ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
କୋଷ୍ଟାରିକା ଚଳଚ୍ଚିତ୍ର ନିର୍ମାତା ଭାଲେଣ୍ଟିନା ମରେଲଙ୍କ ସ୍ପେନୀୟ ଚଳଚ୍ଚିତ୍ର ‘ଆଇ ହାଭ୍ ଇଲେକ୍ଟ୍ରିକ୍ ଡ୍ରିମ୍ସ'କୁ ମିଳିଲା ଗୋଲଡେନ୍ ପିକକ୍ ପୁରସ୍କାର
ପ୍ରାପ୍ତବୟସ୍କ ପଥରେ ପଥିକ ହେବାର ଅବସ୍ଥାକୁ ଚମକପ୍ରଦ ଭାବରେ ଚିତ୍ରଣ କରିବା ନିମନ୍ତେ ଚଳଚ୍ଚିତ୍ର ହେଲା ପୁରସ୍କୃତ
୫୩ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନଜନକ ଗୋଲ୍ଡେନ ପିକକ୍ (ସ୍ବର୍ଣ୍ଣ ମୟୂର) ପୁରସ୍କାର ହାସଲ କରିଛି ସ୍ପେନୀୟ ଚଳଚ୍ଚିତ୍ର ଟେଙ୍ଗୋ ସୁଏନୋସେଲେକ୍ଟ୍ରିକୋସ (ଆଇ ହାଭ ଇଲେକ୍ଟ୍ରିକ୍ ଡ୍ରିମ୍ସ) । ଏହା ଏପରି ଏକ ସିନେମା ଯେଉଁଥିରେ ବର୍ତ୍ତମାନ ଏବଂ ଭବିଷ୍ୟତକୁ ପରଦାରେ ଉତ୍ତାରିବାରେ ନିର୍ମାତା ସକ୍ଷମ ହୋଇଥିବା ବିଚାରକ ମଣ୍ଡଳୀ ବର୍ଣ୍ଣନା କରିଛନ୍ତି। କୋଷ୍ଟାରିକା ଚଳଚ୍ଚିତ୍ର ନିର୍ମାତା ଭାଲେଣ୍ଟିନା ମରେଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଜଣେ ୧୬ ବର୍ଷୀୟା ବାଳିକା ଇଭାଙ୍କର ପ୍ରାପ୍ତବୟସ୍କା ହେବା ଦିଗରେ ଯାତ୍ରାକୁ ଅନ୍ବେଷଣ କରିଥାଏ। ଏହା ଏପରି ଏକ ପ୍ରକ୍ରିୟା ଯାହା କେବଳ ବୟସ ବୃଦ୍ଧି ହେବା ବିଷୟରେ ନୁହେଁ, ବରଂ ଏହାର ଗଭୀରତା ବେଳେବେଳେ କିଛି ନିର୍ଦ୍ଦିଷ୍ଟ ଉପାୟରେ ଲୋକଙ୍କ ମନୋବଳକୁ ଭାଙ୍ଗିପାରେ । ଚଳଚ୍ଚିତ୍ରରେ ଉପସ୍ଥାପିତ ଜୀବନର ଜଟିଳତାର ସଚ୍ଚୋଟ ଚିତ୍ର ବିଷୟରେ କହିବାକୁ ଯାଇ, ବିଚାରକ ମଣ୍ଡଳୀ ଟିପ୍ପଣୀ ଦେଇଛନ୍ତି ଯେ ହିଂସା ଏବଂ ସୌନ୍ଦର୍ଯ୍ୟ, କ୍ରୋଧ ଏବଂ ଅନ୍ତରଙ୍ଗତା ସମପର୍ଯ୍ୟାୟବାଚୀ ହୋଇ ଯାଇଥାଏ ।

‘ଆଇ ହାଭ୍ ଇଲେକ୍ଟ୍ରିକ୍ ଡ୍ରିମ୍ସ\' ଫିଲ୍ମର ଏକ ଦୃଶ୍ୟ
ବେନଏଟ୍ ରୋଲାଣ୍ଡ ଏବଂ ଗ୍ରେଗୋଏର୍ ଡେବେଲିଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର ଲୋକଙ୍କୁ ବିଶ୍ୱର ଅନ୍ୟ ପ୍ରାନ୍ତର କାହାଣୀ ସହିତ ଲୋକମାନଙ୍କୁ ପରିଚିତ କରାଇବାରେ ସାହାଯ୍ୟ କରିପାରିବ ଏବଂ ସଙ୍ଗେ ସଙ୍ଗେ ପାରିବାରିକ ମୂଲ୍ୟବୋଧ କିମ୍ବା ଭାବନା ସହିତ ଯୋଡ଼ି ଦେଇପାରିବ।
ଇରାନର ପ୍ରତିକ୍ରିୟାଶୀଳ / ପଶ୍ଚାତ୍ୟଗାମୀ ସାମାଜିକ-ରାଜନୈତିକ ବ୍ୟବସ୍ଥାର ଏକ ଯାଦୁକରୀ ଏବଂ ସୂକ୍ଷ୍ମ ଚିତ୍ରଣ ନୋ ଏଣ୍ଡ୍ ପାଇଁ ଇରାନର ଲେଖକ ତଥା ନିର୍ଦ୍ଦେଶକ ନାଦେର୍ ସାଇବରଗେଟ୍ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ସିଲଭର ପିକକ୍ (ରୌପ୍ୟ ମୟୂର) ପୁରସ୍କାର ପାଇଛନ୍ତି ।

ତୁର୍କୀର ଚଳଚ୍ଚିତ୍ର ନୋ ଏଣ୍ଡ / ବି ପାୟନ, ଯାହା ଇରାନର ଗୁପ୍ତ ପୁଲିସର କୌଶଳ ଏବଂ ଚାଲବାଜିକୁ ଦର୍ଶାଇଥାଏ । ଏହାର ନିର୍ଦ୍ଦେଶକ ନାଦେର ସାଇବରଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ପାଇଁ ରୌପ୍ୟ ମୟୂର ପୁରସ୍କାର ପ୍ରଦାନ କରାଯାଇଛି । କାହାଣୀଟି ଆୟାଜ୍ ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ ବୟାନ କରିଥାଏ, ଯିଏକି ଜଣେ ସଚ୍ଚୋଟ ବ୍ୟକ୍ତି ଏବଂ ଯିଏ ନିଜ ଘରଟିକୁ ସୁରକ୍ଷିତ ରଖିବା ପାଇଁ ଏକ ନିରାଶାଜନକ ଉଦ୍ୟମ କରି ଗୁପ୍ତ ପୋଲିସ ସହିତ ଏକ ମିଥ୍ୟା କହିବାରେ ସମ୍ପୃକ୍ତ ହୋଇଛନ୍ତି । ପ୍ରକୃତ ଗୁପ୍ତ ପୁଲିସ ଯେତେବେଳେ ଘଟଣାସ୍ଥଳରେ ପ୍ରବେଶ କରିଛନ୍ତି, ସେତେବେଳେ ଘଟଣାଟି ଜଟିଳ ହୋଇ ଯାଇଛି । ପୁରସ୍କାର ଚୟନ ସର୍ବସମ୍ମତ ହୋଇଛି ବୋଲି ଉଲ୍ଲେଖ କରିବାକୁ ଯାଇ ବିଚାରକ ମଣ୍ଡଳୀ କହିଛନ୍ତି ଯେ ଇରାନର ଏହି କାହାଣୀ ଅତ୍ୟଧିକ ପ୍ରତିକ୍ରିୟାଶୀଳ ସାମାଜିକ-ରାଜନୈତିକ ବ୍ୟବସ୍ଥାକୁ ଏକ ଯାଦୁକରୀ ସୂକ୍ଷ୍ମ ବର୍ଣ୍ଣନାତ୍ମକ ଶୈଳୀରେ ଉପସ୍ଥାପନ କରିଛି ।
ନୋ ଏଣ୍ଡ୍ର ମୁଖ୍ୟ ଅଭିନେତା ୱାହିଦ ମୋବାସେରୀଙ୍କୁ କାହାଣୀକାରଙ୍କୁ ଯନ୍ତ୍ରଣା ଦେଇଥିବା ଅନୁଭବଗୁଡ଼ିକର ଜଟିଳତାକୁ ଉତମ ଭାବରେ ରୂପାନ୍ତରିତ କରିଥିବା ଯୋଗୁଁ ଶ୍ରେଷ୍ଠ ଅଭିନେତା (ପୁରୁଷ) ବର୍ଗରେ ରୌପ୍ୟ ମୟୂର ପୁରସ୍କାରରେ ସମ୍ମାନିତ କରାଯାଉଛି ।
ନାଦେର ସେଇଭାରଙ୍କ ଦ୍ୱାରା ନିର୍ଦ୍ଦେଶିତ ନୋ ଏଣ୍ଡ୍ରେ ଆୟାଜିନ୍ ଚରିତ୍ରକୁ ଉତ୍କୃଷ୍ଟ ଭାବରେ ପ୍ରସ୍ଫୁଟିତ କରି ପାରିଥିବାରୁ ୱାହିଦ ମୋବାସେରୀଙ୍କୁ ବିଚାରକ ମଣ୍ଡଳୀ ସର୍ବସମ୍ମତିକ୍ରମେ ଶ୍ରେଷ୍ଠ ଅଭିନେତା ପୁରସ୍କାର ନିମନ୍ତେ ଚୟନ କରିଛନ୍ତି । ବିଚାରକ ମଣ୍ଡଳୀଙ୍କ ମତରେ ୱାହିଦ୍ଙ୍କୁ ଏହି ପୁରସ୍କାରଟି ‘ଏହି କଳାକାର କିପରି କୌଣସି ଶବ୍ଦ ଉଚ୍ଚାରଣ ନ କରି, ଏବଂ କେବଳ ନିଜର ମୁଖମଣ୍ଡଳ ଜରିଆରେ ସ୍ୱଳ୍ପ ଅଙ୍ଗଭଙ୍ଗୀ ମାଧ୍ୟମରେ ମୁଖ୍ୟ ଚରିତ୍ରକୁ ଅନୁଭବଗୁଡ଼ିକର ଜଟିଳତା କିପରି ନିର୍ଯାତିତ କରୁଛି, ତାକୁ ସୁସ୍ପଷ୍ଟ ଭାବରେ ଅଭିନୟ କରି ପ୍ରଦର୍ଶିତ କରିଛନ୍ତି ।’ ଏକ ପ୍ରତିବାଦକାରୀ ଡ୍ରାମାରେ, ଜଣେ ସାଧାରଣ ସଚ୍ଚୋଟ ନାଗରିକ ଦର୍ଶକଙ୍କ ମନରେ ଦମ୍ଭ ପୂର୍ବକ ବୃଦ୍ଧି ପାଇଥାଏ- ଜଣେ ନିଃସହାୟ, ସନ୍ଦେହୀ- ଅଣନିଃଶ୍ୱାସୀ ଭାବରେ ବିପଦଗ୍ରସ୍ତ ସାଧାରଣ ଇରାନୀୟଟିଏ ।
ସର୍ବଶ୍ରେଷ୍ଠ ଫିଲ୍ମ ‘ଆଇ ହାଭ୍ ଇଲେକ୍ଟ୍ରିକ୍ ଡ୍ରିମ୍ସ’ର ମୁଖ୍ୟ ଅଭିନେତ୍ରୀ ଡାନିଏଲା ମେରିନ୍ ନାଭାରୋଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ରୌପ୍ୟ ମୟୂର ପ୍ରଦାନ କରାଯାଉଛି ।
ଡାନିଏଲା ମେରିନ୍ ନାଭାରୋ, ୧୯-ବର୍ଷୀୟା ନବାଗତା ଅଭିନେତ୍ରୀ ଯିଏକି ସ୍ପେନୀୟ ଫିଲ୍ମ ‘ଆଇ ହାଭ୍ ଇଲେକ୍ଟ୍ରିକ୍ ଡ୍ରିମ୍ସ’ରେ ୧୬-ବର୍ଷ ବୟସ୍କ-ଝିଅ ଇଭାର ଭୂମିକାରେ ଅଭିନୟ କରିଛନ୍ତି, ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନିତ କରାଯାଇଛି । ପ୍ରଶଂସା ପତ୍ରରେ ବିଚାରକ ମଣ୍ଡଳୀର ସଦସ୍ୟମାନେ ଉଲ୍ଲେଖ କରିଛନ୍ତି ଯେ ଡାନିଏଲାଙ୍କୁ ପ୍ରାପ୍ତବୟସ ହେବାର କଷ୍ଟକର ବୟସରେ ଅତ୍ୟନ୍ତ ନିଚ୍ଛକ ହୋଇଥିବା ସରଳତାରେ ଭରପୂର ତାଙ୍କର ଚରିତ୍ରକୁ ଯେଭଳି ସହଜ, ସତେଜତା ଏବଂ ବିଶ୍ୱସନୀୟତାର ସହିତ ସେ ନିର୍ବାହ କରି ପାରିଛନ୍ତି ତାହାର ସ୍ୱୀକୃତି ନିମନ୍ତେ ମନୋନିତ କରାଯାଇଛି । ଉଲ୍ଲେଖନୀୟ ଭାବରେ ଡାନିଏଲାଙ୍କର ଏହି ଫିଲ୍ମରେ ଅଭିନୟ ତାଙ୍କ ପାଇଁ ଲୋକାର୍ଣ୍ଣୋ ଆନ୍ତର୍ଜାତୀୟ ଫିଲ୍ମ ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମଧ୍ୟ ଅର୍ଜନ କରି ଆଣିଛି ।
ଫିଲିପାଇନସ୍ର ଫିଲ୍ମ ନିର୍ମାତା ଲାଭ୍ ଡିଆଜ୍ ହ୍ୱେନ୍ ଦ ୱେଭସ୍ ଆର୍ ଗନ୍ / କାପାଗ୍ୱାଲାନାଙ୍ଗମାଗାଲୋନ୍ ଫିଲ୍ମ ନିମନ୍ତେ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀ ପୁରସ୍କାର ଲାଭ କରିଛନ୍ତି ।

ଆଇଏଫ୍ଏଫ୍ଆଇ ୫୩ ବିଶେଷ ବିଚାରକ ମଣ୍ଡଳୀ ପୁରସ୍କାର ଫିଲିପାଇନସ୍ ଫିଲ୍ମ ନିର୍ମାତା ଲାଭ୍ ଡିଆଜ୍ଙ୍କ ଦ୍ୱାରା ନିର୍ମିତ ହ୍ୱେନ୍ ଦ ୱେଭସ୍ ଆର୍ ଗନ୍କୁ ମିଳିଛି । ବିଚାରକ ମଣ୍ଡଳୀ ଉଲ୍ଲେଖ କରିଛନ୍ତି ଯେ ‘ଫିଲ୍ମଟି ଚାକ୍ଷୁସ କାହାଣୀ କଥନର ଉଦାହରଣକୁ ଉପସ୍ଥାପନ କରିଛି, ଯେଉଁଠି ଶବ୍ଦଗୁଡ଼ିକର ସର୍ବନିମ୍ନ ବ୍ୟବହାର ହୋଇଛି, ଅଥଚ ଭାବାବେଗଗୁଡ଼ିକ, ବିଶେଷକରି କ୍ରୋଧକୁ, ସର୍ବାଧିକ ପରିମାଣରେ ପ୍ରଦର୍ଶିତ କରାଯାଇଛି ।’
ଜଣେ ନିର୍ଦ୍ଦେଶକଙ୍କର ସର୍ବଶ୍ରେଷ୍ଠ ପ୍ରଥମ ଫିଲ୍ମ ପୁରସ୍କାରଟି ବିହାଇଣ୍ଡ୍ ଦ ହେଷ୍ଟାକସ୍ ପାଇ ଅସିମୀନା ପ୍ରୋଡେରୁଙ୍କୁ ପ୍ରଦାନ କରାଯାଇଛି ।

ବନ୍ଦୀ ସିନେମା ନିମନ୍ତେ ପ୍ରବୀଣ କାନ୍ଦ୍ରେଗୁଲା ବିଶେଷ ଉଲ୍ଲେଖ ଗ୍ରହଣ କରିଛନ୍ତି ।

ନିର୍ଦ୍ଦେଶକ, ଲେଖକ ଏବଂ ସିନେମାଟୋଗ୍ରାଫର ପ୍ରବୀଣ କାନ୍ଦ୍ରେଗୁଲା ବିଚାରକ ମଣ୍ଡଳୀଙ୍କ ଦ୍ୱାରା ତାଙ୍କର ଫିଲ୍ମ ସିନେମା ବନ୍ଦୀ ପାଇଁ ବିଶେଷ ଉଲ୍ଲେଖ ହାସଲ କରିଛନ୍ତି ଯାହାର କାହାଣୀ ଏକ ଗରିବ ଏବଂ ସଂଘର୍ଷରତ ଅଟୋ ଚାଳକ ଉପରେ ପର୍ଯ୍ୟବସିତ ଯିଏକି ଏକ ପଡ଼ିଥିବା ଦାମୀ କ୍ୟାମେରାକୁ ପାଇଛି, ଯାହା ତାକୁ ଜଣେ ଅଟୋ-ଚାଳକରୁ ଫିଲ୍ମ-ନିର୍ମାତା ହେବାର ଯାତ୍ରା ପଥରେ ପଥିକ କରାଇଛି । ବିଚାରକ ମଣ୍ଡଳୀ ଉଲ୍ଳେଖ କରିଛନ୍ତି ଯେ ଏହି ଫିଲ୍ମ ଭାରତରେ ସିନେମା ପାଇଁ ରହିଥିବା ଆବେଗକୁ ବର୍ଣ୍ଣନା କରିଛି ।
****
SSP
(Release ID: 1879650)
Visitor Counter : 211
Read this release in:
English
,
Urdu
,
Hindi
,
Marathi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam