ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରୋଜଗାର ମେଳା କାର୍ଯ୍ୟକ୍ରମ ଅଧୀନରେ ଜାନୁୟାରୀ ୨୦ରେ ବିଭିନ୍ନ ସରକାରୀ ବିଭାଗ ଓ ପ୍ରତିଷ୍ଠାନର ନୂଆ କରି ଚୟନ ହୋଇଥିବା ପ୍ରାୟ ୭୧ହଜାର କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Posted On: 19 JAN 2023 2:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜାନୁୟାରୀ ୨୦ତାରିଖରେ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ ନିଯୁକ୍ତି ପାଇଁ ଚୟନ ହାଇଥିବା ପ୍ରାୟ ୭୧ହଜାର କର୍ମଚାରୀଙ୍କୁ ରୋଜଗାର ମେଳା କାର୍ଯ୍ୟକ୍ରମ ଅଧୀନରେ ନିଯୁକ୍ତିପତ୍ର ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଏହି ନିଯୁକ୍ତିପତ୍ର ଜାନୁୟାରୀ ୨୦ତାରିଖ ଦିନ ୧୦ଟା ୩୦ମନିଟ୍‌ରେ ପ୍ରଦାନ କରିବା ସହିତ ନବନିଯୁକ୍ତ କର୍ମଚାରୀଙ୍କୁ ମଧ୍ୟ ଉଦ୍‌ବୋଧନ ଦେବେ ।

ରୋଜଗାର ମେଳା ନିଯୁକ୍ତି ସୃଷ୍ଟି ପାଇଁ ସର୍ବାଧିକ ଅଗ୍ରାଧିକାର ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିବଦ୍ଧତାର ଏକ ପରିପ୍ରକାଶ । ଏହି ମେଳା ମାଧ୍ୟମରେ ସରକାରୀ କର୍ମଚାରୀମାନଙ୍କୁ ଅନୁଷ୍ଠାନିକ ଭାବେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥାଏ । ଏହି ମେଳା ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ଏକ ଉତ୍‌ପ୍ରେରକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ ବୋଲି ଆଶା କରାଯାଏ । ନିଯୁକ୍ତି ଆଶାୟୀ ଯୁବକଯୁବତୀମାନଙ୍କୁ ଯଥାର୍ଥ କର୍ମସଂସ୍ଥାନ ଯୋଗାଇ ସେମାନଙ୍କୁ ସଶକ୍ତ କରିବା ସହିତ ଦେଶ ନିର୍ମାଣରେ ସେମାନଙ୍କୁ ସହଭାଗୀ କରିବା ଲକ୍ଷ୍ୟ ରଖି ସରକାର ନିଯୁକ୍ତିମେଳା ଆୟୋଜନ କରୁଛନ୍ତି ।

ନବନିଯୁକ୍ତ କର୍ମଚାରୀମାନେ ଦେଶର ବିଭିନ୍ନ ଭାଗରୁ ଚାକିରି ପାଇଁ ମନୋନୀତ ହୋଇଛନ୍ତି ଏବଂ ସେମାନେ ଭାରତ ସରକାରଙ୍କ ବିଭିନ୍ନ ପଦରେ କାମ କରିବେ । ସେଥିମଧ୍ୟରେ କନିଷ୍ଠ ଯନ୍ତ୍ରୀ, ଲୋକୋ ପାଇଲଟ୍‌, ଟେକ୍‌ନିସିଆନ, ଇନ୍ସପେକ୍ଟର, ସବ୍‌ଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିୟର ଆକାଉଣ୍ଟଣ୍ଟ, ଗ୍ରାମୀଣ ଡାକସେବକ, ଆୟକର ଇନ୍ସିପେକ୍ଟର, ଶିକ୍ଷକ, ନର୍ସ, ଡାକ୍ତର, ସାମାଜିକ ନିରାପତ୍ତା ଅଧିକାରୀ, ପିଏ, ଏମ୍‌ଟିଏସ୍ ଆଦି ଅନ୍ତର୍ଭୁକ୍ତ ।

କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ ପଢିସାରିବା ପରେ ଏହି ନବନିଯୁକ୍ତ କର୍ମଚାରୀଙ୍କ ଅଭିଜ୍ଞତାକୁ ଏହି ରୋଜଗାର ମେଳା ଅବସରରେ ମଧ୍ୟ ସେୟାର କରାଯିବ । କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ ହେଉଛି ଏକ ଅନଲାଇନ ଓରିଏଣ୍ଟେସନ (ତାଲିମ) ପାଠ୍ୟକ୍ରମ ଏବଂ ଏହା ବିଭିନ୍ନ ବିଭାଗରେ ସମସ୍ତ ନବ ନିଯୁକ୍ତ ସରକାରୀ କର୍ମଚାରୀଙ୍କ ପାଇଁ ରହିଛି। 

*****

TKM/SLP/BS



(Release ID: 1892275) Visitor Counter : 172