ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାଲିରେ ଜି-20 ଶିଖର ସମ୍ମିଳନୀ ଅବସରରେ ହେନ୍ତାଳ ବନ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
प्रविष्टि तिथि:
16 NOV 2022 10:12AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି-20 ର ଅନ୍ୟ ନେତାମାନଙ୍କ ସହିତ ଆଜି ବାଲିରେ ଜି-20 ଶିଖର ସମ୍ମିଳନୀ ଅବସରରେ ‘‘ତମନ୍ ହୁଟାନ୍ ରାୟା ନଗୁରାହ ରାୟ’ ହେନ୍ତାଳ ବନ ପରିଦର୍ଶନ କରିଛନ୍ତି ଓ ସେଠାରେ ଗଛ ଲଗାଇଛନ୍ତି।
ମ୍ୟାନଗ୍ରୁଭ୍ ବିଶ୍ବ ସଂରକ୍ଷଣ ପ୍ରୟାସରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥାଏ। ଭାରତ ଇଣ୍ଡୋନେସିଆର ଜି-20 ଅଧ୍ୟକ୍ଷତା ଅନ୍ତର୍ଗତ ମ୍ୟାନଗ୍ରୁଭ୍ ଆଲାଏନ୍ସ ଫର୍ କ୍ଲାଇମେଟ୍ (ଏମଏସି), ଯାହାକି ଇଣ୍ଡୋନେସିଆ ଏବଂ ୟୁଏଇର ମିଳିତ ଉଦ୍ୟମ ଅଟେ, ରେ ସାମିଲ୍ ହୋଇଛନ୍ତି।
ଭାରତରେ 5000 ବର୍ଗ କିଲୋମିଟରରେ ପରିବ୍ୟାପ୍ତ ମ୍ୟାନଗ୍ରୁଭର 50 ରୁ ଅଧିକ ପ୍ରଜାତି ଦେଖା ଯାଇଥାଏ। ଭାରତ ମ୍ୟାନଗ୍ରୁଭର ସଂରକ୍ଷଣ ଏବଂ ତାହାର ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରୁଛି ଯାହା ଜୈବ ବିବିଧତାର ସମୃଦ୍ଧ ସ୍ଥଳ ଅଟେ ଏବଂ ଫଳପ୍ରଦ କାର୍ବନ୍ ସିଙ୍କ ଭାବରେ କାର୍ଯ୍ୟ କରେ।
BS
(रिलीज़ आईडी: 1876423)
आगंतुक पटल : 178
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam