ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ସ୍ୱାମୀନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନର ୭୫ତମ ଅମୃତ ମହୋତ୍ସବରେ ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


“ଗୁରୁକୁଳ ଛାତ୍ରଛାତ୍ରୀମାନଙ୍କ ମନ ଓ ହୃଦୟରେ ଉତ୍ତମ ଭାବନା ଓ ମୂଲ୍ୟବୋଧ ଭରି ସାମଗ୍ରିକ ବିକାଶ କରିଥାଏ”

“ପ୍ରକୃତ ଜ୍ଞାନର ପ୍ରସାର ପୃଥିବୀରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଭାରତ ଏହି ପ୍ରକଳ୍ପ ପ୍ରତି ନିଷ୍ଠାବାନ ରହିଛି”

“ଆଧ୍ୟାତ୍ମିକ କ୍ଷେତ୍ରରୁ ଆରମ୍ଭ କରି ଇସ୍ରୋ ଓ ବାର୍କରେ ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ ଉତ୍ସଗୀକୃତ ଛାତ୍ରଛାତ୍ରୀଙ୍କ ଗୁରୁକୁଳ ପରମ୍ପରା ଦେଶର ସବୁ କ୍ଷେତ୍ରକୁ ପରିପୁଷ୍ଟ କରିଛି”

“ଆବିଷ୍କାର ଓ ଗବେଷଣା ଭାରତୀୟ ଜୀବନଶୈଳୀର ଅବିଛେଦ୍ୟ ଅଂଶ ହୋଇ ରହିଆସିଛି”

“ଆମର ଗୁରୁକୁଳ ମାନବତାକୁ ବିଜ୍ଞାନ, ଆଧ୍ୟାତ୍ମିକତା ଓ ଲିଙ୍ଗଗତ ସମାନତାର ମାର୍ଗ ଦେଖାଇଛି”

“ଦେଶର ଶିକ୍ଷା ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ ଅଦ୍ଭୁତପୂର୍ବ କାର୍ଯ୍ୟ ଚାଲିଛି”

Posted On: 24 DEC 2022 12:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪-୧୨-୨୦୨୨) ଶ୍ରୀ ସ୍ୱାମୀ ନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନର ୭୫ତମ ଅମୃତ ମହୋତ୍ସବରେ ଆଭାସୀ ମାଧ୍ୟମରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ସ୍ୱାମୀ ନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନ ସହ ରହିଥିବା ସମସ୍ତଙ୍କୁ ୭୫ ବର୍ଷ ସମାପନ ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ସେ ମଧ୍ୟ ଏହି ଯାତ୍ରାରେ ଅଦ୍ଭୁତପୂର୍ବ ଉଦ୍ୟମ ପାଇଁ ଶାସ୍ତ୍ରୀଜୀ ମହାରାଜ ଶ୍ରୀ ଧର୍ମଜୀବାନନ୍ଦଜୀ ସ୍ୱାମୀଙ୍କ ପ୍ରଶଂସା କରିଛନ୍ତି । ଜଣେ ଭଗବାନ ଶ୍ରୀ ସ୍ୱାମୀ ନାରାୟଣଙ୍କ ନାମ ସ୍ମରଣ କରି ନବଚେତନାର ଅଭିଜ୍ଞତା ଅର୍ଜନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦେଶର ଅମୃତକାଳରେ ଏହି ଘଟଣା ଏକ ଅଦ୍ଭୁତ ସଂଯୋଗ ବୋଲଇ ପ୍ରଧାନମନ୍ତ୍ରୀ କହିଛନ୍ତି । ଇତିହାସରେ ଏହି ପ୍ରକାର ଅନେକ ସଂଯୋଗବଶତଃ ଭାରତୀୟ ପରମ୍ପରା ଅଧିକ ଶକ୍ତିଶାଳୀ ହୋଇଥିବା ସେ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଏପରି ସଂଗମ କର୍ତ୍ତବ୍ୟ ଓ କଠିନ ପରିଶ୍ରମ, ସଂସ୍କୃତି ଓ ଉତ୍ସର୍ଗ, ଆଧ୍ୟାତ୍ମିକତା ଓ ଆଧୁନିକତା ଯୋଗୁ ସମ୍ଭବ ହୋଇଛି ବୋଲି କହିଥିଲେ । ଭାରତ ସ୍ୱାଧୀନ ହେବା ପରେ ପ୍ରାଚୀନ ଭାରତୀୟ ଶିକ୍ଷା ପଦ୍ଧତିର ପୁନରୁଦ୍ଧାର ଓ ଏହାର ଅବହେଳାକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଥିଲେ । ଯେତେବେଳେ ପୂର୍ବ ସରକାରମାନେ ଏଥିରେ ବିଫଳ ହେଲେ । ଜାତୀୟ ଋଷି ଓ ଆଚାର୍ଯ୍ୟଗଣ ଏହାର ମଙ୍ଗ ଧରିଥିଲେ । “ସ୍ୱାମୀ ନାରାୟଣ ଗୁରୁକୁଳ ଏହି ‘ସୁଯୋଗ୍ୟ’ର ଏକ ଉଦାହରଣ” ବୋଲି ଶ୍ରୀ ମୋଦୀ କହିଥିଲେ । ସ୍ୱାଧୀନତା ସଂଗ୍ରାମ ଆଦର୍ଶର ମୁଳଦୂଆ ଉପରେ ପ୍ରତିଷ୍ଠାନ ବିକଶିତ ହୋଇଛି ।

“ପ୍ରକୃତ ଜ୍ଞାନର ପ୍ରସାର ହେଉଛି ସବୁଠାରୁ ଗୁରୁତ୍ୱପୂରର୍ଣ୍ଣ କାର୍ଯ୍ୟ ଓ ଏହା ବିଶ୍ୱରେ ଭାରତୀୟ ଜ୍ଞାନ ଓ ଶିକ୍ଷାର ନିଷ୍ଠା ଭାବେ ରହି ଭାରତୀୟ ସଭ୍ୟତାର ମୁଳଦୂଆ ସ୍ଥାପନ କରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଯଦିଓ ଗୁରୁକୁଳ ବିଦ୍ୟା ପ୍ରତିଷ୍ଠାନ ମାତ୍ର ସାତ ଜଣ ବିଦ୍ୟାର୍ଥୀଙ୍କୁ ନେଇ ରାଜକୋଟରେ ଆରମ୍ଭ ହୋଇଥିଲା ଆଜି ଏହାର ୪ଠଟି ଶାଖା ରହିଛି ଓ ସାରା ବିଶ୍ୱର ହଜାର ହଜାର ବିଦ୍ୟାର୍ଥୀ ଏଥିପ୍ରତି ଆକୃଷ୍ଟ ହେଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ ଆହୁରି କହିଥିଲେ ଯେ ଗତ ୭୫ ବର୍ଷ ମଧ୍ୟରେ ଗୁରୁକୁଳ ବିଦ୍ୟାର୍ଥୀମାନଙ୍କ ମନ ଓ ହୃଦୟର ବିକାଶ କରିଛି, ଯାହା ଫଳରେ ସାମଗ୍ରିକ ଉନ୍ନତି ସେମାନଙ୍କର ହୋଇପାରିବ । “ଇସ୍ରୋ ଓ ବାର୍କରେ ବୈଜ୍ଞାନିକ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଉତ୍ସର୍ଗୀକୃତ ବିଦ୍ୟାର୍ଥୀ ଠାରୁ ଆରମ୍ଭ କରି ଗୁରୁକୁଳ ଦେଶର ପ୍ରତି କ୍ଷେତ୍ରକୁ ପରିପୁଷ୍ଟ କରିଛି” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଗୁରୁକୁଳ ଉପରେ ଆଲୋକପାତ କରି କହିଥିଲେ ଯେ ଯେଉଁଠାରେ ଜଣେ ଗରୀବ ବିଦ୍ୟାର୍ଥୀ ଠାରୁ ମାତ୍ର ଟଙ୍କାଏ ଫିସ୍ ନିଆଯାଏ ସେଠାରେ ତାକୁ ଶିକ୍ଷାପ୍ରାପ୍ତି ଅନେକ ସହଜ ହୋଇଥାଏ ।

ଭାରତୀୟ ପରମ୍ପରାର ଜ୍ଞାନକୁ ସର୍ବୋଚ୍ଚ ଜୀବନ ଲକ୍ଷ୍ୟ ଭାବେ ବିବେଚନା କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ବିଶ୍ୱର ଅନ୍ୟାନ୍ୟ ଭାଗ ସେମାନଙ୍କ ଶାସକ ବଂଶକୁ ନେଇ ପରିଚିତ ହୋଇଥାନ୍ତି, ଭାରତୀୟ ପରିଚୟ ଏହାର ଗୁରୁକୁଳ ସହିତ ଥାଏ । “ଆମର ଗୁରୁକୁଳଗୁଡ଼ିକ ନିରପେକ୍ଷତା, ସମନତା, ଯତ୍ନ ଓ ସେବା ମନୋଭାବର ପ୍ରତିନିଧିତ୍ୱ ଶହ ଶହ ବର୍ଷ କରିଆସିଛନ୍ତି” ବୋଲି ସେ କହିଥିଲେ । ନାଳନ୍ଦା ଓ ତକ୍ଷଶିଳା ଭାରତୀୟ ପ୍ରାଚୀନ ଗୌରବ ସହ ସମତୁଲ ବୋଲି ସେ ସ୍ମରଣ କରାଇ ଦେଇଥିଲେ ।

“ଆବିଷ୍କାର ଓ ଗବେଷଣା ଭାରତୀୟ ଜୀବନଧାରାର ଅବିଚ୍ଛେଦ୍ୟ ଅଙ୍ଗ । ଆତ୍ମ-ଆବିଷ୍କାରରୁ ପ୍ରଭୁସତ୍ତା, ଆୟୁର୍ବେଦରୁ ଆଧ୍ୟାତ୍ମ ସମାଜ ବିଜ୍ଞାନରୁ ସୌର ବିଜ୍ଞାନ, ଗଣିତରୁ ଧାତୁ ବିଜ୍ଞାନ ଓ ଶୂନ୍ୟରୁ ଅସୀମ, ଗବେଷଣା ଓ ନୂତନ ଉପସଂହାର ପ୍ରତ୍ୟେକ କ୍ଷେଥ୍ରରେ ଟଣାଯାଇଛି । ଭାରତ ତିମିରାଚ୍ଛନ୍ନ ଯୁଗରେ ମାନବତାକୁ ଦେଖାଇଥିବା ଆଲୋକବର୍ତ୍ତିକା ବିଶ୍ୱର ଆଧୁନିକ ବିଜ୍ଞାନ ପାଇଁ ବାଟ କଢ଼ାଇଥିଲା” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଲିଙ୍ଗଗତ ସମାନତା ଓ ଭାରତୀୟ ଗୁରୁଗୁଳ ପଦ୍ଧତିର ସମ୍ବେଦନଶୀଳତା ଉପରେ ଆଲୋକପାତ କରିବା ସହ ‘କନ୍ୟା ଗୁରୁକୁଳ’ ଆରମ୍ଭ କରିଥିବାରୁ ସ୍ୱାମୀନାରାୟଣ ଗୁରୁକୁଳର ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଶିକ୍ଷା ପଦ୍ଧତି ଓ ଶିକ୍ଷାନୁଷ୍ଠାନଗୁଡ଼ିକର ଭାରତରେ ଉଜ୍ଜ୍ୱଳ ଭବିଷ୍ୟତର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିବା ସହ ସ୍ୱାଧୀନତାର ଅମୃତ କାଳରେ ଦେଶ ଶିକ୍ଷାର ଭିତ୍ତିଭୂମି ଓ ନୀତିକୁ ପ୍ରତ୍ୟେକ କ୍ଷେତ୍ରରେ ଖୁବ୍ ଦ୍ରୁତ ଗତିରେ ସୁଦୃଢ଼ କରିବାକୁ ଯାଉଛି ବୋଲି କହିଥିଲେ । ଦେଶରେ ଆଇଆଇଟି, ଆଇଆଇଆଇଟିଏସ, ଆଇଆଇଏମଏସ ଓ ଏଆଇଏମଏସ ସଂଖ୍ୟା ଅନେକ ବୃଦ୍ଧି ପାଇଛି ଓ ୨୦୧୪ ମସିହା ପୂର୍ବାବସ୍ଥାକୁ ତୁଳନା କଲେ ଦେଶରେ ମେଡିକାଲ କଲେଜ ସଂଖ୍ୟା ଶତକଡ଼ା ୬୫ ଭାଗ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ ଦେଶର ନୂତନ ଶିକ୍ଷାନୀତି ଭବିଷ୍ୟତକୁ ଲକ୍ଷ୍ୟ ରଖି ପ୍ରସ୍ତୁତ ହୋଇଛି । ଏହାଫଳରେ ନୂତନ ପିଢ଼ି ଏକ ନବୀନ ପଦ୍ଧତିରେ ଶିକ୍ଷା ଗ୍ରହଣ କରିବେ ଓ ତାହା ସେମାନଙ୍କୁ ଦେଶର ଆଦର୍ଶ ନାଗରିକ ଭାବେ ଗଢ଼ିତୋଳିବା । ଆଗାମୀ ୨୫ ବର୍ଷରେ ମୁନିଋଷିମାନଙ୍କ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । “ଆଜି ଭାରତରେ ସଂକଳ୍ପ ନୂତନ ଓ ସେଗୁଡ଼ିକ ସାକାର କରିବା ପାଇଁ ଉଦ୍ୟମ ହେଉଛି । ଆଜି ଭାରତ ଡିଜିଟାଲ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ଭୋକାଲ ଫର ଲୋକାଲ, ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ଓ ଏକ ଭାରତ ଶ୍ରେଷ୍ଠ ଭାରତ ଲକ୍ଷ୍ୟ ନେଇ ଆଗେଇ ଚାଲିଛି । 

ଏହିସବୁ ସାମାଜିକ ପରିବର୍ତ୍ତନ ଓ ସମାଜ ସଂସ୍କାର ପ୍ରକଳ୍ପରେ ସବକା ପ୍ରୟାସ ଦେଶର କୋଟି କୋଟି ଜନସାଧାରଣଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ପ୍ରଧାନମନ୍ତ୍ରୀ ଗୁରୁକୁଳର ବିଦ୍ୟାର୍ଥୀମାନଙ୍କୁ ଉତ୍ତର ପୂର୍ବାଞ୍ଚଳକୁ ଅନୁନ୍ୟ ୧୫ ଦିନ ଗସ୍ତରେ ଯାଇ ସେଠାକାର ଅଧିବାସୀଙ୍କ ସହ ମିଶି ଦେଶକୁ ଆହୁରି ମଜବୁତ କରିବାକୁ ନିବେଦନ କରିଥିଲେ । ସେ ମଧ୍ୟ ବେଟୀ ବଚାଓ ଓ ପରିବେଶ ସୁରକ୍ଷା ଭଳି ବିଷୟର ଅବତାରଣା କରି ଏକ ଭାରତ ଶ୍ରେଷ୍ଠ ଭାରତକୁ ମଜବୁତ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । “ମୁଁ ନିଶ୍ଚିତ ଯେ ସ୍ୱାମୀ ନାରାୟଣ ଗୁରୁକୁଳ ବିଦ୍ୟା ପ୍ରତିଷଠାନମ ଭଳି ଅନୁଷ୍ଠାନ ଭାରତର ସଂକଳ୍ପ ଯାତ୍ରାକୁ ଅଧିକ ମଜବୁତ କରିବ” ବୋଲି କହି ସେ ତାଙ୍କର ଅଭିଭାଷଣ ସମାପ୍ତି ଘଟାଇଥିଲେ ।

ପୃଷ୍ଠଭୂମୀ:

ଶ୍ରୀ ସ୍ୱାମୀ ନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନ ୧୯୪୮ ମସିହାରେ ଗୁରୁଦେବ ଶାସ୍ତ୍ରୀଜୀ ମହାରାଜ ଶ୍ରୀ ଧର୍ମାଜୀବାନନ୍ଦଜୀ ସ୍ୱାମୀଙ୍କ ଦ୍ୱାରା ରାଜକୋଟରେ ପ୍ରତିଷ୍ଠା କରାଯାଇଥିଲା । ଏହି ସଂସ୍ଥାନ ସମ୍ପ୍ରସାରିତ ହୋଇ ବର୍ତ୍ତମାନ ବିଶ୍ୱରେ ଏହାର ୪ଠଟି ଶାଖା ରଖିଛି । ଏହା ୨୫ ହଜାରରୁ ଊଦ୍ଧ୍ୱର୍ ବିଦ୍ୟାର୍ଥୀଙ୍କୁ ବିଦ୍ୟାଳୟ, ସ୍ନାତ୍ତକ ଓ ସ୍ନାତ୍ତକୋତ୍ତର ଶିକ୍ଷା ପ୍ରଦାନ କରିଆସୁଛି ।

 

SM/MB



(Release ID: 1886392) Visitor Counter : 195