ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ- ଅଷ୍ଟ୍ରେଲିଆ ଅର୍ଥନୈତିକ ସହଯୋଗ ଓ ବାଣିଜ୍ୟ ରାଜିନାମା (ଇସିଟିଏ) କାର୍ଯ୍ୟକାରୀ ହୋଇଥିବାରୁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
Posted On:
29 DEC 2022 6:31PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜିଠାରୁ ଭାରତ- ଅଷ୍ଟ୍ରେଲିଆ ଅର୍ଥନୈତିକ ସହଯୋଗ ଓ ବାଣିଜ୍ୟ ରାଜିନାମା (ଭାରତଅଷ୍ଟ୍ରେଲିଆ ଇସିଟିଏ) କାର୍ଯ୍ୟକାରୀ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଆମ ବ୍ୟାପକ ରଣନୈତିକ ଭାଗିଦାରୀ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରିଛନ୍ତି;
“ଭାରତ ଅଷ୍ଟ୍ରେଲିଆ ଇସିଟିଏ ଆଜି ଠାରୁ କାର୍ଯ୍ୟକାରୀ ହୋଇଥିବାରୁ ବେଶ ଖୁସି । ଆମ ବ୍ୟାପକ ରଣନୈତିକ ଭାଗିଦାରୀ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ । ଉଭୟ ପାର୍ଶ୍ୱର ବାଣିଜ୍ୟ, ଅର୍ଥନୈତିକ ସହଯୋଗ ଓ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ପାଇଁ ଏହା ବିପୁଳ ସୁଯୋଗ ସୃଷ୍ଟି କରିବ । ଶୀଘ୍ର ଭାରତରେ ଆପଣଙ୍କୁ ସ୍ୱାଗତ କରିବାକୁ ଆଗ୍ରହୀ ।@AlboMP”
SR
(Release ID: 1887530)
Visitor Counter : 158
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam