ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସଂସଦ ଭବନରେ ମଧ୍ୟାହ୍ନ ଭୋଜନ କଲେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତୃବର୍ଗ : ଦିଆଗଲା ମିଲେଟରେ ପ୍ରସ୍ତୁତ ବ୍ୟଞ୍ଜନ

Posted On: 20 DEC 2022 6:04PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ନେତାମାନଙ୍କ ସହିତ ସଂସଦ ଭବନ ପରିସରରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ଭୋଜନରେ ସମସ୍ତଙ୍କୁ ମିଲେଟ୍‌ (ମୋଟା ଶସ୍ୟ)ରେ ପ୍ରସ୍ତୁତ ବ୍ୟଞ୍ଜନ ଦିଆଯାଇଥିଲା। ଭାରତ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରିବାକୁ ଯାଉଥିବାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆମେ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରିବାକୁ ଯାଉଥିବାରୁ, ସଂସଦ ଭବନରେ ସୁସ୍ବାଦୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା, ଏଥିରେ ମିଲେଟ୍‌ରେ ପ୍ରସ୍ତୁତ ବ୍ୟଞ୍ଜନ ଅର୍ପଣ କରାଯାଇଥିଲା। ଦଳମତ ନିର୍ବିଶେଷରେ ଏଥିରେ ସମସ୍ତେ ସାମିଲ ହେବା ଖୁସିର ବିଷୟ।’’

 

****

P.S.

 



(Release ID: 1885226) Visitor Counter : 127