ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜଳ ଜୀବନ ମିଶନ ଅନ୍ତର୍ଗତ ୧୧ କୋଟି ଘରକୁ ପାଇପ ପାଣି ସଂଯୋଗ ସଫଳତାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 25 JAN 2023 7:07PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଳ ଜୀବନ ମିଶନ ଅନ୍ତର୍ଗତ ୧୧ କୋଟି ଘରକୁ ପାଇପ ପାଣି ସଂଯୋଗ ସଫଳତାକୁ ପ୍ରଶଂସା କରିଛନ୍ତି । ଏହି ଉପକ୍ରମ ଦ୍ୱାରା ଲାଭାନ୍ୱିତ ସମସ୍ତ ହିତାଧିକାରୀ ତଥା ମିଶନକୁ ସଫଳ କରିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ଶ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବଡ ସଫଳତା, ଭାରତବାସୀଙ୍କୁ ହର ଘର ଜଲ ସୁନିଶ୍ଚିତ କରିବା ପାଇଁ ତୃଣମୂଳ ସ୍ତରରେ ହୋଇଥିବା କାମର ସଂକେତ । ଏହି ଉପକ୍ରମ ଦ୍ୱାରା ଲାଭାନ୍ୱିତ ସମସ୍ତ ହିତାଧିକାରୀ ଓ ଏହି ମିଶନକୁ ସଫଳ କରିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟରତ ସମସ୍ତଙ୍କୁ ଶୁଭେଚ୍ଛା ।”

 

SR


(रिलीज़ आईडी: 1893717) आगंतुक पटल : 162
इस विज्ञप्ति को इन भाषाओं में पढ़ें: Urdu , Assamese , English , Marathi , हिन्दी , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam