ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାନୁଆରୀ ୬ ଓ ୭ ତାରିଖରେ ଦିଲ୍ଲୀରେ ମୁଖ୍ୟ ସଚିବମାନଙ୍କର ଦ୍ୱିତୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ


ଛଅଟି ବିଷୟ ଏମ୍‌ଏସ୍‌ଏମ୍‌ଇ, ଭିତ୍ତିଭୂମି ଏବଂ ପୁଞ୍ଜି ବିନିଯୋଗ, ସର୍ବନିମ୍ନ ଅନୁପାଳନ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ, ଦକ୍ଷତା ବିକାଶ ଉପରେ ଆଲୋଚନା ହେବ

ବିକଶିତ ଭାରତ ଉପରେ ତିନୋଟି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ: ଶେଷ ମାଇଲରେ ପହଞ୍ଚିବା, ଜିଏସଟି ଏବଂ ଆର୍ନ୍ତଜାତିକ ରାଜନୈତକ ଆହ୍ୱାନ ଏବଂ ଭାରତର ପ୍ରତିକ୍ରିୟା

ଚାରୋଟି ବିଷୟ ଉପରେ ସମ୍ମିଳନୀରେ ଆଲୋଚନାକୁ ଗୁରୁତ୍ୱ ଦିଆଯିବ, ଯଥା ଲୋକାଲ ଫର ଭୋକାଲ, ଆନ୍ତର୍ଜାତୀୟ ମିଲେଟ ବର୍ଷ, ଜି୨୦: ରାଜ୍ୟମାନଙ୍କର ଭୂମିକା, ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା

ପ୍ରତ୍ୟେକ ବିଷୟ ଅନ୍ତର୍ଗତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ସର୍ବୋତ୍ତମ ଅଭ୍ୟାସ ମଧ୍ୟ ଉପସ୍ଥାପିତ ହେବ ଯାହା ଦ୍ୱାରା ସେମାନେ ପରସ୍ପରଠାରୁ ଶିଖି ପାରିବେ

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହିତ ପୂର୍ବରୁ ଅନୁଷ୍ଠିତ ତିନୋଟି ଭର୍ଚୁଆଲ୍ ସମ୍ମିଳନୀର ଫଳାଫଳ ଏହି ସମ୍ମିଳନୀରେ ଉପସ୍ଥାପିତ ହେବ
ଗତ ତିନିମାସ ମଧ୍ୟରେ ୧୫୦ ରୁ ଅଧିକ ବୈଠକରେ କେନ୍ଦ୍ର ଏବଂ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବ୍ୟାପକ ବିଚାର ବିମର୍ଶ ପରେ ସମ୍ମିଳନୀର ଏଜେଣ୍ଡା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି

प्रविष्टि तिथि: 04 JAN 2023 8:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାନୁଆରୀ, ୨୦୨୩ ରେ ଦିଲ୍ଲୀରେ ମୁଖ୍ୟ ଶାସନ ସଚିବମାନଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ଏହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାକୁ ଆହୁରି ବୃଦ୍ଧି କରିବା ଦିଗରେ ଆଉ ଏକ ପ୍ରମୁଖ ପଦକ୍ଷେପ ହେବ ମୁଖ୍ୟ ସଚିବମାନଙ୍କର ଅନୁରୂପ ପ୍ରଥମ ସମ୍ମିଳନୀ ୨୦୨୨ ମସିହା ଜୁନ୍ ମାସରେ ଧର୍ମଶାଳାରେ ଅନୁଷ୍ଠିତ ହୋଇଥିଲା

ଏହି ବର୍ଷ ମୁଖ୍ୟ ସଚିବମାନଙ୍କର ଜାତୀୟ ସମ୍ମିଳନୀ ୨୦୨୩ ଜାନୁୟାରୀ ୫ରୁ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହେବ ଏହି ତିନି ଦିନିଆ ସମ୍ମିଳନୀରେ ରାଜ୍ୟ ସହଭାଗିତାରେ ଦ୍ରୁତ ଏବଂ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ହାସଲ ଉପରେ ଧ୍ୟାନ ଦିଆଯିବ ଏଥିରେ କେନ୍ଦ୍ର ସରକାରଙ୍କ ପ୍ରତିନିଧୀ, ମୁଖ୍ୟ ଶାସନ ସଚିବ ଏବଂ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ଅନ୍ୟ ବରିଷ୍ଠ ଅଧିକାରୀ ତଥା ଡୋମେନ୍ ବିଶେଷଜ୍ଞଙ୍କୁ ନେଇ ୨୦୦ ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିବେ ବିକାଶ ଏବଂ ନିଯୁକ୍ତି ସୃଷ୍ଟି ତଥା ଅନ୍ତର୍ଭୂକ୍ତି ମାନବ ବିକାଶ ଉପରେ ଏକ ବିକଶିତ ଭାରତ ହାସଲ ପାଇଁ ସହଯୋଗୀ କାର୍ଯ୍ୟ ଲାଗି ଏହି ସମ୍ମିଳନୀ ଭିତ୍ତିପ୍ରସ୍ତର ସ୍ଥାପନ କରିବ

ନୋଡାଲ ମନ୍ତ୍ରଣାଳୟ, ନୀତି ଆୟୋଗ, ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଡୋମେନ୍ ବିଶେଷଜ୍ଞଙ୍କ ମଧ୍ୟରେ ଗତ ତିନିମାସ ମଧ୍ୟରେ ୧୫୦ ରୁ ଅଧିକ ସିଧାସଳଖ ଏବଂ ଭର୍ଚୁଆଲ୍ ପରାମର୍ଶଦାତା ବୈଠକରେ ବ୍ୟାପକ ଆଲୋଚନା ପରେ ଏହି ସମ୍ମିଳନୀର ଏଜେଣ୍ଡା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି ସମ୍ମିଳନୀ ସମୟରେ ଆଲୋଚନା ଛଅଟି ବିଷୟ ଉପରେ ଅନୁଷ୍ଠିତ ହେବ  () ଏମଏସଏମଇ ଉପରେ ଗୁରୁତ୍ୱ; () ଭିତ୍ତିଭୂମି ଏବଂ ବିନିଯୋଗ; () ସର୍ବନିମ୍ନ ଅନୁପାଳନ; () ମହିଳା ସଶକ୍ତିକରଣ; () ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର; () ଦକ୍ଷତା ବିକାଶ

ତିନୋଟି ବିଶେଷ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ () ବିକଶିତ ଭାରତ: ଶେଷ ମାଇଲରେ ପହଞ୍ଚିବା; () ପାଞ୍ଚ ବର୍ଷର ଦ୍ରବ୍ୟ ଏବଂ ସେବା କର (ଜିଏସଟି) - ଶିକ୍ଷା ଏବଂ ଅଭିଜ୍ଞତା; ଏବଂ () ଆର୍ନ୍ତଜାତୀୟ ରାଜନୈତିକ ଆହ୍ୱାନ ଏବଂ ଭାରତର ପ୍ରତିକ୍ରିୟା

ଏହା ବ୍ୟତୀତ ଚାରୋଟି ବିଷୟ ଉପରେ ଧ୍ୟାନ ଦିଆଯିବା ସହିତ ଆଲୋଚନା ହେବ  () ଲୋକାଲ ଫର୍‍ ଭୋକାଲ୍‌; () ଆନ୍ତର୍ଜାତୀୟ ମିଲେଟ୍ ବର୍ଷ; () ଜି୨୦: ରାଜ୍ୟମାନଙ୍କର ଭୂମିକା; ଏବଂ () ଉଦୀୟମାନ ପ୍ରଯୁକ୍ତିବିଦ୍ୟା

 

ପ୍ରତ୍ୟେକ ବିଷୟ ଅନ୍ତର୍ଗତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରୁ ସର୍ବୋତ୍ତମ ଅଭ୍ୟାସ ମଧ୍ୟ ସମ୍ମିଳନୀରେ ଉପସ୍ଥାପିତ ହେବ ଯାହା ଦ୍ୱାରା ରାଜ୍ୟମାନେ ପରସ୍ପରଠାରୁ ଶିଖିବେ

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ମୁଖ୍ୟ ସମ୍ମିଳନୀ ପୂର୍ବରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହିତ ତିନିଟି ଭର୍ଚୁଆଲ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ ଯାହାର ବିଷୟବସ୍ତୁ ହେଉଛି () ଜିଲ୍ଲାଗୁଡ଼ିକର ଆଧାର ଭିତ୍ତିକ ବିକାଶ () ବୃତ୍ତାକାର ଅର୍ଥନୀତି () କେନ୍ଦ୍ରଶାସିତ ଅଞ୍ଚଳ ମଡେଲ ଏହି ଭର୍ଚୁଆଲ୍ ସମ୍ମିଳନୀର ଫଳାଫଳଗୁଡିକ ମୁଖ୍ୟ ସଚିବମାନଙ୍କର ଜାତୀୟ ସମ୍ମିଳନୀରେ ଉପସ୍ଥାପିତ ହେବ

HS


(रिलीज़ आईडी: 1889023) आगंतुक पटल : 176
इस विज्ञप्ति को इन भाषाओं में पढ़ें: Assamese , Gujarati , English , Urdu , Marathi , हिन्दी , Manipuri , Bengali , Punjabi , Tamil , Telugu , Kannada , Malayalam