କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

ବର୍ଷ ଶେଷ ସମୀକ୍ଷା -୨୦୨୨ : କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ

Posted On: 26 DEC 2022 12:25PM by PIB Bhubaneshwar

୧. ବଜେଟ୍ ଆବଂଟନରେ ଅଭୂତପୂର୍ବ ବୃଦ୍ଧି

କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପାଇଁ ବଜେଟ୍ ଆବଂଟନ ୨୦୨୨-୨୩ ରେ ୧,୨୪,୦୦୦ କୋଟି ଟଙ୍କାକୁ ବୃଦ୍ଧି କରା ଯାଇଛି । 

୨. ରେକର୍ଡ ଖାଦ୍ୟ ଶସ୍ୟ ଏବଂ ଉଦ୍ୟାନ କୃଷି ଉତ୍ପାଦନ 

ଖାଦ୍ୟ ଶସ୍ୟ ଉତ୍ପାଦନ ଜାନୁୟାରୀ ୨୦୨୨ ରେ ୩୦୮.୬୫ ମିଲିୟନ୍ ଟନ ଥିବାବେଳେ ଡିସେମ୍ବର ୨୦୨୨ ରେ ୩୧୫.୭୨ ମିଲିୟନ୍ ଟନକୁ ବୃଦ୍ଧି ପାଇଛି (୪ର୍ଥ ଅଗ୍ରୀମ ଆକଳନ ଅନୁଯାୟୀ) ଯାହା ବର୍ତ୍ତମାନ ସୁଦ୍ଧା ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ସର୍ବାଧିକ ଅଟେ । ତୃତୀୟ ଉନ୍ନତ ଆକଳନ ଅନୁଯାୟୀ, ୨୦୨୦-୨୧ ମଧ୍ୟରେ ଉଦ୍ୟାନ କୃଷି ଉତ୍ପାଦନ ୩୩୧.୦୫ ମିଲିୟନ୍ ମେଟ୍ରିକ୍ ଟନ୍ ଥିଲା, ଯାହା ୨୦୨୧-୨୨ ମଧ୍ୟରେ ୩୪୨.୩୩ ମିଲିୟନ୍ ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଛି । ଭାରତୀୟ ଉଦ୍ୟାନ କୃଷି କ୍ଷେତ୍ରରେ ଏହି ଉତ୍ପାଦନ ସର୍ବାଧିକ ଅଟେ ।

୩. ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣା ଏମ୍‌ଏସ୍‌ପି ସ୍ଥିର କରିବା

- ସରକାର ୨୦୧୮-୧୯ ରୁ ସମସ୍ତ ବାଧ୍ୟତାମୂଳକ ଖରିଫ, ରବି ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଫସଲ ପାଇଁ ଏମଏସପିରେ ସର୍ବ ଭାରତୀୟ ହାରାହାରି ଉତ୍ପାଦନ ମୂଲ୍ୟ ଉପରେ ଅତି କମରେ ୫୦ ପ୍ରତିଶତ ଫେରସ୍ତ ସହିତ ବୃଦ୍ଧି କରିଛନ୍ତି ।

- ଧାନ (ସାଧାରଣ) ପାଇଁ ଏମ୍‌ଏସ୍‌ପି ବୃଦ୍ଧି ପାଇ ଡିସେମ୍ବର, ୨୦୨୨ ରେ କ୍ୱିଂଟାଲ ପିଛା ୨୦୪୦ ଟଙ୍କା ହୋଇ ଯାଇଛି, ଯାହା ଜାନୁଆରୀ, ୨୦୨୨ ରେ କ୍ୱିଂଟାଲ ପିଛା ୧୯୪୦ ଟଙ୍କା ଥିଲା ।

 - ଗହମ ପାଇଁ ଏମଏସପି ଜାନୁଆରୀ ୨୦୨୨ ରେ କ୍ୱିଂଟାଲ ପିଛା ୨୦୧୫ ଟଙ୍କା ଥିବାବେଳେ ତାହା ବୃଦ୍ଧି ପାଇ ଡିସେମ୍ବର, ୨୦୨୨ ରେ କ୍ୱିଂଟାଲ ପିଛା ୨୧୨୫ ଟଙ୍କା ହୋଇଛି ।

୪. ଖାଇବା ତେଲ ପାଇଁ ଜାତୀୟ ମିଶନର ଶୁଭାରମ୍ଭ - ପାମ୍ ତେଲ – ଏନ୍‌ଏମ୍‌ଇଓକୁ ମୋଟ ୧୧,୦୪୦ କୋଟି ଟଙ୍କା ପରିବ୍ୟୟ ସହିତ ଅନୁମୋଦନ କରା ଯାଇଛି । ଏହା ଆସନ୍ତା ୫ ବର୍ଷ ମଧ୍ୟରେ ଉତ୍ତର - ପୂର୍ବ ରାଜ୍ୟ ଗୁଡିକରେ ୩.୨୮ ଲକ୍ଷ ହେକ୍ଟର ଏବଂ ଅନ୍ୟ ଅଂଚଳରେ ୩.୨୨ ଲକ୍ଷ ହେକ୍ଟର ସହିତ ପାମ୍ ବୃକ୍ଷରୋପଣ ଅଧୀନରେ ୬.୫ ଲକ୍ଷ ହେକ୍ଟର ଅତିରିକ୍ତ କ୍ଷେତ୍ରକୁ ସାମିଲ୍ କରିବ । ମିଶନର ମୁଖ୍ୟ ଧ୍ୟାନ ହେଉଛି ଏକ ସରଳ ମୂଲ୍ୟ ନିର୍ଦ୍ଧାରଣ ସୂତ୍ର ମାଧ୍ୟମରେ ଉଦ୍ୟୋଗ ଦ୍ୱାରା ନିଶ୍ଚିତ କ୍ରୟ ସହିତ ଜଡିତ କୃଷକ ମାନଙ୍କୁ ତାଜା ଫଳ ଗୁଚ୍ଛ (ଏଫ୍‌ଏଫ୍‌ବି) ର ବ୍ୟବହାର୍ଯ୍ୟତା ମୂଲ୍ୟ ପ୍ରଦାନ କରିବା । ଯଦି ଶିଳ୍ପ ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟ ଅକ୍ଟୋବର, ୨୦୩୭ ପର୍ଯ୍ୟନ୍ତ ବ୍ୟବହାର୍ଯ୍ୟତା ମୂଲ୍ୟ ଠାରୁ କମ୍ ହୁଏ, ତେବେ କେନ୍ଦ୍ର ସରକାର କୃଷକ ମାନଙ୍କୁ ଏକ ବ୍ୟବହାର୍ଯ୍ୟତା ବ୍ୟବଧାନ ଦେୟ ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରିବେ ।

୫. କୃଷକମାନଙ୍କ ଠାରୁ କ୍ରୟ ପରିମାଣରେ ବୃଦ୍ଧି 

୨୦୨୦- ୨୧ ଫସଲ ବର୍ଷ ପାଇଁ, ସରକାର ନିଜର ନୋଡାଲ ଏଜେନ୍ସି ଗୁଡିକ ମାଧ୍ୟମରେ ୧୨,୧୧,୬୧୯.୩୯ ମେଟ୍ରିକ୍ ଟନ୍ ଡାଲି ଏବଂ ତୈଳ ବୀଜ କ୍ରୟ କରିଛନ୍ତି, ଯାହାର ଏମ୍‌ଏସ୍‌ପି ମୂଲ୍ୟ ୬,୮୩୦.୧୮ କୋଟି ଟଙ୍କା ରହିଛି, ଯେଉଁଥିରେ ୭,୦୬,୫୫୨ ଚାଷୀ ଉପକୃତ ହୋଇଛନ୍ତି, ୨୦୨୧-୨୨ ବର୍ଷରେ ଏହାର ପରିମାଣ ୩୧,୦୮,୯୪୧.୯୬ ମେଟ୍ରିକ୍ ଟନ୍ ରହିଥିବା ବେଳେ ଡାଲି, ତୈଳ ବୀଜ ଏବଂ ଖୋପରାର ଏମ୍‌ଏସ୍‌ପି ମୂଲ୍ୟ ୧୭,୦୯୩.୧୩ କୋଟି ଟଙ୍କା ରହିଛି, ଯାହା ୧୪,୬୮,୬୯୯ କୃଷକ ମାନଙ୍କୁ ଉପକୃତ କରିଛି । ଆହୁରି ମଧ୍ୟ, ଖରିଫ ୨୦୨୧- ୨୨ ଋତୁ କ୍ରୟ ଅଧୀନରେ, ଜାନୁଆରୀ, ୨୦୨୨ ପର୍ଯ୍ୟନ୍ତ ୨,୨୪,୨୮୨.୦୧ ମେଟ୍ରିକ୍ ଟନ୍‌ର ଡାଲି ଏବଂ ତୈଳ ବୀଜ କ୍ରୟ କରାଯାଇଥିବା ବେଳେ ଏମଏସପି ମୂଲ୍ୟ ୧୩୮୦.୧୭ କୋଟି ଟଙ୍କା ରହିଛି ଯାହା ୧,୩୭,୭୮୮ କୃଷକଙ୍କୁ ଉପକୃତ କରିଛି । ୧୩୮୦ ଖରିଫ ୨୦୨୨-୨୩ ଋତୁ କ୍ରୟ ସମୟରେ ଡିସେମ୍ବର, ୨୦୨୨ ପର୍ଯ୍ୟନ୍ତ ୧,୦୩,୮୩୦.୫୦ ମେଟ୍ରିକ୍ ଟନ୍ ଡାଲି, ତୈଳ ବୀଜ ଏବଂ ଖୋପରାର ଏମ୍‌ଏସ୍‌ପି ମୂଲ୍ୟ ୯୧୫.୭୯ କୋଟି ଟଙ୍କାରେ କ୍ରୟ କରାଯାଇଛି, ଯାହା ୬୧,୩୩୯ କୃଷକଙ୍କୁ ଉପକୃତ କରିଛି ।

୬. ପିଏମ୍ – କିଷାନ ମାଧ୍ୟମରେ କୃଷକ ମାନଙ୍କୁ ଆୟ ସହାୟତା 

   - ୨୦୧୯ ରେ ଆରମ୍ଭ କରା ଯାଇଥିବା ପିଏମ୍ – କିଷାନ ଯୋଜନା ଯାହାକି କୃଷକ ମାନଙ୍କୁ ୩ ସମାନ କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରୁଥିବା ଆୟକର ଯୋଜନା ଅଟେ । 

- ପିଏମ୍ – କିଷାନ ଯୋଜନା ଅନୁଯାୟୀ, ଜାନୁୟାରୀ ୨୦୨୨ ରେ ୧୧.୭୪ କୋଟିରୁ ଅଧିକ ଚାଷୀଙ୍କୁ ୧.୮୨ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ୧୧ କୋଟିରୁ ଅଧିକ ଯୋଗ୍ୟ କୃଷକଙ୍କୁ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇଛି ।

.୭. ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ)

କୃଷକ ମାନଙ୍କ ପାଇଁ ଉଚ୍ଚ ପ୍ରିମିୟମ ହାର ଏବଂ କ୍ୟାପିଂ କାରଣରୁ ବୀମା ରାଶିରେ ହ୍ରାସ ସମସ୍ୟାକୁ ସମ୍ବନ୍ଧିତ କରି ୨୦୧୬ ରେ ପିଏମ୍‌ଏଫ୍‌ବିୱାଇ ଆରମ୍ଭ କରା ଯାଇଥିଲା ।

କାର୍ଯ୍ୟକାରୀ ହେବା ପର ଠାରୁ, ୨୯.୩୯ କୋଟି ଆବେଦନକାରୀ କୃଷକ ମାନଙ୍କର ନାମାଙ୍କନ କରାଯାଇଛି ଏବଂ ୯.୦୧ କୋଟିରୁ ଅଧିକ (ଅସ୍ଥାୟୀ) ଆବେଦନକାରୀ କୃଷକ ଜାନୁୟାରୀ, ୨୦୨୨ ପର୍ଯ୍ୟନ୍ତ ୧,୦୪,୧୯୬ କୋଟି ଟଙ୍କାରୁ ଅଧିକ ଦାବି ପ୍ରାପ୍ତ କରିଛନ୍ତି । ଡିସେମ୍ବର, ୨୦୨୨ ସୁଦ୍ଧା ୩୮ କୋଟି ଆବେଦନକାରୀ କୃଷକ ନାମାଙ୍କିତ ହୋଇଥିବା ବେଳେ ୧୨.୨୪ କୋଟିରୁ ଅଧିକ (ଅସ୍ଥାୟୀ) କୃଷକ ଆବେଦନକାରୀଙ୍କୁ ଡିସେମ୍ବର, ୨୦୨୨ ପର୍ଯ୍ୟନ୍ତ ୧,୨୮,୫୨୨ କୋଟି ଟଙ୍କା ଅଧିକ ଦାବି ପ୍ରାପ୍ତ ହୋଇଛି ।

ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ପ୍ରାୟ ୨୧୫୩୨ କୋଟି ଟଙ୍କା କୃଷକ ମାନଙ୍କ ଦ୍ୱାରା ପ୍ରିମିୟମର ଅଂଶ ଭାବରେ ପ୍ରଦାନ କରାଯାଇଥିଲା ଯାହା ପ୍ରତି ବଦଳରେ ୧୦୧୦୧୯୬ କୋଟି ଟଙ୍କାରୁ ଅଧିକ (ଅସ୍ଥାୟୀ) ଦାବି ସେମାନଙ୍କୁ ପ୍ରଦାନ କରାଯାଇଥିଲା, ଏହିଭଳି କୃଷକ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରତି ୧୦୦ ଟଙ୍କା ପ୍ରିମିୟମ ପାଇଁ ସେମାନେ ୪୮୪ ଟଙ୍କା ପାଇଛନ୍ତି । ଦାବି ଭାବରେ ଡିସେମ୍ବର ୨୦୨୨ ସୁଦ୍ଧା ୨୫,୧୯୨ କୋଟି ଟଙ୍କା କୃଷକ ମାନଙ୍କ ଦ୍ୱାରା ପ୍ରିମିୟମର ଅଂଶ ଭାବରେ ପ୍ରଦାନ କରାଯାଇଥିଲା ଯାହା ପ୍ରତି ବଦଳରେ ୧,୨୮,୫୨୨ କୋଟି (ଅସ୍ଥାୟୀ) ରୁ ଅଧିକ ଦାବି ରହିଥିଲା, ଯାହା ସେମାନଙ୍କୁ ପ୍ରଦାନ କରାଯାଇଛି, ତେଣୁ କୃଷକ ମାନଙ୍କ ଦ୍ୱାରା ପ୍ରଦାନ କରା ଯାଇଥିବା ପ୍ରତି ୧୦୦ ଟଙ୍କା ପ୍ରିମିୟମ ପାଇଁ ସେମାନେ ଦାବି ଅନୁଯାୟୀ ପ୍ରାୟ ୫୧୦ ଟଙ୍କା ପାଇଛନ୍ତି ।

୮. କୃଷି କ୍ଷେତ୍ର ପାଇଁ ଅନୁଷ୍ଠାନିକ ଋଣ 

- କୃଷି କ୍ଷେତ୍ର ପାଇଁ ଆନୁଷ୍ଠାନିକ ଋଣ ଜାନୁୟାରୀ ୨୦୨୨ ରେ ୧୬.୫ ଲକ୍ଷ କୋଟି ଟଙ୍କା ଥିବା ବେଳେ ଡିସେମ୍ବର ୨୦୨୨ ରେ ୧୮.୫ ଲକ୍ଷ କୋଟି ଟଙ୍କାକୁ ଏହା ବୃଦ୍ଧି କରାଯାଇଛି ।

- ପଶୁ ପାଳନ ଏବଂ ମତ୍ସ୍ୟ ପାଳନ କରୁଥିବା କୃଷକ ମାନଙ୍କ ପାଇଁ ସେମାନଙ୍କର ସ୍ୱଳ୍ପକାଳୀନ କାର୍ଯ୍ୟଶୀଳ ପୁଞ୍ଜି ଆବଶ୍ୟକତା ପୂରଣ ନିମନ୍ତେ ବାର୍ଷିକ ୪% ସୁଧ ହାରରେ କେସିସି ମାଧ୍ୟମରେ ରିହାତି ଆନୁଷ୍ଠାନିକ ଋଣ ଲାଭ ମଧ୍ୟ ପ୍ରଦାନ କରାଯାଇଛି ।

- କିଷାନ୍ କ୍ରେଡିଟ୍ କାର୍ଡ (କେସିସି) ମାଧ୍ୟମରେ ସମସ୍ତ ପିଏମ୍ – କିଷାନ ହିତାଧିକାରୀ ମାନଙ୍କୁ ପରିସରଭୁକ୍ତ କରିବା ଉପରେ ଧ୍ୟାନ ଦେଇ ରିହାତି ଅନୁଷ୍ଠାନିକ ଋଣ ପ୍ରଦାନ କରିବା ପାଇଁ ଫେବୃଆରୀ ୨୦୨୦ ଠାରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଅଭିଯାନର ଏକ ଅଂଶ ଭାବରେ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ, ୨୯୧.୬୭ ଲକ୍ଷ ନୂତନ କେସିସି ଆବେଦନକୁ ମଞ୍ଜୁରି ପ୍ରଦାନ କରାଯାଇଛି, ଯେଉଁଥିରେ ମଞ୍ଜୁରିପ୍ରାପ୍ତ ଋଣ ସୀମା ୩,୧୯,୯୦୨ କୋଟି ରହିଥିଲା, ଯାହା ଡିସେମ୍ବର, ୨୦୨୨ ରେ ୩୭୬.୯୭ ଲକ୍ଷ ମଞ୍ଜୁରୀପ୍ରାପ୍ତ କେସିସି ଆବେଦନ ନିମନ୍ତେ ଋଣ ସୀମା ୪,୩୩,୪୨୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି । 

୯. କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଗାଇବା 

ପୋଷକ ତତ୍ତ୍ୱର ବ୍ୟବହାରକୁ ସୁଦୃଢ଼ କରିବା ପାଇଁ ୨୦୧୪-୧୫ ବର୍ଷରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ଆରମ୍ଭ କରା ଯାଇଥିଲା । କୃଷକ ମାନଙ୍କୁ ନିମ୍ନଲିଖିତ ସଂଖ୍ୟକ କାର୍ଡ ପ୍ରଦାନ କରାଯାଇଛି ।

(କ) ଚକ୍ର - ୧ (୨୦୧୫ ରୁ ୨୦୧୭ ପର୍ଯ୍ୟନ୍ତ) - ୧୦.୭୪ କୋଟି ।

(ଖ) ଚକ୍ର -୨ (୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ) - ୧୧.୯୭ କୋଟି ।

(ଗ) ମଡେଲ୍ ଗ୍ରାମ କାର୍ଯ୍ୟକ୍ରମ (୨୦୧୯-୨୦) - ୧୯.୬୪ ଲକ୍ଷ ।

ବାୟୋଷ୍ଟିମୁଲାଂଟ୍ସକୁ ପ୍ରୋତ୍ସାହିତ କରିବା ପାଇଁ ନିୟମାବଳୀ ଜାରି କରାଯାଇଛି । ସାର ନିୟନ୍ତ୍ରଣ କ୍ରମରେ ନାନୋ ୟୁରିଆ ଅନ୍ତର୍ଭୁକ୍ତ ।

୧୦. ଦେଶରେ ଜୈବିକ କୃଷିକୁ ପ୍ରୋତ୍ସାହନ 

ଦେଶରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ପରମ୍ପରାଗତ କୃଷି ବିକାଶ ଯୋଜନା (ପିକେଭିୱାଇ) ୨୦୧୫- ୧୬ ରେ ଆରମ୍ଭ କରାଯାଇଥିଲା । ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ, ୩୦୯୩୪ କ୍ଲଷ୍ଟର ଗଠନ କରା ଯାଇଥିଲା ଏବଂ ୬.୧୯ ଲକ୍ଷ ହେକ୍ଟର କ୍ଷେତ୍ରକୁ ପରିସରଭୁକ୍ତ କରାଯାଇଥିଲା, ଯେଉଁଥିରେ ୧୫.୪୭ ଲକ୍ଷ ଚାଷୀ ଉପକୃତ ହୋଇଥିଲେ । ଡିସେମ୍ବର, ୨୦୨୨ ରେ ଏହା ୩୨୩୮୪ କ୍ଲଷ୍ଟରକୁ ବୃଦ୍ଧି ପାଇଥିଲା ଏବଂ ୬.୫୩ ଲକ୍ଷ ହେକ୍ଟର କ୍ଷେତ୍ର ଏଥିରେ ପରିସରଭୁକ୍ତ ହୋଇଥିବା ବେଳେ ୧୬.୧୯ ଲକ୍ଷ ଚାଷୀ ଏଥିରେ ଉପକୃତ ହୋଇଛନ୍ତି । ନମାମି ଗଙ୍ଗେ କାର୍ଯ୍ୟକ୍ରମରେ ୧୨୩୬୨୦ ହେକ୍ଟର କ୍ଷେତ୍ର ଏବଂ ପ୍ରାକୃତିକ ଚାଷ ଅଧୀନରେ ୪.୦୯ ଲକ୍ଷ ହେକ୍ଟର କ୍ଷେତ୍ର ପରିସରଭୁକ୍ତ ହୋଇଛି । ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ବିହାର ଏବଂ ଝାଡଖଣ୍ଡର କୃଷକମାନେ ଗଙ୍ଗା ନଦୀର ଉଭୟ ପାର୍ଶ୍ୱରେ ଜୈବିକ କୃଷି କରି ନଦୀ ଜଳ ପ୍ରଦୂଷଣକୁ ନିୟନ୍ତ୍ରଣ କରୁଛନ୍ତି ଏବଂ ତାହା ସହିତ ଚାଷୀଙ୍କୁ ଅତିରିକ୍ତ ଆୟ ମଧ୍ୟ ମିଳୁଛି ।

ଭାରତୀୟ ପ୍ରାକୃତିକ କୃଷି ପଦ୍ଧତି (ବିପିକେପି) ଯୋଜନା ମାଧ୍ୟମରେ ସରକାର ନିରନ୍ତର ପ୍ରାକୃତିକ ଚାଷ ପ୍ରଣାଳୀକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବିତ ଯୋଜନାର ଉଦ୍ଦେଶ୍ୟ ହେଉଛି ଚାଷର ଖର୍ଚ୍ଚକୁ ହ୍ରାସ କରିବା, ଚାଷୀଙ୍କ ଆୟ ବୃଦ୍ଧି କରିବା ଏବଂ ଉତ୍ସ ସଂରକ୍ଷଣ ତଥା ନିରାପଦ ତଥା ସୁରକ୍ଷିତ ତଥା ସୁସ୍ଥ ମୃତ୍ତିକା, ପରିବେଶ ଏବଂ ଖାଦ୍ୟ ସୁନିଶ୍ଚିତ କରିବା ।

ଉତ୍ତର ପୂର୍ବ ଅଂଚଳରେ ମିଶନ୍ ଜୈବିକ ମୂଲ୍ୟ ଶୃଙ୍ଖଳା ବିକାଶ (ଏମ୍‌ଓଭିସିଡିଏନ୍‌ଇଆର୍‌) ଆରମ୍ଭ କରାଯାଇଛି । ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ, ୧୫୩୧୧୬ କୃଷକ ମାନଙ୍କୁ ନେଇ ୧୭୦ଟି କୃଷକ ଉତ୍ପାଦକ କମ୍ପାନୀ ଗଠନ କରାଯାଇଛି ଏବଂ ୧୫୫୪୯୫ ହେକ୍ଟର କ୍ଷେତ୍ରକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁଠାରେ ଡିସେମ୍ବର, ୨୦୨୨ ପର୍ଯ୍ୟନ୍ତ, ୩୭୯ କୃଷକ ଉତ୍ପାଦକ କମ୍ପାନୀ ୧୮୯୦୩୯ କୃଷକଙ୍କୁ ନେଇ ଗଠିତ ହୋଇଛି ଏବଂ ୧୭୨୯୬୬ ହେକ୍ଟର କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏଥି ସହ, ସୁଲଭ ମୂଲ୍ୟରେ ଏବଂ ସହଜ ପନ୍ଥା ଗ୍ରହଣ କରି ଜୈବ ପ୍ରମାଣୀକରଣକୁ ସହଜ କରିବା ଉଦ୍ଦେଶ୍ୟରେ ୨୦୧୫ ମସିହାରେ ଏକ ନୂତନ ଅଂଶଗ୍ରହଣକାରୀ ଗ୍ୟାରେଂଟି ବ୍ୟବସ୍ଥା (ପିଜିଏସ୍‌) ପ୍ରମାଣପତ୍ର ଆରମ୍ଭ କରାଯାଇଥିଲା । ଜାନୁୟାରୀ, ୨୦୨୨ ପର୍ଯ୍ୟନ୍ତ, ୧୧ ଲକ୍ଷ କ୍ଷୁଦ୍ର ଏବଂ ପଛୁଆ କୃଷକଙ୍କୁ ପିଜିଏସ୍ ସାର୍ଟିଫିକେଟ୍ ଅଧୀନରେ ସାର୍ଟିଫିକେଟ୍ ଦିଆଯାଇଥିବାବେଳେ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ୧୩.୯୮ ଲକ୍ଷ କ୍ଷୁଦ୍ର ଏବଂ ପଛୁଆ କୃଷକ ପିଜିଏସ୍ ସାର୍ଟିଫିକେଟ୍ ଅଧୀନରେ ପ୍ରମାଣିତ ହୋଇଛନ୍ତି । କ୍ଷୁଦ୍ର ଏବଂ ମଧ୍ୟମ କୃଷକ ମାନଙ୍କୁ ସେମାନଙ୍କର ଜୈବ ଉତ୍ପାଦ ଗୁଡିକୁ ସିଧାସଳଖ ଗ୍ରାହକଙ୍କୁ ବିକ୍ରୟ କରିବାରେ ସାହାଯ୍ୟ କରିବା ପାଇଁ ଏକ ଜୈବିକକ୍ଷେତି ପୋର୍ଟାଲ ଆରମ୍ଭ କରାଯାଇଛି । ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ପୋର୍ଟାଲରେ ପ୍ରାୟ ୫.୭୩ ଲକ୍ଷ କୃଷକ ପଞ୍ଜିକୃତ ହୋଇଥିବା ବେଳେ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ପୋର୍ଟାଲରେ ୬.୦୯ ଲକ୍ଷ କୃଷକ ପଞ୍ଜିକୃତ ହୋଇଛନ୍ତି ।

ଏଥିସହ, ବୃହତ କ୍ଷେତ୍ର ପ୍ରମାଣୀକରଣ କାର୍ଯ୍ୟକ୍ରମ ଅଧୀନରେ ଦ୍ୱୀପପୁଞ୍ଜ, ସୁଦୂର, ପାହାଡ଼ିଆ ଅଂଚଳ ପରି ଡିଫଲ୍ଟ ଜୈବ କ୍ଷେତ୍ରର ତ୍ୱରିତ ପ୍ରମାଣୀକରଣ ଆରମ୍ଭ କରାଯାଇଛି । ଏହା କ୍ଷୁଦ୍ର କୃଷକ ମାନଙ୍କୁ ୩ ବର୍ଷର ସାଧାରଣ ପ୍ରମାଣୀକରଣ ଅବଧିକୁ ଅପେକ୍ଷା ନକରି ତୁରନ୍ତ ପ୍ରମାଣୀକୃତ ଉତ୍ପାଦ ଗୁଡିକୁ ବଜାରରେ ବିକ୍ରି କରିବାକୁ ସକ୍ଷମ କରିବ । ଆଣ୍ଡାମାନର କାର୍ ନିକୋବର ଦ୍ୱୀପପୁଞ୍ଜରେ ପ୍ରାୟ ୧୪,୪୪୫ ହେକ୍ଟର କ୍ଷେତ୍ର ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରମାଣୀକରଣ ହୋଇଛି ଯାହା ପ୍ରମାଣୀକୃତ ଉତ୍ପାଦଗୁଡିକର ମାର୍କେଟିଂ ପାଇଁ ଏହି ଅଂଚଳର ମାର୍ଜିନାଲ କୃଷକମାନଙ୍କୁ ସହାୟକ ହେଉଛି । ଏଲ୍‌ଏସି ଅଧୀନରେ ଲଦାଖରୁ ୫୦୦୦ ହେକ୍ଟର କ୍ଷେତ୍ରର ପ୍ରସ୍ତାବ ଗ୍ରହଣ କରାଯାଇଛି ଏବଂ ୧୧.୪୭୫ ଲକ୍ଷ ଟଙ୍କା ପାଣ୍ଠି ଯୋଗାଇ ଦିଆଯାଇଛି । ଲାକ୍ଷାଦ୍ୱୀପର ୨୭୦୦ ହେକ୍ଟର ସମ୍ପୂର୍ଣ୍ଣ ଚାଷ ଜମି ଏଲ୍‌ଏସି ଅଧୀନରେ ଜୈବିକ କୃଷି କ୍ଷେତ୍ର ଭାବରେ ପ୍ରମାଣିତ ହୋଇଛି । ନିକଟରେ ବିଶ୍ୱର ଏକମାତ୍ର ୧୦୦% ଜୈବ ରାଜ୍ୟ ସିକ୍କିମରେ ସାର୍ଟିଫିକେଟ୍ ଜାରି ପାଇଁ ୬୦,୦୦୦ ହେକ୍ଟର କ୍ଷେତ୍ରକୁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି ଏବଂ ୯୬.୩୯ ଲକ୍ଷ ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଛି ।

୧୧. କୃଷି ଭିତ୍ତିଭୂମି ପାଣ୍ଠି 

ଏଆଇଏଫ୍ ଆରମ୍ଭ ହେବା ଦିନ ଠାରୁ, ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ୧୬୦୦୦ ରୁ ଅଧିକ ପ୍ରକଳ୍ପ ଗୁଡିକ ପାଇଁ ଦେଶରେ ୧୧,୮୯୧ କୋଟି ଟଙ୍କା କୃଷି ଭିତ୍ତିଭୂମି ନିମନ୍ତେ ଅନୁମୋଦନ ହୋଇଥିବା ବେଳେ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ୧୮୧୩୩ ରୁ ଅଧିକ ପ୍ରକଳ୍ପ ପାଇଁ ଦେଶରେ ୧୩,୬୮୧ କୋଟି ଟଙ୍କା ମୂଲ୍ୟର କୃଷି ଭିତ୍ତିଭୂମି ମଞ୍ଜୁର ହୋଇଛି ।

ଏହି ଯୋଜନାର ସହଯୋଗରେ, ବିଭିନ୍ନ କୃଷି ଭିତ୍ତିଭୂମି ସୃଷ୍ଟି କରା ଯାଇଥିଲା ଏବଂ କିଛି ଭିତ୍ତିଭୂମି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି ।

ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ, ୪୭୪୮ ଗୋଦାମ, ୫୯୧ କଷ୍ଟମ୍ ହାୟରିଂ କେନ୍ଦ୍ର, ୧୫୫ ଆସେସିଂ ୟୁନିଟ୍‌, ୫୫୦ ପ୍ରାଥମିକ ପ୍ରକ୍ରିୟାକରଣ ୟୁନିଟ୍‌, ୩୦୬ ସର୍ଟିଂ ଏବଂ ଗ୍ରେଡିଂ ୟୁନିଟ୍‌, ୨୬୭ ଶୀତଳ ଭଣ୍ଡାର ପ୍ରକଳ୍ପ ଏବଂ ପ୍ରାୟ ୨୪୨୦ ଅନ୍ୟାନ୍ୟ ଅମଳ ପରବର୍ତ୍ତୀ ପରିଚାଳନା ପ୍ରକଳ୍ପ ଏବଂ ସମୁଦାୟର କୃଷି ସମ୍ପତ୍ତି ପ୍ରତିଷ୍ଠା କରାଯାଇଥିଲା । ଯାହା ଡିସେମ୍ବର ୨୦୨୨ ରେ, ୮୦୭୬ଟି ଗୋଦାମ, ୨୭୮୮ ପ୍ରାଥମିକ ପ୍ରକ୍ରିୟାକରଣ ୟୁନିଟ୍‌, ୧୮୬୦ କଷ୍ଟମ୍ ହାୟରିଂ କେନ୍ଦ୍ର, ୯୩୭ ସର୍ଟିଂ ଏବଂ ଗ୍ରେଡିଂ ୟୁନିଟ୍‌, ୬୯୬ ଶୀତଳ ଭଣ୍ଡାର ପ୍ରକଳ୍ପ, ୧୬୩ ଆସେସିଂ ୟୁନିଟ୍ ଏବଂ ପ୍ରାୟ ୩୬୧୩ ଅନ୍ୟାନ୍ୟ ଅମଳ ପରବର୍ତ୍ତୀ ପରିଚାଳନା ପ୍ରକଳ୍ପ ଏବଂ ସମ୍ପ୍ରଦାୟର ଚାଷ ସମ୍ପତ୍ତିକୁ ବୃଦ୍ଧି ପାଇଛି ।

୧୨.ଏଫ୍‌ପିଓକୁ ପ୍ରୋତ୍ସାହନ

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂତନ ୧୦,୦୦୦ ଏଫ୍‌ପିଓ ଗଠନ ଏବଂ ପ୍ରୋତ୍ସାହନ ପାଇଁ ୨୯ ଫେବୃଆରୀ, ୨୦୨୦ ରେ ଆରମ୍ଭ ହୋଇଥିବା ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ନିମନ୍ତେ ୨୦୨୭- ୨୮ ପର୍ଯ୍ୟନ୍ତ ୬୮୬୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ନୂତନ ଏଫ୍‌ପିଓ ଯୋଜନା ଅଧୀନରେ ସମୁଦାୟ ୨୧୧୦ ଏଫ୍‌ପିଓ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ପଞ୍ଜିକୃତ ହୋଇଥିଲା, ଯାହାର ସଂଖ୍ୟା ଡିସେମ୍ବର, ୨୦୨୨ ସୁଦ୍ଧା ୪୦୧୬କୁ ବୃଦ୍ଧି ପାଇଛି । 

୧୫. ଆତ୍ମନିର୍ଭର ଭାରତ ଅଭିଯାନର ଏକ ଅଂଶ ଭାବରେ ୨୦୨୦ ରେ ଏକ ଜାତୀୟ ମହୁମାଛି ପାଳନ ଏବଂ ମହୁ ମିଶନ୍ (ଏନ୍‌ବିଏଚ୍‌ଏମ) ଆରମ୍ଭ କରାଯାଇଛି । ମହୁମାଛି ପାଳନ କ୍ଷେତ୍ର ପାଇଁ ୨୦୨୦-୨୦୨୧ ରୁ ୨୦୨୨-୨୦୨୩ ମଧ୍ୟରେ ୫୦୦ କୋଟି ଟଙ୍କା ଆବଂଟନ କରାଯାଇଛି । ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ, ପ୍ରାୟ ୭୦ ଟି ପ୍ରକଳ୍ପକୁ ୧୧୮ କୋଟି ଟଙ୍କା ସହାୟତା ପାଇଁ ଏନ୍‌ବିଏଚ୍‌ଏମ୍ ଅଧୀନରେ ଅନୁମୋଦିତ ହୋଇଥିବାବେଳେ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ୧୧୪ ଟି ପ୍ରକଳ୍ପ ପାଇଁ ପ୍ରାୟ ୧୩୯.୨୩ କୋଟି ଟଙ୍କା ସହାୟତା ପ୍ରଦାନ ନିମନ୍ତେ ଏନ୍‌ବିଏଚ୍‌ଏମ୍ ଅଧୀନରେ ଅନୁମୋଦନ କରାଯାଇଛି ।

୧୬. ପର ଡ୍ରପ୍‌, ମୋର୍ କ୍ରପ୍ / ପ୍ରତି ବୁନ୍ଦା, ଅଧିକ ଫସଲ 

୨୦୧୫- ୧୬ରେ ଆରମ୍ଭ ହୋଇଥିବା ପର ଡ୍ରପ୍‌, ମୋର୍ କ୍ରପ୍ (ପିଡିଏମ୍‌ସି) ଯୋଜନା ଯାହା ମାଇକ୍ରୋ ଜଳସେଚନ ପ୍ରଯୁକ୍ତି ବିଦ୍ୟା ଯଥା ବୁନ୍ଦା ଏବଂ ସିଂଚନ ଜଳସେଚନ ପ୍ରଣାଳୀ ମାଧ୍ୟମରେ ଚାଷ ଅନୁଯାୟୀ ଜଳ ବ୍ୟବହାର ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ପିଡିଏମ୍‌ସି ଯୋଜନା ମାଧ୍ୟମରେ ମାଇକ୍ରୋ ଜଳସେଚନ ଅଧୀନରେ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ, ୬୦ ଲକ୍ଷ ହେକ୍ଟର କ୍ଷେତ୍ର ଏହାର ପରିସରଭୁକ୍ତ ହୋଇଥିବାବେଳେ ଡିସେମ୍ବର ୨୦୨୨ ରେ ତାହା ୬୯.୫୫ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଛି ।

୧୫. ମାଇକ୍ରୋ ଜଳସେଚନ ପାଣ୍ଠି 

ପ୍ରାରମ୍ଭିକ ପାଣ୍ଠି ୫୦୦୦ କୋଟି ଟଙ୍କାକୁ ନେଇ ନାବାର୍ଡ ସହିତ ମାଇକ୍ରୋ ଜଳସେଚନ ପାଣ୍ଠି ସୃଷ୍ଟି କରାଯାଇଛି । ୨୦୨୧- ୨୨ ଆର୍ôଥକ ବର୍ଷ ପାଇଁ ହୋଇଥିବା ବଜେଟ୍ ଘୋଷଣାରେ, ପାଣ୍ଠିର କର୍ପସକୁ ୧୦୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ । ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ, ୩୯୮୦.୧୭ କୋଟି ଟଙ୍କା ମୂଲ୍ୟର ୧୨.୮୩ ଲକ୍ଷ ହେକ୍ଟର ଜମିରେ ପ୍ରକଳ୍ପ ଅନୁମୋଦନ ହୋଇଥିବାବେଳେ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ୪୭୧୦.୯୬ କୋଟି ମୂଲ୍ୟର ପ୍ରକଳ୍ପ ଗୁଡିକରେ ୧୭.୦୯ ଲକ୍ଷ ହେକ୍ଟରକୁ ଅନୁମୋଦନ କରାଯାଇଛି ।

୧୬. କୃଷି ଯାନ୍ତ୍ରିକୀକରଣ

କୃଷି କ୍ଷେତ୍ରର ଆଧୁନିକୀକରଣ ଏବଂ କୃଷି କାର୍ଯ୍ୟର କଠିନତାକୁ ହ୍ରାସ କରିବା ପାଇଁ କୃଷି ଯାନ୍ତ୍ରିକୀକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୦୧୪-୧୫ ରୁ ମାର୍ଚ୍ଚ, ୨୦୨୨ ମଧ୍ୟରେ କୃଷି ଯାନ୍ତ୍ରିକୀକରଣ ପାଇଁ ୫୪୯୦.୮୨ କୋଟି ଟଙ୍କା ଆବଂଟନ କରାଯାଇଛି ।

ରିହାତିରେ କୃଷକ ମାନଙ୍କୁ ପ୍ରଦାନ କରାଯାଇଥିବା ମେସିନ୍ ଏବଂ ଯନ୍ତ୍ରପାତିର ସଂଖ୍ୟା ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ୧୩,୭୮,୭୫୫ ଥିଲା ଯାହା ଡିସେମ୍ବର ୨୦୨୨ ରେ ୧୩,୮୮,୩୧୪ କୁ ବୃଦ୍ଧି ପାଇଛି ।

ଭଡା ଆଧାରରେ ଚାଷୀ ମାନଙ୍କୁ ଯନ୍ତ୍ରପାତି ଯୋଗାଣ ବ୍ୟବସ୍ଥା ଅନୁଯାୟୀ ଡିସେମ୍ବର, ୨୦୨୨ ରେ ୧୮,୮୨୪ କଷ୍ଟମ୍ ହାୟରିଂ କେନ୍ଦ୍ର, ୪୦୩ ହାଇ- ଟେକ୍ ହବ୍ ଏବଂ ୧୬,୭୯୧ ଫାର୍ମ ମେସିନାରୀ ବ୍ୟାଙ୍କ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହା ଜାନୁୟାରୀ ପର୍ଯ୍ୟନ୍ତ ୧୬୨୨୭ କଷ୍ଟମ୍ ହାୟରିଂ କେନ୍ଦ୍ର, ୩୭୮ ହାଇ- ଟେକ୍ ହବ୍ ଏବଂ ୧୬୩୦୯ ଫାର୍ମ ମେସିନାରୀ ବ୍ୟାଙ୍କ ଉପଲବ୍ଧ ଥିଲା । 

ଚଳିତ ଆର୍ôଥକ ବର୍ଷ ୨୦୨୨- ୨୩ ରେ, ଏପର୍ଯ୍ୟନ୍ତ ରିହାତିରେ ପ୍ରାୟ ୬୫୩୦୨ ମେସିନ୍ ବଂଟନ, ୨୮୦୪ ସିଏଚ୍‌ସି ପ୍ରତିଷ୍ଠା, ୧୨ ହାଇ- ଟେକ୍ ହବ୍ ଏବଂ ୧୨୬୦ ଗ୍ରାମ ସ୍ତରୀୟ ଫାର୍ମ ମେସିନାରୀ ବ୍ୟାଙ୍କ ପାଇଁ ୫୦୪.୪୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଫସଲ ଅବଶିଷ୍ଟ ଜଳିବା କାରଣରୁ ବାୟୁ ପ୍ରଦୂଷଣକୁ ଦୂର କରିବା ପାଇଁ, ଯାନ୍ତ୍ରିକ ବ୍ୟବସ୍ଥା ମାଧ୍ୟମରେ ଫସଲ ଅବଶିଷ୍ଟ ପରିଚାଳନା ପାଇଁ ୨୦୧୮- ୧୯ ରୁ ୨୦୨୧-୨୨ରୁ ମଧ୍ୟରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର ଏନସିଟି ସରକାରଙ୍କ ପ୍ରୟାସକୁ ସମର୍ଥନ କରିବାକୁ ଏହି ରାଜ୍ୟଗୁଡିକୁ ୨୪୪୦.୦୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ଫସଲ ଅବଶିଷ୍ଟ ପରିଚାଳନା ମେସିନ ଗୁଡିକର ୩୮୪୨୨ କଷ୍ଟମ୍ ହାୟରିଂ କେନ୍ଦ୍ର (ସିଏଚ୍‌ସି) ପ୍ରତିଷ୍ଠା କରାଯାଇଛି ଏବଂ ଏହି ଚାରିଟି ରାଜ୍ୟର ସିଏଚ୍‌ସି ଏବଂ ବ୍ୟକ୍ତିଗତ କୃଷକ ମାନଙ୍କୁ ୨.୦୭ ଲକ୍ଷରୁ ଅଧିକ ମେସିନ୍ ଯୋଗାଇ ଦିଆଯାଇଛି । ଚଳିତ ବର୍ଷର ୬୯୮.୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି ଏବଂ ଫସଲ ଅବଶିଷ୍ଟାଂଶର ଇନ୍‌- ସିଟୁ ଏବଂ ଏକ୍ସ- ସିଟୁ ପରିଚାଳନା ପାଇଁ ୪୭୫୦୦ ଫସଲ ଅବଶିଷ୍ଟ ପରିଚାଳନା ମେସିନ୍ ଯୋଗାଇବାକୁ ରାଜ୍ୟମାନେ ଲକ୍ଷ୍ୟ ରଖିଛନ୍ତି । 

କୃଷି କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜିର ଉନ୍ନତ ସୁବିଧାକୁ ଦେଖି ୨୧/୧୨/୨୦୨୧ ରେ ସାର୍ବଜନୀନ ଡୋମେନ୍‌ରେ କୀଟନାଶକ ଏବଂ ସାର ପ୍ରୟୋଗରେ ଡ୍ରୋନ୍‌କୁ ବ୍ୟବହାର କରିବା ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସଓପି) ଜାରି କରିଥିଲା, ଯାହା ଡ୍ରୋନର ପ୍ରଭାବଶାଳୀ ଏବଂ ନିରାପଦ କାର୍ଯ୍ୟ ପାଇଁ ସଂକ୍ଷିପ୍ତ ନିର୍ଦ୍ଦେଶ ପ୍ରଦାନ କରିଥାଏ ।

ଏହି କ୍ଷେତ୍ରର କୃଷକ ଏବଂ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କ ପାଇଁ ଏହି ଟେକ୍ନୋଲୋଜିକୁ ସୁଲଭ କରିବା ନିମନ୍ତେ ଡ୍ରୋନର ୧୦୦% ଖର୍ଚ୍ଚ ସହିତ ଆର୍ଥିକ ସହାୟତା ସବ୍ – ମିଶନ ଅନ୍ ଏଗ୍ରିକଲଚରାଲ୍ ମେକାନାଇଜେସନ୍ (ଏସ୍‌ଏମ୍‌ଏଏମ୍‌) ଅଧୀନରେ କୃଷକଙ୍କ କ୍ଷେତରେ ପ୍ରଦର୍ଶନ ପାଇଁ ବୃଦ୍ଧି କରାଯାଇଛି ।

ଡ୍ରୋନ୍ ପ୍ରୟୋଗ ମାଧ୍ୟମରେ କୃଷି ସେବା ଯୋଗାଇବା ପାଇଁ, ଡ୍ରୋନର ମୌଳିକ ମୂଲ୍ୟର ୪୦% ଏବଂ ଏହାର ସଂଲଗ୍ନକ ସର୍ବାଧିକ ୪ ଳକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ କୋଅପରେଟିଭ୍ ସୋସାଇଟି ଅଫ୍ ଫାର୍ମର୍ସ, ଏଫ୍‌ପିଓ ଏବଂ ଗ୍ରାମୀଣ ଉଦ୍ୟୋଗୀ ମାନଙ୍କ ଅଧୀନରେ କଷ୍ଟମ୍ ହାୟରିଂ କେନ୍ଦ୍ର (ସିଏଚ୍‌ସି) ଦ୍ୱାରା ଡ୍ରୋନ୍ କ୍ରୟ ପାଇଁ ଯୋଗାଇ ଦିଆ ଯାଇଛି । ସିଏଚ୍‌ସି ପ୍ରତିଷ୍ଠା କରୁଥିବା କୃଷି ସ୍ନାତକମାନେ ଡ୍ରୋନ୍ ମୂଲ୍ୟର ୫୦%, ଅର୍ଥାତ୍ ସର୍ବାଧିକ ୫ ଳକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ଅଟନ୍ତି । ଏହା ବ୍ୟତୀତ ବ୍ୟକ୍ତିଗତ ଭାବେ କୃଷକମାନେ ମଧ୍ୟ ଆର୍ôଥକ ସହାୟତା ପାଇବାକୁ ଯୋଗ୍ୟ ଅଟନ୍ତି ଏବଂ କ୍ଷୁଦ୍ର ଏବଂ ମାର୍ଜିନାଲ କୃଷକ, ଏସ୍‌ସି / ଏସଟି କୃଷକ, ମହିଳା କୃଷକ ଏବଂ ଉତ୍ତର ପୂର୍ବାଂଚଳର କୃଷକ ମାନଙ୍କୁ ଡ୍ରୋନ ମୂଲ୍ୟର ୫୦% , ଅର୍ଥାତ୍ ସର୍ବାଧିକ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଅନ୍ୟ ଚାଷୀଙ୍କୁ ୪୦% ଅର୍ଥାତ ସର୍ବାଧିକ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । 

ଏସ୍‌ଏମ୍‌ଏଏମ୍‌ର ପାଣ୍ଠିରୁ ଏପର୍ଯ୍ୟନ୍ତ କିଷାନ ଡ୍ରୋନ ପ୍ରୋତ୍ସାହନ ଦିଗରେ ୧୨୪.୨୬ କୋଟି ଟଙ୍କା ଜାରି କରାଯାଇଛି, ଯେଉଁଥିରେ ୭୯୦୭୦ ହେକ୍ଟର ଜମିରେ ପ୍ରଦର୍ଶନ ପାଇଁ ୩୧୭ ଡ୍ରୋନର କ୍ରୟ ଏବଂ ସବସିଡିରେ ଚାଷୀଙ୍କୁ ୨୩୯ ଡ୍ରୋନ ଯୋଗାଣ ଏବଂ କୃଷକ ମାନଙ୍କୁ ଡ୍ରୋନ ସେବା ଯୋଗାଇବା ପାଇଁ ସିଏଚ୍‌ସିକୁ ଭଡା ଆଧାରରେ ୧୫୧୯ ଡ୍ରୋନ ଯୋଗାଣ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । 

୧୭. ଇ଼ - ନାମ୍ ବିସ୍ତାର ପ୍ଲାଟଫର୍ମର ସେଟ୍ ଅପ୍ 

ଚା ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ, ୨୨ ଟି ରାଜ୍ୟ ଏବଂ ୦୩ ଟି କେନ୍ଦ୍ରଶାସିତ ଅଂଚଳର ୧୨୬୦ ମଣ୍ଡି ଇ- ନାମ୍ ପ୍ଲାଟଫର୍ମରେ ସମନ୍ୱିତ ହୋଇଛି, ଯାହା ଜାନୁଆରୀ ୨୦୨୨ ରେ ୧୮ ଟି ରାଜ୍ୟ ଏବଂ ୦୩ ଟି କେନ୍ଦ୍ରଶାସିତ ଅଂଚଳର ୧୦୦୦ ମଣ୍ଡି ଥିଲା ।

ଚା ଜାନୁୟାରୀ, ୨୦୨୨ ପର୍ଯ୍ୟନ୍ତ ୧.୭୨ କୋଟି କୃଷକ ଏବଂ ୨.୧୩ ଲକ୍ଷ ବ୍ୟବସାୟୀ ଇ- ନାମ୍ ପୋର୍ଟାଲରେ ପଞ୍ଜୀକୃତ ହୋଇଥିଲେ ଯାହା ଡିସେମ୍ବର ୨୦୨୨ ରେ ୧.୭୪ କୋଟି କୃଷକ ଏବଂ ୨.୩୭ ଲକ୍ଷ ବ୍ୟବସାୟୀଙ୍କୁ ବୃଦ୍ଧି ପାଇଛି ।

ସମୁଦାୟ ପରିମାଣ ୬.୮୦ କୋଟି ଏମ୍‌ଟି ଏବଂ ୨୦.୦୫ କୋଟି ସଂଖ୍ୟାର (ବାଉଁଶ, ପାନ ପତ୍ର, ନଡିଆ, ଲେମ୍ବୁ ଏବଂ ମିଠା ମକା) ସାମୂହିକ ଭାବରେ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଇ- ନାମ୍ ପ୍ଲାଟଫର୍ମରେ ୨.୩୩ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ରେକର୍ଡ ହୋଇଥିବା ବେଳେ ଜାନୁଆରୀ ୨୦୨୨ ରେ ମୋଟ ପରିମାଣ ୫.୩୭ କୋଟି ଏମ୍‌ଟି ଏବଂ ୧୨.୨୯ କୋଟି ସଂଖ୍ୟାର (ବାଉଁଶ, ପାନ ପତ୍ର, ନଡ଼ିଆ, ଲେମ୍ବୁ ଏବଂ ମିଠା ମକା) ୧.୭୨ ଲକ୍ଷ କୋଟି ଟଙ୍କା ବାଣିଜ୍ୟ ରେକର୍ଡ ରହିଛି । 

୧୮. ଚାଷରେ ଉନ୍ନତି ସାମଗ୍ରୀ ଉତ୍ପାଦନ, କିଷାନ୍ ରେଳର ଶୁଭାରମ୍ଭ

ନଷ୍ଟ ହୋଇ ଯାଉଥିବା କୃଷିଜାତ ଦ୍ରବ୍ୟର ଯାତାୟାତକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଦ୍ୱାରା କିଷାନ ରେଳ ସେବା ଆରମ୍ଭ କରାଯାଇଛି । ପ୍ରଥମ କିଷାନ ରେଳ ଜୁଲାଇ ୨୦୨୦ ରେ ଆରମ୍ଭ ହୋଇଥିଲା । ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ, ୧୫୫ ରୁଟରେ ୧୯୦୦ ସେବା ପ୍ରଦାନ କରାଯାଉଥିବା ବେଳେ ତାହା ଡିସେମ୍ବର, ୨୦୨୨ ରେ ୧୬୭ ରୁଟରେ ୨୩୫୯ ସେବାକୁ ବୃଦ୍ଧି କରା ଯାଇଥିଲା ।

୧୯. ଏମ୍‌ଆଇଡିଏଚ୍ - କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ:

କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ (ସିଡିପି) ଉଦ୍ୟାନ କୃଷି କ୍ଲଷ୍ଟର ଗୁଡ଼ିକର ଭୌଗୋଳିକ ବିଶେଷତ୍ୱକୁ ବ୍ୟବହାର କରିବା ଏବଂ ଉତ୍ପାଦନ ପୂର୍ବ, ଉତ୍ପାଦନ, ଅମଳ ପରବର୍ତ୍ତୀ, ଲଜିଷ୍ଟିକ୍ସ, ବ୍ରାଣ୍ଡିଂ ଏବଂ ମାର୍କେଟିଂ କାର୍ଯ୍ୟକଳାପର ସମନ୍ୱିତ ତଥା ବଜାର- ନେତୃତ୍ୱ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି । ଏମ୍‌ଓଏ ଆଣ୍ଡ ଏଫ୍‌ଡବ୍ଲ୍ୟୁ ୫୫ ଉଦ୍ୟାନ କୃଷି କ୍ଲଷ୍ଟର ଚିହ୍ନଟ କରିଛି, ସେଥି ମଧ୍ୟରୁ ୧୨ ଟି ସିଡିପିର ପାଇଲଟ୍ ପର୍ଯ୍ୟାୟ ପାଇଁ ଚୟନ କରାଯାଇଛି । ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ସମସ୍ତ କ୍ଲଷ୍ଟର ପାଇଁ କ୍ଲଷ୍ଟର ବିକାଶ ଏଜେନ୍ସି ନିଯୁକ୍ତ କରାଯାଇଛି । ସମସ୍ତ ୧୨ ଟି କ୍ଲଷ୍ଟରର କ୍ଲଷ୍ଟର ଗ୍ୟାପ୍ ମୂଲ୍ୟାଙ୍କନ ରିପୋର୍ଟ ଚୂଡାନ୍ତ ହୋଇଛି । ପ୍ରୋଗ୍ରାମର କାର୍ଯ୍ୟାନ୍ୱୟନ ପାଇଁ ନିୟୋଜନକାରୀ ଏଜେନ୍ସି (ଆଇଏ) ଚୟନ ପାଇଁ ସମସ୍ତ ୧୨ ଟି କ୍ଲଷ୍ଟର ପାଇଁ ଏକ୍ସପ୍ରେସନ୍ ଅଫ୍ ଇଂଟ୍ରେଷ୍ଟ (ଇଓଆଇ) ଜାରି କରାଯାଇଛି ଏବଂ ଏହି ପରିପ୍ରେକ୍ଷୀରେ, ସେମାନଙ୍କ ପ୍ରସ୍ତାବ ଅପଲୋଡ୍ କରିବା ପାଇଁ ଆବେଦନ ୱିଣ୍ଡୋ ଖୋଲାଯାଇଛି ।

୨୦. କୃଷି ଏବଂ ସହଯୋଗୀ କ୍ଷେତ୍ରରେ ଏକ ଷ୍ଟାର୍ଟ ଅପ୍ ପାରିବେଶିକ ବ୍ୟବସ୍ଥାର ସୃଷ୍ଟି 

ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ, ବିଭିନ୍ନ ନଲେଜ୍ ପାର୍ଟନର (କେପି) ଏବଂ ଏଗ୍ରିବିଜନେସ୍ ଇନକ୍ୟୁବେଟର (ଆର୍ – ଏବିଆଇ)ମାନଙ୍କ ଦ୍ୱାରା ୭୯୯ ଷ୍ଟାର୍ଟ ଅପ୍ ମନୋନୀତ ହୋଇଥିଲା ଏବଂ ଡିସେମ୍ବର ୨୦୨୨ ରେ ସେମାନଙ୍କ ସଂଖ୍ୟା ୧୦୫୫ ଷ୍ଟାର୍ଟଅପ୍ କୁ ବୃଦ୍ଧି ପାଇଛି ।

ଚା ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ, ଡିଏ ଏବଂ ଏଫ୍‌ଡବ୍ଲ୍ୟୁ ଦ୍ୱାରା ସହାୟତା ଭାବରେ ସଂପୃକ୍ତ କେପି ଏବଂ ଆର୍ – ଏବିଆଇ ଗୁଡ଼ିକୁ କିସ୍ତିରେ ୬୩୧୭.୯୧ ଲକ୍ଷ ଟଙ୍କା ଅନୁଦାନ ସହାୟତା ପ୍ରଦାନ କରାଯାଇଛି, ଯେତେବେଳେ କି ଜାନୁଆରୀ ୨୦୨୨ ରେ ଏହା ୩୭୯୦.୧୧ ଲକ୍ଷ ଟଙ୍କା ଥିଲା ।

୨୨. କୃଷି ଏବଂ ସହଯୋଗୀ କ୍ଷେତ୍ରର କୃଷି- ଦ୍ରବ୍ୟ ରପ୍ତାନିରେ ସଫଳତା 

ଦେଶରେ କୃଷି ଏବଂ ସହଯୋଗୀ ଦ୍ରବ୍ୟ ରପ୍ତାନିରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି । ପୂର୍ବ ବର୍ଷ ୨୦୨୦- ୨୧ ତୁଳନାରେ, କୃଷି ଏବଂ ସହଯୋଗୀ କ୍ଷେତ୍ରର ରପ୍ତାନି ୨୦୨୦- ୨୧ ରେ ୪୧.୮୬ ବିଲିୟନ ଡ଼ଲାରରୁ ୨୦୨୧-୨୨ ରେ ୫୦.୨୪ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ଅର୍ଥାତ୍ ଏଥିରେ ୧୯.୯୯% ବୃଦ୍ଧି ହୋଇଛି ।

ପୂର୍ବ ବର୍ଷ ତୁଳନାରେ ମହତ୍ୱପୂର୍ଣ୍ଣ ଅଭିବୃଦ୍ଧି ପ୍ରଦର୍ଶନ କରିଥିବା ପ୍ରମୁଖ ଉତ୍ପାଦ ଗୁଡିକ ହେଉଛି ଗହମ ୨୭୩.୫୪% (୫୬୭.୯୩ ରୁ ୨୧୨୧.୪୬ ମିଲିୟନ୍ ଡ଼ଲାର), ବାସମତି ଚାଉଳ ବ୍ୟତୀତ ୨୭.୨୯% (୪୮୧୦.୮୦ ରୁ ୬୧୨୩.୮୨ ମିଲିୟନ୍ ଡ଼ଲାର) , ବର୍ଜ୍ୟ ସହିତ କପା ୪୮.୪୩% (୧୮୯୭.୨୧ ରୁ ୨୮୧୬.୨୪ ମିଲିୟନ୍ ଡ଼ଲାର), ଜଡା ତେଲ ୨୮.୧୬% (୯୧୭.୨୪ ରୁ ୧୧୭୫.୫୧ ମିଲିୟନ୍ ଡ଼ଲାର), ଅନ୍ୟାନ୍ୟ ଶସ୍ୟ ୫୩.୮୨% (୭୦୫.୩୮ ରୁ ୧୦୮୫.୦୫ ମିଲିୟନ୍ ଡ଼ଲାର), କଫି ୪୧.୮୪% (୭୧୯.୬୬ ରୁ ୧୦୨୦.୭୪ ମିଲିୟନ୍ ଡ଼ଲାର), ତାଜା ଫଳ ୧୪.୧୧% (୭୬୮.୫୪ ରୁ ୮୭୬.୯୬ ମିଲିୟନ୍ ଡ଼ଲାର) ।

ଏପ୍ରିଲ୍‌- ଅକ୍ଟୋବର, ୨୦୨୨ରେ କୃଷି ଏବଂ ସହଯୋଗୀ ଦ୍ରବ୍ୟର ରପ୍ତାନି ୩୦.୨୧ ବିଲିୟନ ଡ଼ଲାର ହୋଇଛି, ଯାହା ୨୦୨୧-୨୨ ର ସମାନ ଅବଧିରେ ୨୬.୯୮ ବିଲିୟନ ଡ଼ଲାର ଥିଲା ଅର୍ଥାତ୍ ଏଥିରେ ୧୧% ବୃଦ୍ଧି ଘଟିଛି ।

<><><><>

SSP



(Release ID: 1886806) Visitor Counter : 177