ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ପ୍ରସିଦ୍ଧ ତାମିଲ ଲେଖକ ଥିରୁ ଅଜହା ୱଲିୟପ୍ପାଙ୍କୁ ତାଙ୍କ ଜନ୍ମଶତାବ୍ଦୀ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

Posted On: 07 NOV 2022 10:55AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରସିଦ୍ଧ ତାମିଲ ଲେଖକ ଥିରୁ ଅଜହା ୱଲିୟପ୍ପାଙ୍କୁ ତାଙ୍କର ଜନ୍ମଶତାବ୍ଦୀ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ମୁଁ ଥିରୁ ଅଜହା ୱଲିୟପ୍ପାଙ୍କୁ ତାଙ୍କର ଜନ୍ମଶତାବ୍ଦୀ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କୁ, କେବଳ ଉକ୍ରୃଷ୍ଟ ଲେଖନ ଓ କବିତା ପାଇଁ ନୁହେଁ, ବରଂ ପିଲାମାନଙ୍କ ମଧ୍ୟରେ ଇତିହାସ, ସଂସ୍କୃତି ଓ ସାହିତ୍ୟକୁ ଲୋକପ୍ରିୟ କରାଇବା ପାଇଁ ତାଙ୍କର ପ୍ରୟାସଗୁଡ଼ିକ ନିମନ୍ତେ ମଧ୍ୟ ସ୍ମରଣ କରାଯାଏ । ତାଙ୍କର ଉଦ୍ୟମ ଆଜିର ଯୁଗରେ ବି ଲୋକଙ୍କୁ ପ୍ରେରଣା ଯୋଗାଉଛି ।’’

 

SR



(Release ID: 1874224) Visitor Counter : 144