ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆନ୍ଧ୍ରପ୍ରଦେଶରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ୧ଠ,୫ଠଠ କୋଟିରୁ ଅଧିକ ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି

“ଆନ୍ଧ୍ର ପ୍ରଦେଶର ଜନସାଧାରଣ ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ସୁନାମ ଅର୍ଜନ କରିଛନ୍ତି”

“ବିକାଶର ରାସ୍ତା ବହୁମୁଖୀ ଓ ଗତିଶୀଳ । ଏହା ସାଧାରଣ ନାଗରିକଙ୍କ ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ଭବିଷ୍ୟତର ଭିତ୍ତିଭୂମି ନିମନ୍ତେ ରୋଡମ୍ୟାପ ଦେଇଥାଏ”

“ଆମର ଲକ୍ଷ୍ୟ ହେଉଛି ସାମଗ୍ରିକ ଅଭିବୃଦ୍ଧି ଓ ବିକାଶ”

“ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ ଭିତ୍ତିଭୂମି ନିର୍ମାଣ ଗତି ତ୍ୱରାନ୍ୱିତ କରିବା ସହ ପ୍ରକଳ୍ପ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି”

“ପ୍ରଥମ ଥର ନିମନ୍ତେ ନୀଳ ଅର୍ଥନୀତି ଅଗ୍ରାଧିକାର ପାଇଛି”

Posted On: 12 NOV 2022 12:16PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୨.୧୧.୨ଠ୨୧) ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ୧ଠ,୫ଠଠ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କିପରି ବିପ୍ଳବୀ ଭିରତୁ ଆଲୁରୁ ସୀତାରାମରାଜୁଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ଆନ୍ଧ୍ର ପ୍ରଦେଶ ଆସିବାର ସୁଯୋଗ ପାଇଥିବାରୁ ତାହାର ସ୍ମରଣ କରି ତାଙ୍କ ଉଦବୋଧନ ଆମ୍ଭ କରିଥିଲେ । ବାଣିଜ୍ୟ ଓ ବ୍ୟବସାୟର ସମୃଦ୍ଧ ପରମ୍ପରା ନେଇ ବିଶାଖାପାଟଣା ଏକ ସ୍ୱତନ୍ତ୍ର ନଗରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରାଚୀନ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦର ଭାବେ ଏହାର ବାଣିଜ୍ୟ ପଥ ପଶ୍ଚିମ ଏସିଆ ଓ ରୋମ ପର୍ଯ୍ୟନ୍ତ ହଜାର ହଜାର ବର୍ଷ ପୂର୍ବରୁ ରହିଥିଲା ଓ ଏବେ ମଧ୍ୟ ଆଜିକାଲିର ଭାରତୀୟ ବାଣିଜ୍ୟ ଯାତ୍ରାର କେନ୍ଦ୍ରବିନ୍ଦୁ ରହିଛି । ୧ଠ,୫ଠଠ କୋଟି ଟଙ୍କାର ଯେଉଁସବୁ ଶିଳାନ୍ୟାସ ଓ ଉଦଘାଟନ ହେଉଛି ଏହା ଭିତ୍ତିଭୂମି ବିକାଶ, ସହଜ ଜୀବନଧାରା ଆତ୍ମନିର୍ଭର ଭାରତକୁ ଏକ ନୂତନ ଗତି ଦେବା ସହ ବିଶାଖାପାଟଣା ଓ ଆନ୍ଧ୍ର ପ୍ରଦେଶବାସୀଙ୍କ ଆଶା ଆକାଂକ୍ଷା ପୂରଣର ମାଧ୍ୟମ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କ ନାମ ସ୍ୱତନ୍ତ୍ର ଭାବେ ଉଠାଇ ତାଙ୍କର ଆନ୍ଧ୍ର ପ୍ରଦେଶ ପ୍ରତି ସ୍ନେହ ଓ ଉତ୍ସର୍ଗୀକୃତ ମନୋଭାବର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ ।

ସେ ଶିକ୍ଷା ହେଉ ବା ଔଦ୍ୟୋଗିକତା, ପ୍ରଯୁକ୍ତି କିମ୍ବା ମେଡିକାଲ ପେଶା, ଆନ୍ଧ୍ର ପ୍ରଦେଶର ଜନସାଧାରଣ ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ପୁଣି କହିଥିଲେ ଯେ ଏ ସ୍ୱୀକୃତି କେବଳ ବୃତ୍ତିଗତ ଯୋଗୁ ନୁହେଁ, ଏହା ଆନ୍ଧ୍ର ପ୍ରଦେଶବାସୀଙ୍କ ଖୁସିବାସିଆ ମନୋବୃତ୍ତି ଯୋଗୁ ହୋଇଛି । ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ବା ଲୋକାର୍ପଣ ହୋଇଛି ସେଥିନେଇ ପ୍ରଧାନମନ୍ତ୍ରୀ ଆନଂଦ ପ୍ରକଟ କରିବା ସହ ଏହା ରାଜ୍ୟର ବିକାଶକୁ ଆଗକୁ ବଢ଼ାଇବ ବୋଲି କହିଥିଲେ ।

ଏହି ‘ଅମୃତ କାଳରେ’ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏକ ବିକଶିତ ଭାରତ ପାଇଁ ଦେଶ ଦ୍ରୁତ ଗତିରେ ବିକାଶ ପଥରେ ଅଗ୍ରସର ହେଉଛି ।” ବିକାଶର ପଥ ବହୁ ଆକାରଯୁକ୍ତ ହୋଇଥିବାରୁ ଏହା ସାଧାରଣ ନାଗରିକଙ୍କ ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ଆଗୁଅ ଭିତ୍ତିଭୂମିର ଏକ ରୋଡମ୍ୟାପ ମଧ୍ୟ ପ୍ରଦାନ କରିଥାଏ ବୋଲି ଶ୍ରୀ ମୋଦୀ କହିଥିଲେ । ସେ ସରକାରଙ୍କ ସାମଗ୍ରିକ ଅଭିବୃଦ୍ଧି ଦୃଷ୍ଟିଭଙ୍ଗୀ ରହିଛି ବୋଲି କହିଥିଲେ । ପୂର୍ବତନ ସରକାରଙ୍କ ଭିତ୍ତିଭୂମି କ୍ଷେତ୍ରରେ ଖାପଛଡ଼ା ପଦକ୍ଷେପର ସେ ସମାଲୋଚନା କରିବା ସହ ରଣନୀତିକ ବାବଦ ଖର୍ଚ୍ଚ ବୃଦ୍ଧି ପାଇଛି ଓ ଯୋଗାଣ ବ୍ୟବସ୍ଥା ମଧ୍ୟ ବ୍ୟାହତ ହୋଇଛି ବୋଲି କହିଥିଲେ । ସରକାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ନୂତନ ଦୃଷ୍ଟିଭଙ୍ଗୀ ଦେଇଛନ୍ତି । କାରଣ ଯୋଗାଣ ବ୍ୟବସ୍ଥା ଓ ରଣନୀତି ବହୁମୁଖୀ ସଂଯୋଗୀକରଣ ମଡେଲ ଦ୍ୱାରା ବିକାଶକୁ ସମନ୍ୱିତ ଢଙ୍ଗରେ ଦେଖିଥାଏ । ଆଜିର ପ୍ରକଳ୍ପର ସମନ୍ୱିତ ବିକାଶର ଏକ ଦୃଷ୍ଟାନ୍ତ ଦେଇ ପ୍ରଧାନମନ୍ତ୍ରୀ ପ୍ରସ୍ତାବିତ ଆର୍ଥିକ କରିଡରର ଛଅ ଲେନଯୁକ୍ତ ରାସ୍ତା, ବନ୍ଦର ସଂଯୋଗୀକରଣ ପାଇଁ ପୃଥକ ରାସ୍ତା, ବିଶାଖପାଟଣା ରେଳ ଷ୍ଟେସନରେ ସୌନ୍ଦର୍ଯ୍ୟକରଣ ଓ ଅତ୍ୟାଧୁନିକ ମାଛଧରା ବନ୍ଦର ବିଷୟରେ କହିଥିଲେ । ଏହି ସମନ୍ୱିତ ବିକାଶ ଶ୍ରେୟ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନକୁ ଯାଉଥିବା ବେଳେ ଏହା କେବଳ ଭିତ୍ତିଭୂମି ନିର୍ମାଣ ଗତିକୁ ତ୍ୱରାନ୍ୱିତ କରେ ନାହିଁ, ବରଂ ପ୍ରକଳ୍ପ ବାବଦ ଖର୍ଚ୍ଚ ହ୍ରାସ କରିଛି ବୋଲି ସେ କହିଥିଲେ । “ମଲ୍ଟି ମଡେଲ ପରିବହନ ବ୍ୟବସ୍ଥା ପ୍ରତ୍ୟେକ ସହରର ଭବିଷ୍ୟତ ଓ ବିଶାଖାପାଟଣା ଏ ଦିଗରେ ପଦକ୍ଷେପ ନେଇଛି” ବୋଲି ସେ କହିଥିଲେ । ନୂତନ ଗତି ଓ ଶକ୍ତି ସହ ଆନ୍ଧ୍ର ପ୍ରଦେଶ ଓ ଏହାର ଉପକୂଳ ଅଞ୍ଚଳ ବିକାଶ ପଥରେ ଆଗେଇ ଚାଲିବ ।

ପ୍ରଧାନମନ୍ତ୍ରୀ ବୈଶ୍ୱିକ ଜଳବାୟୁ ସମସ୍ୟା କଥା କହି ଶକ୍ତି ଆବଶ୍ୟକତାରେ ଯୋଗାଣ ବ୍ୟବସ୍ଥାର ବାଧାବିଘ୍ନ ଉପରେ ଆଲୋକପାତ କରିଥିଲେ । ତେବେ ଭାରତ ଏହି କଠିନ ସମୟରେ ମଧ୍ୟ ବିକାଶର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଥିଲେ । ବିଶ୍ୱ ଏହାକୁ ସ୍ୱୀକୃତି ଦେଇଛି ଓ ବିଶେଷଜ୍ଞମାନେ ଭାରତର ସଫଳତାକୁ ପ୍ରଶଂସା କରୁଛନ୍ତି । “ସମଗ୍ର ପୃଥିବୀ ନିମନ୍ତେ ଭାରତ ଆଶାର କେନ୍ଦ୍ରବିନ୍ଦୁ ପାଲଟିଛି” ବୋଲି ସେ କହିଥିଲେ । ଏହା ସମ୍ଭବ ହେଉଛି କାରଣ “ଏହାର ନାଗରିକମାନଙ୍କ ଆଶା ଆକାଂକ୍ଷାକୁ ଆଖି ଆଗରେ ରଖି କାର୍ଯ୍ୟ କରୁଛି । ପ୍ରତ୍ୟେକ ନୀତି ଓ ନିଷ୍ପତ୍ତି ସାଧାରଣ ନାଗରିକଙ୍କ ଜୀବନ ଗଢ଼ିବା ପାଇଁ ଉଦ୍ଦିଷ୍ଟ ।” ଭାରତରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ପିଏଲଆଇ ଯୋଜନା, ଆଇବିସି ଓ ଜାତୀୟ ଭିତ୍ତିଭୂମି କାରଣଗୁଡ଼ିକ ମୁଖ୍ୟ ବୋଲି ସେ କହିଥିଲେ । ଏଥିସହ ଗରିବ କଲ୍ୟାଣ ନିମନ୍ତେ ଯୋଜନାମାନ ମଧ୍ୟ ସମ୍ପ୍ରସାରିତ ହେଉଛି । “ଆଗରୁ ଅଣଦେଖା ଭାବେ ରହିଯାଇଥିବା ଅଂଚଳଗୁଡ଼ିକ ନିମନ୍ତେ ଆଜି ଏହି ବିକାଶ ଯାତ୍ରାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏପରିକି ସବୁଠାରୁ ଅନଗ୍ରସର ଜିଲ୍ଲାଗୁଡ଼ିକରେ ମଧ୍ୟ ଆକାଂକ୍ଷିତ ଜିଲ୍ଲା କାର୍ଯ୍ୟକ୍ରମ ଜରିଆରେ ବିକାଶ ଯୋଜନାମାନ କାର୍ଯ୍ୟକାରୀ ହେଉଛି” ବୋଲି ସେ କହିଥିଲେ । ଗତ ଅଢ଼େଇ ବର୍ଷ ଧରି ଲୋକାମାନଙ୍କୁ ମାଗଣା ରାସନ, ପ୍ରତି କୃଷକ ବ୍ୟାଙ୍କ ଖାତାକୁ ବାର୍ଷିକ ଛଅ ହଜାର ଲେଖାଏଁ ଟଙ୍କା ଏବଂ ଡ୍ରୋନ ସୁଗମତା ଓ ଷ୍ଟାର୍ଟଅପ ସମ୍ପର୍କୀୟ ସୁବିଧା ବିଷୟରେ ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ଲକ୍ଷ୍ୟ ହାସଲର ଗୁରୁତ୍ୱ ଉପରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଆନ୍ଧ୍ର ପ୍ରଦେଶରେ ଆଧୁନିକ ପ୍ରଯୁକ୍ତିଜ୍ଞାନ ଜରିଆରେ ଗଭୀର ଜଳରୁ ଶକ୍ତି ଆହରଣର ଉଦାହରଣ ଦେଇଥିଲେ । ସେ ସରକାରଙ୍କ ନୀଳ ଅର୍ଥନୀତି ଉପରେ ପ୍ରାଧାନ୍ୟ ବିଷୟ ଉତଥାପନ କରିଥିଲେ । “ପ୍ରଥମ ଥର ପାଇଁ ନୀଳ ଅର୍ଥନୀତିକୁ ପ୍ରାଧାନ୍ୟ ଦିଆଯାଉଛି” ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ସେ ମତ୍ସ୍ୟଜୀବୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ଓ ବିଶାଖପାଟଣା ମାଛଧରା ବଂଦରର ବିକାଶ ଯାହା ଆଜିଠାରୁ ଆରମ୍ଭ ହୋଇଛି ସେ ସବୁ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଉଦବୋଧନ ସମାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏକବିଂଶ ଶତାବ୍ଦୀର ଭାରତ ବିକାଶର ସାମଗ୍ରିକ ଚିନ୍ତାଧାରାକୁ ତୃଣମୂଳସ୍ତରରେ ପହଞ୍ଚାଇଛି ।” ଦେଶର ବିକାଶ ଯାତ୍ରାରେ ଆନ୍ଧ୍ର ପ୍ରଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

ଆନ୍ଧ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ୱାଇଏସଆର ଜଗନ ରେଡ୍ଡୀ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ସଂସଦ ସଦସ୍ୟ, ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦ ସଦସ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି:

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶାଖପାଟଣା ରେଳ ଷ୍ଟେସନର ପୁନର୍ବିନ୍ୟାସ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରାୟ ୪୫ଠ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟ ସମ୍ପନ୍ନ ହେବ । ଏହି ପୁନଃବିକଶିତ ଷ୍ଟେସନ ଦୈନିକ ୭୫ ହଜାର ଯାତ୍ରୀ ଯାତାୟାତ କରିବା ସହ ସେମାନଙ୍କୁ ଆଧୁନିକ ସୁବିଧା ସୁଯୋଗ ମିଳିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ବିଶାଖପାଟଣା ମାଛଧରା ବନ୍ଦର ଆଧୁନିକୀକରଣ ଓ ଉନ୍ନତିକରଣର ଆଧାରଶିଳା ସ୍ଥାପନ କରିଥିଲେ । ଏହି ପ୍ରକଳ୍ପ ବାବଦ ପ୍ରାୟ ୧୫ଠ କୋଟି ଟଙ୍କା ଖର୍ଚ୍ଚ ହେବ । ଆଧୁନିକୀକରଣ ପରେ ଏହି ବାବଦର ଦୈନିକ କ୍ଷମତା ଦ୍ୱିଗୁଣିତ ହୋଇ ଦୈନିକ ୧୫ଠ ଟନରୁ ୩ଠଠ ଟନକୁ ବୃଦ୍ଧି ପାଇବ ।

ସେ ମଧ୍ୟ ଛଅ ଲେନ ବିଶିଷ୍ଟ ରାୟପୁର-ବିଶାଖପାଟଣା ଆର୍ଥିକ କରିଡର ଶିଳାନ୍ୟାସ କରିଥିଲେ । ଏ ବାବଦ ପ୍ରାୟ ୩୭୫ଠ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଏହି ଆର୍ଥିକ କରିଡର କୋଲକାତା-ଚେନ୍ନାଇ ଜାତୀୟ ରାଜପଥରେ ଛତିଶଗଡ଼ ଏବଂ ଓଡ଼ିଶାରୁ ବିଶାଖପାଟଣା ବଂଦର ସହ ସଂଯୋଗୀକରଣରେ ଉନ୍ନତି ଆଣିବ । ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାର ଆଦିବାସୀ ଅନଗ୍ରସର ଅଞ୍ଚଳ ସହ ସଂଯୋଗୀକରଣରେ ମଧ୍ୟ ଉନ୍ନତି ଘଟିବ । ପ୍ରଧାନମନ୍ତ୍ରୀ ମଧ୍ୟ ବଂଦର ରାସ୍ତା କନସେଣ୍ଟ ଜଙ୍କସନରୁ ବିଶାଖପାଟଣାର ଶୀଲା ନଗର ମଧ୍ୟରେ ସଡ଼କର ଶିଳାନ୍ୟାସ କରିଥିଲେ । ଏହି ସଡ଼କ ପଥ ନିର୍ମାଣ ଯୋଗୁ ବିଶାଖାପାଟଣା ନଗରୀ ଓ ବନ୍ଦର ରୋଡ ମଧ୍ୟରେ ଯାନବାହନ ଭିଡ଼ ହ୍ରାସ ପାଇବ । ଶ୍ରୀକାକୁଲମ-ଗଜପତି କରିଡର ଅନ୍ତର୍ଗତ ନରାସନପେଣ୍ଟା-ପଥପାଟନମ ୩୨୬ଏ ଜାତୀୟ ରାଜପଥକୁ ମଧ୍ୟ ସେ ଉଦେ୍ଦଶ୍ୟରେ ଉତ୍ସର୍ଗ କରିଥିଲେ । ପ୍ରାୟ ୨ଠଠ କୋଟିରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ଏହି ରାଜପଥ ଯୋଗୁ ସେ ଅଞ୍ଚଳରେ ସଂଯୋଗୀକରଣ ସୁଗମ ହେବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଆନ୍ଧ୍ର ପ୍ରଦେଶରେ ଓଏନଜିସିର ୟୁ-ଫିଲ୍ଡ ଅନସୋର ଡିପୱାଟର ବ୍ଲକ ପ୍ରକଳ୍ପ ମ୍ୟଧ୍ୟ ଜାତି ଉଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ପ୍ରକଳ୍ପ ବାବଦ ୨୯ଠଠ କୋଟିରୁ ଊଦ୍ଧ୍ୱର୍ ଟଙ୍କା ବ୍ୟୟ ହୋଇଛି । ଏହା ହେଉଛି ଗଭୀରତମ ଗ୍ୟାସ ଉତ୍ତୋଳନ ପ୍ରକଳ୍ପ । ଏଥିରୁ ଦୈନିକ ପ୍ରାୟ ତିନି ନିୟୁତ ମେଟ୍ରିକ ଷ୍ଟାଣ୍ଡାର୍ଡ ଘନମିଟର (ଏମଏମଏସସିଏମଡି) ଗ୍ୟାସ ଉତ୍ତୋଳନ ହେବ । ସେ ମଧ୍ୟ ଶ୍ରୀକାକୁଲମ-ଅନଗୁଲ୍ ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଗେଲର ଏହି ପ୍ରକଳ୍ପକରୁ ୬.୬୫, ଏମଏମଏସସିଏମଡି ଗ୍ୟାସ ଉତ୍ତୋଳନ ହେବ । ୨୬୫ଠ କୋଟି ଟଙ୍କା ବ୍ୟୟରେ ଏହି ୭୪୫ କିଲୋମିଟର ଦୀର୍ଘ ପାଇପଲାଇନ ନିର୍ମିତ ହେବ । ପ୍ରାକୃତିକ ଗ୍ୟାସ ଗ୍ରୀଡ଼ର ଅଂଶ ଭାବେ ଏହି ପାଇପଲାଇନ ଘର, ଶିଳ୍ପ, ବାଣିଜି୍ୟକ ସଂସ୍ଥା ଓ ଯାନବାହନ କ୍ଷେତ୍ରକୁ ପ୍ରାକୃତିକ ଗ୍ୟାସ ଯୋଗାଇଦେବେ । ଏହା ଦ୍ୱାରା ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ଉପରୋକ୍ତ କ୍ଷେତ୍ର ଉପକୃତ ହେବେ । ଏହି ପାଇପଲାଇନ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଓ ବିଜୟନଗରମ ଜିଲ୍ଲାର ନଗର ଗ୍ୟାସ ବିତରଣ ସଂସ୍ଥାଗୁଡ଼ିକୁ ପ୍ରାକୃତିକ ଗ୍ୟାସ ଯୋଗାଇବ ।

 

SM/MB



(Release ID: 1875494) Visitor Counter : 206