ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଲି ଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 16 NOV 2022 3:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଲି ଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ମାନନୀୟ ଋଷି ସୁନକଙ୍କୁ ଭେଟିଛନ୍ତି ।

ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା । ଦାୟିତ୍ୱ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ସୁନକଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଦୁଇ ନେତା ବିସ୍ତୃତ ଭାରତ- ବ୍ରିଟେନ ବ୍ୟାପକ ରଣନୈତିକ ଭାଗିଦାରୀ ଓ ଭବିଷ୍ୟତ ସମ୍ପର୍କ ପାଇଁ ପ୍ରସ୍ତୁତ ରୋଡମ୍ୟାପ ୨୦୩୦ର ପ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଜି-୨୦ ଓ ରାଜ୍ୟଗୋଷ୍ଠୀ ସହିତ ଦ୍ୱିପାକ୍ଷିକ ଓ ବହୁପକ୍ଷୀୟ ଫୋରମରେ ମିଳିତ ଭାବେ କାର୍ଯ୍ୟ କରିବାର ଗୁରୁତ୍ୱକୁ ଉଭୟ ନେତା ପ୍ରଶଂସା କରିଛନ୍ତି ।

ବୈଠକରେ ପାରସ୍ପରିକ ସହଯୋଗର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଯଥା ବାଣିଜ୍ୟ, ଗତିଶୀଳତା, ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଛି । 

 

SR



(Release ID: 1876592) Visitor Counter : 111