ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୨୦୨୨ ରେ ଶୂନ ଶିକାର ଘଟଣା ରିପୋର୍ଟ ହେବା ପରେ ଆସାମର ଲୋକମାନଙ୍କ ଦ୍ୱାରା ଗଣ୍ଡା ସଂରକ୍ଷଣ ପ୍ରୟାସକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 03 JAN 2023 7:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମସିହାରେ ଶୂନ ଶିକାର ଘଟଣା ରିପୋର୍ଟ ହେବା ପରେ ଆସାମର  ଲୋକଙ୍କୁ  ରାଜ୍ୟରେ ଗଣ୍ଡାର ସଂରକ୍ଷଣ ଦିଗରେ କରିଥିବା ଉଦ୍ୟମ ପାଇଁ ପ୍ରଶଂସା କରିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ଟୁଇଟ୍‌କୁ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

“ଏହା ଏକ ବଡ଼ ଖବର! ଆସାମର ଲୋକମାନଙ୍କୁ ପ୍ରଶଂସା, ଯେଉଁମାନେ ରାସ୍ତା ଦେଖାଇଛନ୍ତି ଏବଂ ଗଣ୍ଡାର ସୁରକ୍ଷା ପ୍ରୟାସରେ ସେମାନେ ସକ୍ରିୟ ଅଛନ୍ତି ।”

HS



(Release ID: 1888411) Visitor Counter : 132