ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିଓପି ୨୭ରେ ମ୍ୟାନ୍‌ଗ୍ରୁଭ୍ ଆଲାଏନ୍ସ ଫର କ୍ଲାଇମେଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କର ବକ୍ତବ୍ୟ


କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ଇଜିପ୍ଟ ଠାରେ ସିଓପି ୨୭ରେ ଜଳବାୟୁ ପାଇଁ ହେନ୍ତାଳ ବଣର ସହବନ୍ଧନ (ମ୍ୟାନ୍‌ଗ୍ରୁଭ୍ ଆଲାଏନ୍ସ ଫର କ୍ଲାଇମେଟ୍ - ଏମ୍‌ଏସି) କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି

Posted On: 08 NOV 2022 9:53PM by PIB Bhubaneshwar

ପ୍ରମୁଖ ବିଷୟବସ୍ତୁ :

ଏମ୍‌ଏସିର ପଦକ୍ଷେପ ହେନ୍ତାଳ ବଣର ବିଶ୍ୱ ସ୍ତରୀୟ କାରଣକୁ ଆଗକୁ ନେବା ପାଇଁ ବିଶ୍ୱକୁ ଏକତ୍ରିତ କରିଥାଏ ।

ବିଶ୍ୱ ସ୍ତରୀୟ ଜ୍ଞାନର ଆଧାରରେ ହେନ୍ତାଳ ବଣ  ପୁନରୁଦ୍ଧାରରେ ଭାରତର ବ୍ୟାପକ ଅଭିଜ୍ଞତା ରହିଛି ।

ହେନ୍ତାଳ ବଣକୁ ଜାତୀୟ ଆର୍‌ଇଡିଡି + କାର୍ଯ୍ୟକ୍ରମରେ ସାମିଲ କରିବା ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା ।

କେନ୍ଦ୍ର ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ଜଳବାୟୁ ପାଇଁ ହେନ୍ତାଳ ବଣର ସହବନ୍ଧନ (ମ୍ୟାନ୍‌ଗ୍ରୁଭ୍ ଆଲାଏନ୍ସ ଫର କ୍ଲାଇମେଟ୍ - ଏମ୍‌ଏସି) ର ଶୁଭାରମ୍ଭ ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଇଜିପ୍ଟର ଶର୍ମ ଏଲ୍‌-ଶେଖରେ ଚାଲିଥିବା ସିଓପି ୨୭ ରେ ପାର୍ଶ୍ୱବର୍ତୀ କାର୍ଯ୍ୟକ୍ରମ ଭାବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଭୁପେନ୍ଦର ଯାଦବ କହିଥିଲେ ଯେ :

"ମୁଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଜଳବାୟୁ ପରିବର୍ତ୍ତନ  ଏବଂ ପରିବେଶ ମନ୍ତ୍ରୀ, ମାନନୀୟ ମାରିଅମ୍ ବିଂଟ ମହମ୍ମଦ ଆଲମ୍‌ହେରି, ଏବଂ ଇେଣ୍ଡୋନେସିଆର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ମାନନୀୟ ସିତି ନୁରବାୟା ବାକରଙ୍କୁ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବାରୁ ଧନ୍ୟବାଦ ଜଣାଉଛି । ଏହି କାର୍ଯ୍ୟକ୍ରମ ପ୍ରକୃତି ମାଆର ଅନେକ କାରଣ ମଧ୍ୟରୁ ଗୋଟିଏ ବିଶ୍ୱ ସ୍ତରୀୟ ଚମତ୍କାରର କାରଣ ହେନ୍ତାଳ ବଣକୁ ଆଗକୁ ବଢ଼ାଇବା ପାଇଁ ପୃଥିବୀର ବିଭିନ୍ନ ଦେଶକୁ ଗୋଟିଏ ଛାତ ତଳକୁ ନେଇ ଆସିଛି ।

ହେନ୍ତାଳ ବଣ ଗୁଡ଼ିକ ହେଉଛି ବିଶ୍ୱ ସ୍ତରରେ ସବୁଠାରୁ ଉତ୍ପାଦନକାରୀ ପାରିବେଶିକ ବ୍ୟବସ୍ଥା । ଏହି ଜୁଆରିଆ ଜଙ୍ଗଲ ଅନେକ ଜୀବଙ୍କ ପାଇଁ ଏକ ନର୍ସରୀ ଭୂମି ଭାବରେ କାର୍ଯ୍ୟ କରିଥାଏ, ଉପକୂଳର କ୍ଷୟକୁ ସୁରକ୍ଷା ଦେଇଥାଏ, ଅଙ୍ଗାରକକୁ ଅଲଗା କରିଥାଏ ଏବଂ ଏହାର ବାସସ୍ଥାନରେ ଜୀବଜନ୍ତୁ ଶୃଙ୍ଖଳା ମାନଙ୍କୁ ରହିବାକୁ ସୁଯୋଗ ଦେବା ବ୍ୟତୀତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜୀବିକା ଯୋଗାଇ ଥାଏ ।  ହେନ୍ତାଳ ବଣ ବିଶ୍ୱ ସ୍ତରରେ ଉଷ୍ମ ମଣ୍ଡଳୀୟ (ଟ୍ରପିକାଲ) ଏବଂ ନାତିଶୀତୋଷ୍ଣ ମଣ୍ଡଳୀୟ (ସବ୍‌-ଟ୍ରପିକାଲ୍‌) ଅଂଚଳରେ ବ୍ୟାପି ରହିଛି ଏବଂ ଏହା ୧୨୩ଟି ଦେଶରେ ଦେଖିବାକୁ ମିଳେ ।

ହେନ୍ତାଳ ବଣ ଉଷ୍ମ ମଣ୍ଡଳୀୟ ଅଂଚଳର ସବୁଠାରୁ ଅଧିକ ଅଙ୍ଗାରକ - ସମୃଦ୍ଧ ଜଙ୍ଗଲ ମଧ୍ୟରେ ରହିଛି । ସେଗୁଡିକ ବିଶ୍ୱର ଟ୍ରପିକାଲ୍ ଜଙ୍ଗଲ ଗୁଡ଼ିକ ଦ୍ୱାରା ପୃଥକ୍ ହୋଇଥିବା ୩% କାର୍ବନ ପାଇଁ ଦାୟୀ ହୋଇଥାନ୍ତି ।

ହେନ୍ତାଳ ବଣ ହେଉଛି ଅନେକ ଟ୍ରପିକାଲ୍ ଉପକୂଳବର୍ତୀ ଅଂଚଳର ଆର୍ôଥକ ମୂଳଦୁଆ । ନୀଳ ଅର୍ଥ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ, ସ୍ଥାନୀୟ, ଆଂଚଳିକ ଏବଂ ଆନ୍ତର୍ଜାତିକ ସ୍ତରରେ ଉପକୂଳବର୍ତୀ ସ୍ଥାନ ଗୁଡିକର ସ୍ଥିରତାକୁ ନିଶ୍ଚିତ କରିବା ଜରୁରୀ ଅଟେ, ବିଶେଷ କରି ଟ୍ରପିକାଲ ଦେଶ ଗୁଡିକଙ୍କ ପାଇଁ ।

ଉଲ୍ଲେଖନୀୟ ଅନୁକୂଳନ ବୈଶିଷ୍ଟ୍ୟ ସହିତ, ହେନ୍ତାଳ ବଣ ହେଉଛି ଟ୍ରପିକାଲ୍ ଏବଂ ସବ - ଟ୍ରପିକାଲ୍ ଦେଶ ଗୁଡିକର ପ୍ରାକୃତିକ ସଶସ୍ତ୍ର ଶକ୍ତି । ଜଳବାୟୁ ପରିବର୍ତ୍ତନ ପରିଣାମ ଯେପରିକି ସମୁଦ୍ର ପତନ ବୃଦ୍ଧି ଏବଂ ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଗୁଡିକର କ୍ରମ ବର୍ଦ୍ଧିଷ୍ଣୁ ପୁନଃପୌନିକତା ବିରୁଦ୍ଧରେ ଲଢ଼ିବା ପାଇଁ ସେଗୁଡିକ ହେଉଛି ସର୍ବୋତମ ବିକଳ୍ପ ।

ମାନ୍ୟଗଣ୍ୟ ପ୍ରତିନିଧି ମଣ୍ଡଳୀ,

ଭାରତ ଏହାର ଏନ୍‌ଡିସିରେ ୨୦୩୦ ସୁଦ୍ଧା ଅତିରିକ୍ତ ଜଙ୍ଗଲ ଏବଂ ବୃକ୍ଷ ଆବରଣ ମାଧ୍ୟମରେ  ୨.୫ ରୁ  ୩ ବିଲିୟନ ଟନ୍ ଅଙ୍ଗାରକାମ୍ଳ  ସହିତ ସମାନ କାର୍ବନ ସିଙ୍କ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ।

ଆମେ ଦେଖୁଛୁ ଯେ, ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ଜିଏଚ୍‌ଜି ସାନ୍ଦ୍ରତାକୁ ହ୍ରାସ କରିବା ପାଇଁ ହେନ୍ତାଳ ବଣର ଅନେକ ସମ୍ଭାବନା ରହିଛି । ଅଧ୍ୟୟନରୁ ଜଣାପଡିଛି ଯେ ହେନ୍ତାଳ ବଣ ଭୂଭାଗର ଉଷ୍ମ ମଣ୍ଡଳୀୟ (ଟ୍ରପିକାଲ) ଜଙ୍ଗଲ ଅପେକ୍ଷା ଚାରିରୁ ପାଂଚ ଗୁଣ ଅଧିକ ଅଙ୍ଗାରକାମ୍ଳ ନିର୍ଗମନକୁ ଶୋଷଣ କରି ପାରିବ ।

ଏହା ମଧ୍ୟ ଜଣା ପଡିଛି ଯେ, ହେନ୍ତାଳ ବଣ ମହାସାଗର ଅମ୍ଳୀକରଣ ପାଇଁ ମଧ୍ୟବର୍ତୀ କ୍ଷେତ୍ର (ବଫର୍‌) ଭାବରେ କାର୍ଯ୍ୟ କରି ପାରିବ ଏବଂ ମାଇକ୍ରୋ ପ୍ଲାଷ୍ଟିକ୍ ପାଇଁ ସିଙ୍କ ଭଳି କାର୍ଯ୍ୟ କରି ପାରିବ ।

ହେନ୍ତାଳ ବଣ ବନୀକରଣରୁ ନୂତନ କାର୍ବନ ସିଙ୍କ ସୃଷ୍ଟି କରିବା ଏବଂ ହେନ୍ତାଳ ବଣକୁ କାଟି ନିର୍ଗମନକୁ ହ୍ରାସ କରିବା ଦେଶ ଗୁଡିକ ପାଇଁ ସେମାନଙ୍କର ଏନ୍‌ଡିସି ଲକ୍ଷ୍ୟ ପୂରଣ କରିବା ଏବଂ ଅଙ୍ଗାରକାମ୍ଳ ନିରପେକ୍ଷତା ହାସଲ କରିବା ନିମନ୍ତେ ଦୁଇଟି ସମ୍ଭାବ୍ୟ ଉପାୟ ।

ମାନନୀୟ,

ପ୍ରାକୃତିକ ପାରିବେଶିକ ବ୍ୟବସ୍ଥାର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ଭାରତ ପ୍ରତିବଦ୍ଧ; ଏବଂ ହେନ୍ତାଳ ବଣର ସଂରକ୍ଷଣ ଏବଂ ପରିଚାଳନା ଦିଗରେ ଆମର ଦୃଢ଼ ପ୍ରତିବଦ୍ଧତା ଅଛି ।

ପୃଥିବୀର ବୃହତମ ହେନ୍ତାଳ ବଣ କ୍ଷେତ୍ର ମଧ୍ୟରୁ ସୁନ୍ଦରବନ ଉଭୟ ସ୍ଥଳ ଭାଗରେ  ଏବଂ ସାମୁଦ୍ରିକ ପରିବେଶରେ ଜୈବ ବିବିଧତାର ଅର୍ଥାତ୍ ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ଉଦ୍ଭିଦ ପ୍ରଜାତିର ଗୁରୁତ୍ୱପୂର୍ଣ୍ଣ ସଂଖ୍ୟାକୁ ଅନ୍ତର୍ଭୁକ୍ତ କରି ଏକ ଅସାଧାରଣ ସ୍ତରକୁ ସମର୍ଥନ କରିଥାଏ, ଯେଉଁଠି ବେଙ୍ଗଲ୍ ଟାଇଗର ଏବଂ ଅନ୍ୟାନ୍ୟ ବିପଦଜ୍ଜନକ ପ୍ରଜାତି ଯେପରିକି ମୁହାଣ (ଏଶ୍ଚୁଆରିନ୍‌) କୁମ୍ଭୀର ଏବଂ ଭାରତୀୟ ପାଇଥନ୍ ସହିତ ବିଭିନ୍ନ ପ୍ରକାରର ବନ୍ୟଜନ୍ତୁ ପ୍ରଜାତି ମଧ୍ୟ ବସବାସ କରିଥାନ୍ତି । ଭାରତର ଆଣ୍ଡାମାନ ଅଂଚଳରେ, ସୁନ୍ଦରବନ ଅଂଚଳରେ ; ଏବଂ ଗୁଜରାଟ ଅଂଚଳରେ ହେନ୍ତାଳ ବଣ ଆଚ୍ଛାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି ।

ଏହି ସିଓପିରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ବିଶିଷ୍ଟ ପ୍ରତିନିଧି ଏବଂ ଅଂଶଗ୍ରହଣକାରୀ,

ଭାରତ ପ୍ରାୟ ପାଂଚ ଦଶନ୍ଧି ଧରି ହେନ୍ତାଳ ବଣର ପୁନରୁଦ୍ଧାର କାର୍ଯ୍ୟରେ ପାରଦର୍ଶିତା ପ୍ରଦର୍ଶନ କରିଛି ଏବଂ ଏହାର ଉଭୟ ପୂର୍ବ ଏବଂ ପଶ୍ଚିମ ଉପକୂଳରେ ବିଭିନ୍ନ ପ୍ରକାରର ହେନ୍ତାଳ ବଣ ପାରିବେଶିକ ବ୍ୟବସ୍ଥାକୁ ପୁନରୁଦ୍ଧାର କରିଛି ।

ମାନନୀୟ,

 ଉଦ୍ଦେଶ୍ୟମୂଳକ ଜଳବାୟୁ ଲକ୍ଷ୍ୟ ପୂରଣ ପାଇଁ କ୍ରସର ସୀମା ସହଯୋଗରେ ହେନ୍ତାଳ ବଣର ସଂରକ୍ଷଣ ପାଇଁ ମ୍ୟାନ୍‌ଗ୍ରୁଭ୍ ଆଲିଆନ୍ସ ଫର୍ କ୍ଲାଇମେଟ୍ (ଏମ୍‌ଏସି) ର ଶୁଭାରମ୍ଭ ପାଇଁ ମୁଁ ଆପଣ ମାନଙ୍କୁ ଶୁଭେଚ୍ଛା ଜଣାଉଛି । ଆମେ ଏହା ମଧ୍ୟ ଅନୁଭବ କରୁଛୁ ଯେ  ହେନ୍ତାଳ ବଣକୁ ଏକତ୍ର କରି ଜାତୀୟ ଆର୍‌ଇଡିଡି +,  ଜଙ୍ଗଲ କ୍ଷୟ ହେବା ଯୋଗୁଁ ନିର୍ଗମନକୁ ହ୍ରାସ ଏବଂ ଜଙ୍ଗଲ ଅବନତି କାର୍ଯ୍ୟକ୍ରମ ଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ କରିବା ହେଉଛି ବର୍ତମାନ ସମୟର ଆବଶ୍ୟକତା ।

ହେନ୍ତାଳ ବଣର ପୁନରୁଦ୍ଧାର, ପାରିବେଶିକ ବ୍ୟବସ୍ଥାର ମୂଲ୍ୟ ନିର୍ଦ୍ଧାରଣ ଏବଂ ଅଙ୍ଗାରକାମ୍ଳ ପୃଥକୀକରଣ (ସିକ୍ୱେଷ୍ଟ୍ରେସନ୍‌) ଉପରେ ବ୍ୟାପକ ଅଭିଜ୍ଞତା ହେତୁ ଭାରତ ବିଶ୍ୱ ସ୍ତରୀୟ ଜ୍ଞାନ ଆଧାରରେ ଯୋଗଦାନ ଦେଇପାରେ ଏବଂ ଅତ୍ୟାଧୁନିକ ସମାଧାନ ତଥା ହେନ୍ତାଳ ବଣ ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ଉପଯୁକ୍ତ ଆର୍ôଥକ ଉପକରଣ ସୃଷ୍ଟି କରିବାରେ ଅନ୍ୟ ଦେଶ ମାନଙ୍କ ସହ ମିଳିତ ହୋଇ ଲାଭବାନ ହୋଇପାରେ ।

"ଟ୍ରପିକାଲ୍ ଉପକୂଳର ଅନ୍ୟତମ ମୂଲ୍ୟବାନ ସମ୍ପତିକୁ ସୁରକ୍ଷା ଦେବା ପାଇଁ ଜଳବାୟୁ ପରିବର୍ତନର ପରିଣାମ ସହିତ ସ୍ଥିରତା ଏବଂ ଅନୁକୂଳନ ଦିଗରେ ଆସନ୍ତୁ ଏକାଠି ହେବା ।’

ପରବର୍ତୀ  ସନ୍ଦର୍ଭ:

ଭାରତରେ ହେନ୍ତାଳ ବଣର ସଂରକ୍ଷଣ ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ ।  

ଇଣ୍ଡିଆ ଷ୍ଟେଟ୍ ଫରେଷ୍ଟ ରିପୋର୍ଟ ୨୦୨୧ ଏଠାରେ ମିଳି ପାରିବ । 

ଆମ ପାଖରେ ପହଂଚନ୍ତୁ ।

envforestpib[at]gmail[dot]com

****

SSP



 

 



(Release ID: 1874577) Visitor Counter : 207