହାଦ୍ୱାରା ଅନେକେ ସୁଫଳ ପାଇବେ । ରାଷ୍ଟ୍ରପତି ରନିଲ ବିକ୍ରମସିଂଘେଙ୍କ ଗାରିମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଆହୁରି ସ୍ୱତନ୍ତ୍ର କରିଛି । 

୨୦୧୫ରେ ଜାଫନାକୁ ମୋର ସ୍ୱତନ୍ତ୍ର ଗସ୍ତକୁ କେବେ ଭୁଲି ପାରିବି ନାହିଁ, ସେଠାରେ ମୋତେ ଜାଫନା ସାଂସ୍କୃତିକ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର ସୁଯୋଗ ମିଳିଥିଲା । ସେହି ଗସ୍ତ ବେଳର କିଛି ଝଲକ ଶେୟାର କରୁଛି ।”  

  

SR



(Release ID: 1898605) Visitor Counter : 113