ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପରୀକ୍ଷା ପେ ଚର୍ଚ୍ଚା ୨୦୨୩ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 30 NOV 2022 4:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ ପରୀକ୍ଷା ପେ ଚର୍ଚ୍ଚା ୨୦୨୩ ସମ୍ବନ୍ଧୀୟ ଆକର୍ଷଣୀୟ କାର୍ଯ୍ୟକଳାପରେ ଭାଗ ନେବାକୁ ଆମନ୍ତ୍ରଣ କରିଛନ୍ତି । ଆମ ଛାତ୍ରଛାତ୍ରୀମାନଙ୍କ ପାଇଁ ଚାପମୁକ୍ତ ପରିବେଶ ସୃଷ୍ଟି ଦିଗରେ ସାମୂହିକ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଶିକ୍ଷା ମନ୍ତ୍ରଣାଳୟର ଏକ ଟୁଇଟ୍‌କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ମୁଁ ସମସ୍ତ ପରୀକ୍ଷା ଯୋଦ୍ଧା, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ ପରୀକ୍ଷା ପେ ଚର୍ଚ୍ଚା ୨୦୨୩ ସହିତ ଜଡିତ ଏହି ଆକର୍ଷଣୀୟ କାର୍ଯ୍ୟକଳାପରେ ଭାଗ ନେବାକୁ ଆହ୍ୱାନ ଦେଉଛି । ଆସନ୍ତୁ ଆମ ଛାତ୍ରଛାତ୍ରୀମାନଙ୍କ ପାଇଁ ଚାପମୁକ୍ତ ପରିବେଶ ସୃଷ୍ଟି କରିବା ଦିଗରେ ମିଳିତ ଭାବରେ କାର୍ଯ୍ୟ କରିବା । #PPC2023”

HS



(Release ID: 1880082) Visitor Counter : 140