ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି-୨୦ ଅଧ୍ୟକ୍ଷତା ବେଳେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳମାନଙ୍କ ସହ ଭିଡିଓ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

Posted On: 09 DEC 2022 8:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଅଧ୍ୟକ୍ଷତା ବେଳେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା ପାଇଁ ରାଜ୍ୟଗୁଡିକର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କ ସହ ଆଜି ଭିଡିଓ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

ଜି-୨୦ ଅଧ୍ୟକ୍ଷତା ସାରା ଦେଶ ସହ ଜଡିତ ଓ ଦେଶର ସାମର୍ଥ୍ୟ ପ୍ରଦର୍ଶନ ପାଇଁ ଏହା ଏକ ନିଆରା ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି । 

ସେହିପରି ପ୍ରଧାନମନ୍ତ୍ରୀ ଟିମୱର୍କକୁ ଗୁରୁତ୍ୱ ପ୍ରଦାନ କରିବା ସହ ବିଭିନ୍ନ ଜି-୨୦ କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସହଯୋଗ ଲୋଡିଛନ୍ତି । ଜି-୨୦ ଅଧ୍ୟକ୍ଷତା ଦ୍ୱାରା ଭାରତର ପାରମ୍ପରିକ ବଡ ମେଟ୍ରୋ ବ୍ୟତୀତ ଦେଶର ଅନ୍ୟ ସ୍ଥାନଗୁଡିକର ନିଆରାପଣ ପ୍ରଦର୍ଶିତ ହୋଇପାରିବ ବୋଲି ସେ କହିଛନ୍ତି । 

ଭାରତର ଜି-୨୦ ଅଧ୍ୟକ୍ଷତା ବେଳେ ବହୁ ସଂଖ୍ୟାରେ ଭାରତ ଆସୁଥିବା ଆଗନ୍ତୁକ ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆନ୍ତର୍ଜାତିକ ଗଣମାଧ୍ୟମର ଦୃଷ୍ଟି ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ଏହି ସୁଯୋଗ ଉପଯୋଗ କରି ନିଜ ବ୍ୟବସାୟ, ନିବେଶ ଓ ପର୍ଯ୍ୟଟନ ସ୍ଥଳଗୁଡିକର ପୁନଃପ୍ରସ୍ତୁତି ପାଇଁ ଆହ୍ୱାନ ଦେଇଛନ୍ତି । ସମ୍ପୂର୍ଣ୍ଣ ସରକାର ଓ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଦ୍ୱାରା ଜି-୨୦ କାର୍ଯ୍ୟକ୍ରମଗୁଡିକରେ ଜନଭାଗିଦାରୀ ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ବହୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ ବୈଠକରେ ନିଜ ମତାମତ ଉପସ୍ଥାପନ କରିବା ସହ ସଫଳତାର ସହ ଜି-୨୦ ବୈଠକ ଆୟୋଜନ ପାଇଁ ରାଜ୍ୟଗୁଡିକର ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଛନ୍ତି ।  

ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ଅଭିଭାଷଣ ପ୍ରଦାନ କରିଛନ୍ତି ଏବଂ ଭାରତର ଜି-୨୦ ଶେରପା ଏକ ଉପସ୍ଥାପନା ପ୍ରସ୍ତୁତ କରିଛନ୍ତି । 

 

SR



(Release ID: 1882959) Visitor Counter : 108